Categories
ଆଜିର ଖବର

ବିଜେପିରେ ସାମିଲ୍‌ ହେଲେ ଟମ୍‌ ଓ୍ବଡକନ୍‌

ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ପାର୍ଟିକୁ ବଡ଼ ଝଟ୍‌କା ଲାଗିଛି। କଂଗ୍ରେସର ବରିଷ୍ଠ ନେତା ଟମ୍‌ ଓ୍ବଡକନ୍‌ କଂଗ୍ରେସର ହାତ ଛାଡ଼ି ବିଜେପି ସହ ସାମିଲ୍‌  ହୋଇଛନ୍ତି। ବିଜେପରି ବରିଷ୍ଠ ନତା ରବି ଶଙ୍କର ପ୍ରସାଦ, ସାଂସଦ ଅନିଲ୍‌ ବୁଲନୀଙ୍କ ଉପସ୍ଥିତିରେ ଟମ୍‌ ବିଜେପିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ, ବିଜେପି ଓ ନରେନ୍ଦ୍ର ମୋଦିଙ୍କ ନୀତିରେ ପ୍ରଭାବିତ ହୋଇ ଓ କଂଗ୍ରେସର ନୀତିରେ ବିବ୍ରତ ହୋଇ ଟମ୍‌ ଓ୍ବଡକନ୍‌ ବିଜେପି ସହିତ ମିଶିବାକୁ ନିଷ୍ପତ୍ତି ନେଇଛନ୍ତି। ଟମ୍‌ କେରଳରେ କଂଗ୍ରେସ ପାର୍ଟିର ମହାସଚିବ ଓ ବରିଷ୍ଠ ପ୍ରବକ୍ତା ରୂପେ ଅବସ୍ଥାପିତ ଥିଲେ। ବିଜେପିରେ ସାମିଲ୍‌ ହେବା ପରେ ଟମ୍‌ କହିଛନ୍ତି ଯେ, ‘ଭାରତ ଉପରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଆକ୍ରମଣ ପରେ କଂଗ୍ରେସ ପାର୍ଟିର ପ୍ରତିକ୍ରିୟା ମୋତେ ବହୁତ ଦୁଃଖ ଦେଇଛି। ଯଦି କୌଣସି ରାଜନୈତିକ ଦଳ ଦେଶ ବିପକ୍ଷରେ ଯାଉଛି, ସେତେବେଳେ ମୋ’ ପାଖରେ ସେହି ଦଳ ଛାଡ଼ିବା ବ୍ୟତୀତ ଅନ୍ୟ କିଛି ବିକଳ୍ପ ନାହିଁ । ’