ପୁଣିଥରେ ହିରୋପନ୍ଥୀରେ ଜବରଦସ୍ତ ଆକ୍ସନ କରିବେ ଟାଇଗର୍‌

Published: Feb 28, 2020, 2:41 pm IST

ମୁମ୍ବାଇ : ଫିଲ୍ମ ‘ହିରୋପନ୍ଥୀ’ରୁ ଅଭିନୟ କ୍ୟାରିଅର୍‌ ଆରମ୍ଭ କରିଥିବା ଟାଇଗର୍‌ ଶ୍ରଫ୍‌ ଏବେ ବଲିଉଡ୍‌ର ଜଣେ ଚର୍ଚ୍ଚିତ ତଥା ସଫଳ ନାୟକ । 2014ରେ ଆସିଥିବା ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ଅଭିନେତ୍ରୀ କୃତି ସାନୋନ୍‌ଙ୍କୁ ଦେଖିବାକୁ ମିଳିଥିଲା । ଏହି ସୁପରହିଟ୍‌ ଫିଲ୍ମରୁ ବଲିଉଡ୍‌ରେ ରାଜ୍‌ କରୁଥିବା ଟାଇଗର୍‌ଙ୍କ ଏହି ଫିଲ୍ମର ସ୍ବିକେଲ୍‌ ହେବା ନେଇ ଚର୍ଚ୍ଚା ଏବେ ଜୋର୍‌ ଧରିଛି । ଟାଇଗର୍‌ ଇନ୍‌ଷ୍ଟାଗ୍ରାମ୍‌ରେ ‘ହିରୋପନ୍ଥୀ 2’ର ପୋଷ୍ଟର ସେୟାର କରି ଏହା ସମ୍ପର୍କରେ ଜଣାଇଛନ୍ତି ।

ଆକ୍ସନ ଫିଲ୍ମ ‘ହିରୋପନ୍ଥୀ 2’ରେ ଟାଇଗର୍‌ ଶୁଟ୍‌ ବୁଟ୍‌ ପିନ୍ଧା ଜଣେ ମାଚୋ ମ୍ୟାନ୍‌ ଅବତାରରେ ନଜର ଆସିବେ। ଫିଲ୍ମର ପ୍ରଥମ ପୋଷ୍ଟରରେ ଟାଇଗର୍‌ ଦୂରରୁ କଳା ସୁଟ୍‌ ପ୍ୟାଣ୍ଟରେ ବନ୍ଧୁକ ଧରିଥିବାବେଳେ ତାଙ୍କ ଚାରିପଟେ ବନ୍ଧୁକ ଗୁଡାଏ ରହିଛି ।

ଅହମ୍ମଦ ଖାନ୍‌ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟିକୁ ସାଜିଦ୍‌ ନଦିଆଦ୍‌ଓ୍ବାଲା ପ୍ରଯୋଜନା କରୁଛନ୍ତି । ଫିଲ୍ମଟି 2021 ମସିହା ଜୁଲାଇ 16ରେ ପରଦାକୁ ଆସିବ । ଏବେ ଟାଇଗର୍‌ ‘ବାଗୀ 3’ରେ କାମ କରୁଛନ୍ତି । ଫିଲ୍ମଟି ମାର୍ଚ୍ଚ 6ରେ ରିଲିଜ୍‌ ହେବାକୁ ରହିଛି । ଏହି ଫିଲ୍ମରେ ଟାଇଗରଙ୍କ ବ୍ୟତୀତ ଶ୍ରଦ୍ଧା କପୁର୍‌, ଅଙ୍କିତା ଲୋଖେଣ୍ଡ ଓ ରିତେଶ ଦେଶମୁଖ ପ୍ରମୁଖ ଅଭିନୟ କରୁଛନ୍ତି । (ଏଜେନ୍ସି)

Related posts