ଭାରତ ସରକାର ବାଘମାନଙ୍କ ସୁରକ୍ଷା ପାଇଁ ବଦ୍ଧ ପରିକର ଅଛନ୍ତି । 2018ର ବ୍ୟାଘ୍ରଗଣନା ରିପୋର୍ଟ ଅନୁଯାୟୀ ଭାରତରେ 2976ଟି ବାଘ ଅଛନ୍ତି । ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ଅବସରରେ ସର୍ବଭାରତୀୟ ବ୍ୟାଘ୍ର ସଂରକ୍ଷଣ ରିପୋର୍ଟ ଉନ୍ମୋଚିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଆଜି ହେଉଛି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବଭାରତୀୟ ବ୍ୟାଘ୍ର ସଂରକ୍ଷଣ ରିପୋର୍ଟ-2018 ଉନ୍ମୋଚିତ କରିଛନ୍ତି । ଭାରତରେ 2976ଟି ବ୍ୟାଘ୍ର ଥିବା ରିପୋର୍ଟରେ ପ୍ରକାଶ ପାଇଛି । 2014ରେ ଦେଶରେ 2226ଟି ବାଘ ଥିଲେ । ଏଥର ବାଘ ସଂଖ୍ୟାରେ 741 ବୃଦ୍ଧି ପାଇଛି । ମୋଦୀ କହିଛନ୍ତି ଯେ ଭାରତ ସରକାର ବାଘମାନଙ୍କ ସୁରକ୍ଷା ପାଇଁ ବଦ୍ଧ ପରିକର ଅଛନ୍ତି । ଆମ ଦେଶ ଭାରତ ହେଉଛି ବିଶ୍ୱରେ ବାଘମାନଙ୍କ ପାଇଁ ସବୁଠାରୁ ବଡ଼ ଓ ସୁରକ୍ଷିତ ସ୍ଥାନ ବୋଲି ମୋଦି କହିଛନ୍ତି । ବାଘ ସଂଖ୍ୟା ବୃଦ୍ଧିର ଲକ୍ଷ୍ୟକୁ ମାତ୍ର 4 ବର୍ଷରେ ପୂରଣ କରିଛୁ । ତେବେ କେବଳ ବାଘ ସୁରକ୍ଷା ନୁହେଁ ବରଂ ସମସ୍ତ ବନ୍ୟଜନ୍ତୁଙ୍କ ସୁରକ୍ଷା ଆମ ଦ୍ୱାୟିତ୍ୱ ବୋଲି ମୋଦି କହିଛନ୍ତି ।