ଭୁବନେଶ୍ବର, ଆଜି ଅପରାହ୍ନ ପାଞ୍ଚଟା ବେଳେ କିମ୍ବା ସଂଧ୍ୟାରେ ଓଡିଶାର 5ଟି ବ୍ଲକରେ ପ୍ରବଳ ବଜ୍ରପାତ ହେବ ବୋଲି ସୂଚନା ମିଳିଛି। ମୟୁରଭଂଜ ଜିଲ୍ଲାର ହେଉଛି ଏହି ପାଞ୍ଚୋଟି ବ୍ଲକ। ସେଗୁଡିକର ନାମ ହେଲା କୁସୁମି,ଜାମଡା,ସୁକ୍ରୁଲି,ଯଶିପୁର ଏବଂ ରାରୁନ ବ୍ଲକ। ଏହି ବ୍ଲକଗୁଡିକରେ ବଜ୍ରପାତ ହେବ ବୋଲି ଆର୍ଥ ନେଟର୍ୱେକ ଚିତ୍ରରୁ ସୂଚନା ମିଳିଛି। ସେଥିପାଇଁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ଏ ସବୁ ବ୍ଲକର ଅଧିକାରୀଙ୍କୁ ଅବଗତ କରାଇଛନ୍ତି।
Tag: Thunderstorm & Lightning
ଭୁବନେଶ୍ବର, ଆଜି ଅପରାହ୍ନ 5 ଟା ସୁଦ୍ଧା ରାଜ୍ୟର ପାଞ୍ଚୋଟି ସ୍ଥାନରେ କାଳ ବୈଶାଖୀ ହେବ। ଏହି ସମୟରେ ପ୍ବନ ସହିତ ଘଡଘଡି ଏବଂ ବିଜୁଳ ମାରିବ ବୋଲି ଆର୍ଥ ନେଟୱର୍କ ସୂଚନା ଦେଇଛି। ଆର୍ତ ନେଟୱାର୍କ ମାଧ୍ୟମରେ ନିର୍ଦ୍ଧିଷ୍ଠ ଭାବେ କେଉଁ ସ୍ଥାନରେ ଏବଂ କେତେବେଳେ ଏହି କାଳ ବୈଶାଖୀ ହେବ ତାହା ଜଣାପଡିଯାଇଥାଏ। ସେହି ଅନୁସାରେ ଆଜି ରାଜ୍ୟର ଦୁଇଟି ଜିଲ୍ଲାରେ ପାଞ୍ଚୋଟି ସ୍ଥାନରେ ଏହି କାଳବୈଶାଖୀ ହେବ ବୋଲି ଜଣାପଡିଛି।
ଆଜିର ଆର୍ଥ ନେଟୱାର୍କ ସୂଚନା ଅନୁସାରେ ଯେଉଁ ଦୁଇଟି ଜିଲ୍ଲାରେ ଏହି କାଳ ବୈଶାଖୀ ଦେଖାଦେବ ତାହା ହେଲା ବାଲେଶ୍ବର ଏବଂ ଭଦ୍ରକ ଜିଲ୍ଲା। ବାଲେଶ୍ବରର ଦୁଇଟି ସ୍ଥାନରେ ଏହା ହେବ ବୋଲି ଜଣାପଡିଛି। ସେଗୁଡିକ ହେଲା ସୋର ଏବଂ ସିମୁଳିଆ ବ୍ଲକ। ସେହିପରି ଭଦ୍ରକର ତିହିଡି,ବାସୁଦେବପୁର ଏବଂ ଭଦ୍ରକ ବ୍ଲକରେ ଏହି କାଳବୈଶାଖୀ ଦେଖାଦେବ।