Categories
ଆଜିର ଖବର ଖେଳ

ଅବିଶ୍ୱାସ ହେଲେ ବି ସତ! ୨୪ ଲକ୍ଷ ଟଙ୍କାରେ ବିକ୍ରି ହେଲା ଟାୱେଲ୍‌

ନ୍ୟୁୟର୍କ : ଗୋଟିଏ ଟାୱେଲର ମୂଲ୍ୟ କେତେ ଟଙ୍କା ହୋଇପାରେ । ଅତିବେଶୀରେ ୫ ଶହ ଟଙ୍କା ହୋଇପାରେ । ତେବେ ନ୍ୟୁୟର୍କରେ ଏକ ଟାୱେଲ୍ ୨୪ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି । ବାସ୍କେଟ୍‌ବଲ୍ ଷ୍ଟାର କୋବ୍ ବ୍ରାୟାଣ୍ଟଙ୍କ ଟାୱେଲ୍‌ଟି ୨୪ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି । ବ୍ରାୟାଣ୍ଟ ନିଜର ଅନ୍ତିମ ମ୍ୟାଚ୍‌ରେ ଏହି ଟାୱେଲ୍ ବ୍ୟବହାର କରିଥିଲେ । ଏପ୍ରିଲ୍ ୧୩, ୨୦୧୬ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ବ୍ରାୟାଣ୍ଟ ୬୦ ପଏଣ୍ଟ ସ୍କୋର କରିଥିଲେ । ଡେଭିଡ୍ କୋହ୍‌ଲର୍ ଏହି ଟାୱେଲ୍‌ଟିକୁ କିଣିଥିଲେ ।