Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

ପୁଣି ଥରେ ଆକ୍ସନ ଅବତାରରେ ଟାଇଗର୍‌ : ‘ଗଣପତ୍‌ ଚାପ୍ଟର 1’ର ମୋସନ ପୋଷ୍ଟର ରିଲିଜ୍‌

ମୁମ୍ବାଇ : ବଲିଉଡର ଆକ୍ସନ ଷ୍ଟାର ଟାଇଗର ଶ୍ରଫ ନିଜର ଅପକମିଙ୍ଗ ଫିଲ୍ମକୁ ନେଇ ଘୋଷଣା କରିଛନ୍ତି । ଏହି ଫିଲ୍ମରେ ଟାଇଗରଙ୍କୁ ଆଉଥରେ ଆକ୍ସନ ଅବତାରରେ ଦେଖିବାକୁ ମିଳିବ । ଗୁରୁବାର ଟାଇଗର ଏହି ଫିଲ୍ମର ମୋସନ ପୋଷ୍ଟର ସେୟାର କରିଛନ୍ତି । ବିକାଶ ବହଲ ଏହି ଫିଲ୍ମର ନିର୍ଦ୍ଦେଶନା  ଦେଉଛନ୍ତି । ବହଲ ପୂର୍ବରୁ କ୍ୱୀନ ଏବଂ ସୁପର 30 ପରି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମର ମୋସନ ପୋଷ୍ଟରରେ ଟାଇଗର ସମ୍ପୁର୍ଣ୍ଣ ସାର୍ଟଲେଶ ଲୁକରେ ନଜର ଆସିଛନ୍ତି । ଟାଇଗର ଏକ ଭଙ୍ଗା କୋଠା ଉପରେ ଛିଡା ହୋଇଥିବା ପୋଷ୍ଟରକୁ ଟାଇଗର ନିଜେ ସେୟାର କରିଛନ୍ତି । ଏହି ଫିଲ୍ମଟି ଆସନ୍ତା 2022ରେ ପରଦାକୁ ଆସିବ । ସେହିପରି ଫିଲ୍ମର ନାମ ଗଣପତ ପାର୍ଟ-1 ରହିଥିବାରୁ ଫିଲ୍ମର ସିକ୍ୱେଲ ନିର୍ମାଣର ସମ୍ଭାବନା ମଧ୍ୟ ରହିଛି । ଏହା ବ୍ୟତିତ ଟାଇଗର ବାଗୀ-4 ଏବଂ ହିରୋପନତି-2ରେ ମଧ୍ୟ ନଜର ଆସିବାକୁ ଯାଉଛନ୍ତି ।

Categories
ଆଜିର ଖବର ମନୋରଂଜନ ସିନେମା

ପୁଣିଥରେ ହିରୋପନ୍ଥୀରେ ଜବରଦସ୍ତ ଆକ୍ସନ କରିବେ ଟାଇଗର୍‌

ମୁମ୍ବାଇ : ଫିଲ୍ମ ‘ହିରୋପନ୍ଥୀ’ରୁ ଅଭିନୟ କ୍ୟାରିଅର୍‌ ଆରମ୍ଭ କରିଥିବା ଟାଇଗର୍‌ ଶ୍ରଫ୍‌ ଏବେ ବଲିଉଡ୍‌ର ଜଣେ ଚର୍ଚ୍ଚିତ ତଥା ସଫଳ ନାୟକ । 2014ରେ ଆସିଥିବା ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ଅଭିନେତ୍ରୀ କୃତି ସାନୋନ୍‌ଙ୍କୁ ଦେଖିବାକୁ ମିଳିଥିଲା । ଏହି ସୁପରହିଟ୍‌ ଫିଲ୍ମରୁ ବଲିଉଡ୍‌ରେ ରାଜ୍‌ କରୁଥିବା ଟାଇଗର୍‌ଙ୍କ ଏହି ଫିଲ୍ମର ସ୍ବିକେଲ୍‌ ହେବା ନେଇ ଚର୍ଚ୍ଚା ଏବେ ଜୋର୍‌ ଧରିଛି । ଟାଇଗର୍‌ ଇନ୍‌ଷ୍ଟାଗ୍ରାମ୍‌ରେ ‘ହିରୋପନ୍ଥୀ 2’ର ପୋଷ୍ଟର ସେୟାର କରି ଏହା ସମ୍ପର୍କରେ ଜଣାଇଛନ୍ତି ।

ଆକ୍ସନ ଫିଲ୍ମ ‘ହିରୋପନ୍ଥୀ 2’ରେ ଟାଇଗର୍‌ ଶୁଟ୍‌ ବୁଟ୍‌ ପିନ୍ଧା ଜଣେ ମାଚୋ ମ୍ୟାନ୍‌ ଅବତାରରେ ନଜର ଆସିବେ। ଫିଲ୍ମର ପ୍ରଥମ ପୋଷ୍ଟରରେ ଟାଇଗର୍‌ ଦୂରରୁ କଳା ସୁଟ୍‌ ପ୍ୟାଣ୍ଟରେ ବନ୍ଧୁକ ଧରିଥିବାବେଳେ ତାଙ୍କ ଚାରିପଟେ ବନ୍ଧୁକ ଗୁଡାଏ ରହିଛି ।

ଅହମ୍ମଦ ଖାନ୍‌ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟିକୁ ସାଜିଦ୍‌ ନଦିଆଦ୍‌ଓ୍ବାଲା ପ୍ରଯୋଜନା କରୁଛନ୍ତି । ଫିଲ୍ମଟି 2021 ମସିହା ଜୁଲାଇ 16ରେ ପରଦାକୁ ଆସିବ । ଏବେ ଟାଇଗର୍‌ ‘ବାଗୀ 3’ରେ କାମ କରୁଛନ୍ତି । ଫିଲ୍ମଟି ମାର୍ଚ୍ଚ 6ରେ ରିଲିଜ୍‌ ହେବାକୁ ରହିଛି । ଏହି ଫିଲ୍ମରେ ଟାଇଗରଙ୍କ ବ୍ୟତୀତ ଶ୍ରଦ୍ଧା କପୁର୍‌, ଅଙ୍କିତା ଲୋଖେଣ୍ଡ ଓ ରିତେଶ ଦେଶମୁଖ ପ୍ରମୁଖ ଅଭିନୟ କରୁଛନ୍ତି । (ଏଜେନ୍ସି)