ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ଗୋଷ୍ଠୀ ସଙ୍ଘର୍ଷ ଘଟିଛି। ଏହି ଘଟଣାରେ ୩ ଜଣ ତୃଣମୂଳ କର୍ମୀ ନିହତ ହୋଇଛନ୍ତି। ଏକ ବାଇକ୍ରେ ଆସି କିଛି ଅଜଣା ଆତତାୟୀ ଗୁଳିମାଡ କରିବା ସହିତ ବୋମା ଫିଙ୍ଗିଥିଲେ। ଦୋମକାଲର କୁଚିୟାମୋରା ଗ୍ରାମରେ ଏହି ସଙ୍ଘର୍ଷ ଘଟିଛି। ଦୁଇ ମୃତ ବ୍ୟକ୍ତିଙ୍କ ପରିବାର ଏହି ଘଟଣା ପଛରେ ବିଜେପିର ହାତ ରହିଥିବା ନେଇ ଅଭିଯୋଗ କରିଛନ୍ତି। ଦୋମକାଲ ପୋଲିସ୍ ପକ୍ଷରୁ ପ୍ରାପ୍ତ ସୂଚନା ଅନୁଯାୟୀ ଏହି ଘଟଣାରେ ତୃଣମୂଳ କର୍ମୀ ନିହତ ହୋଇଥିବାର ଖବର ମିଳିଥିବା ବେଳେ ଏହାକୁ ନେଇ ତଦନ୍ତ ଜାରି ରହିଛି। ପୋଲିସ୍ ପକ୍ଷରୁ ଉକ୍ତ ଅଞ୍ଚଳରେ ଚଢାଉ କରାଯାଇଥିବା ବେଳେ କାହାରିକୁ ଗିରଫ କରାଯାଇନାହିଁ।
