Categories
ଆଜିର ଖବର ଜାତୀୟ ଖବର

କ୍ବାରେଣ୍ଟାଇନ୍‌ ସେଣ୍ଟରରୁ ଫେରାର ହେଲେ ଯୁବକ, ପଜିଟିଭ୍‌ ମିଳିବା ପରେ ଯୁବକଙ୍କ ସମେତ ପୂରା ଗ୍ରାମ ଏବେ କ୍ବାରେଣ୍ଟାଇନ୍‌ରେ

ନୋଏଡା : ଆଲିଗଡର ଥାନା ଅଞ୍ଚଳରେ ଜଣେ ଯୁବକ ଯୋଗୁଁ ପୂରା ଗ୍ରାମ ଏବେ ବିପଦରେ ପଡିଛି। ନୋଏଡାର କ୍ବାରେଣ୍ଟିନ୍‌ରେ ସେଣ୍ଟରରୁ ପଳାୟନ କରି ଯୁବକ ଜଣକ ଆଲିଗଡରେ ପହଞ୍ଚିଥିଲେ। କିନ୍ତୁ ଏବେ ଯୁବକଙ୍କ ରିପୋର୍ଟ ପଜିଟିଭ୍‌ ଆସିବା ପରେ ସମ୍ପୃକ୍ତ ଗ୍ରାମ ଏବେ କରୋନା ବିପଦରେ।

ମିଳିଥିବା ସୂଚନା ଅନୁସାରେ କରୋନା ସନ୍ଦେହରେ ଗ୍ରେଟର ନୋଏଡା ସ୍ଥିତ ଗଲଗୋଟିଆ ଇନ୍‌ଷ୍ଟିଚ୍ୟୁଟ୍‌ରେ ଥିବା କ୍ବାରେଣ୍ଟିନ୍‌ ସେଣ୍ଟରରୁ ଯୁବକ ଜଣକ ଫେରାର ହୋଇଥିଲେ। ଯୁବକ ଜଣକ କ୍ବାରେଣ୍ଟିନ୍‌ ସେଣ୍ଟରରୁ ଯୁବକ ଫେରାର ହୋଇ ଆଲିଗଡର ଖୈର୍‌ କ୍ଷେତ୍ରରେ ଥିବା ଗ୍ରାମକୁ ଯାଇଥିଲେ। ପରେ ଯୁବକ ଜଣକଙ୍କର ରିପୋର୍ଟ ପଜିଟିଭ୍‌ ଆସିବା ପରେ କ୍ବାରେଣ୍ଟିନ୍‌ ଟିମ୍‌ ଲୋକ ତାଙ୍କ ଘରକୁ ଯାଇ ଯୁବକଙ୍କୁ ଫେରାଇ ଆଣିଥିବାବେଳେ ତାଙ୍କ ପରିବାର ସମେତ ଗ୍ରାମ ଲୋକଙ୍କୁ ଆଇସୋଲେନ୍‌ ଓ କ୍ବାରେଣ୍ଟାଇନ୍‌ କରିଛନ୍ତି। ପୂରା ଗ୍ରାମକୁ ସାନିଟାଇଜ୍‌ କରାଯାଇଛି।

ଯୁବକ ଜଣକ ବୟସ ହେଉଛି 37 ବର୍ଷ। ନୋଏଡାର ଏକ ଢାବାରେ କାମ କରୁଥିଲେ। କିଛି ଦିନ ପୂର୍ବେ ତାଙ୍କଠାରେ କରୋନା ଲକ୍ଷଣ ଦେଖିବାକୁ ମିଳିଥିବାବେଳେ କରୋନା ସନ୍ଦେହରେ ତାଙ୍କୁ ନୋଏଡାର କ୍ବାରେଣ୍ଟିନ୍‌ ସେଣ୍ଟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ନମୁନା ପରୀକ୍ଷା ହେବାକୁ ଯାଇଥିବାବେଳେ ସେ ସେଠାକାର କର୍ମଚାରୀଙ୍କୁ ଚକ୍‌ମା ଦେଖାଇ କ୍ବାରେଣ୍ଟାଇନ୍‌ ସେଣ୍ଟରରୁ ଫେରାର ହୋଇଥିଲେ। ଏବେ ନମୁନା ପଜିଟିଭ୍‌ ଆସିବା ପରେ ତାଙ୍କୁ ଆଣା ଯାଇ ତାଙ୍କର ଚିକିତ୍ସା କରାଯାଉଛି। (ଏଜେନ୍ସି)