Categories
ଆଜିର ଖବର ଜାତୀୟ ଖବର

ଗାଡି କାଗଜପତ୍ର, ଡ୍ରାଇଭିଂ ଲାଇସେନ୍ସ ଓ ପଲ୍ୟୁସନ୍‌ ପ୍ରମାଣପତ୍ରର ବୈଧତା ଅବଧି ବୃଦ୍ଧି

ନୂଆଦିଲ୍ଲୀ : ଲକଡାଉନ ସମୟରେ ଗାଡି ଚାଳକଙ୍କୁ ଆଶ୍ବସ୍ତି ମିଳିଛି। କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଲକ୍‌ ଡାଉନ୍‌ର ଘୋଷଣା କରିଥିବାବେଳେ ଗାଡି ଚାଳକଙ୍କ ପାଇଁ ଏକ ଆଶ୍ବସ୍ତିକର ଖବର ମିଳିଛି । ଆସନ୍ତା ସେପ୍ଟେମ୍ବର 30 ପର୍ଯ୍ୟନ୍ତ ଗାଡି କାଗଜପତ୍ର, ଡ୍ରାଇଭିଂ ଲାଇସେନ୍ସ ଓ ପଲ୍ୟୁସନ୍‌ ପ୍ରମାଣପତ୍ରର ବୈଧତା ବୃଦ୍ଧି ନେଇ ମଙ୍ଗଳବାର କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଡିଏଲ କିମ୍ବା ଗାଡ଼ିର ଅନ୍ୟ କୌଣସି ପ୍ରମାଣପତ୍ରର ବୈଧତା ଶେଷ ହୋଇଯାଇଥିଲେ ବି ଏବେ ଏଥିପାଇଁ ଜରିମାନା ଆଦାୟ କରାଯିବ ନାହିଁ । କରୋନା ମୁକାବିଲା ପାଇଁ ଦେଶବ୍ୟାପୀ ଜାରି ହୋଇଥିବା ଲକଡାଉନ ପରିସ୍ଥିତିକୁ ନଜରରେ ରଖି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରାଳୟ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏହି ନିୟମ ଲାଗୁ କରାଯିବ ।

Categories
ଆଜିର ଖବର ଜାତୀୟ ଖବର

ମୋଟର ଯାନ ଶୁଳ୍କ ପୈଠର ବୈଧତା ଓ ସମୟ ଅବଧି ବୃଦ୍ଧି

ନୂଆଦିଲ୍ଲୀ : ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଗୃହ ମନ୍ତ୍ରାଳୟ ପକ୍ଷରୁ ମୋଟର ଯାନ ଶୁଳ୍କ ପୈଠର ବୈଧତା ଓ ସମୟ ଅବଧି ବୃଦ୍ଧି କରାଯାଇଛି । ରବିବାର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ଘୋଷଣା କରାଯାଇଛି । ଏହା ସହିତ ଲକଡାଉନ କାରଣରୁ ଯେଉଁ କାଗଜପତ୍ରର ବୈଧତା ସମ୍ପ୍ରସାରିତ ହୋଇପାରିନାହିଁ କିମ୍ବା ଏଥିପାଇଁ ଅନୁମତି ମିଳିନାହିଁ ଏବଂ ଏଗୁଡ଼ିକର ବୈଧତା ଶେଷ ହୋଇଯାଇଛି ଏହାକୁ ଜୁଲାଇ ମାସ ପର୍ଯ୍ୟନ୍ତ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଏହି ସମୟରେ କାଗଜପତ୍ରର ଚେକିଂ କରାଯିବ ନାହିଁ ଏବଂ କୌଣସି ଫାଇନ୍‌ ମଧ୍ୟ ଆଦାୟ କରାଯିବ ନାହିଁ । (ପିଆଇବି)

Categories
ଆଜିର ଖବର ରାଜ୍ୟ ଖବର

25 ବିଜେଡି କର୍ମୀଙ୍କୁ 25 ହଜାର ଜରିମାନା

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର,31/12 : ଭୁବନେଶ୍ବର ଟ୍ରାଫିକ୍‌ କମିଶନରେଟ ପକ୍ଷରୁ ବିଜେଡି କର୍ମୀଙ୍କୁ 25 ହଜାର ଟଙ୍କା ଜରିମାନା କରାଯାଇଛି । ବିଜୁ ଜନତା ଦଳର 23 ତମ ପ୍ରତିଷ୍ଠା ଦିବସରେ ବିନା ହେଲମେଟ୍‌ରେ 25 ଜଣ ଲୋକ ଶୋଭାଯାତ୍ରା କରୁଥିଲେ । ଏହା ପରେ କାର୍ଯ୍ୟାନୁଷ୍ଠାନ ପାଇଁ କମିଶନରେଟ ପୋଲିସ୍‌ ପକ୍ଷରୁ ଘୋଷଣା କରାଯାଇଥିଲା । ମଙ୍ଗଳବାର ଦିନ ଟ୍ରାଫିକ୍‌ ବିଭାଗ ପକ୍ଷରୁ ଏହି ଜରିମାନା ଘୋଷଣା କରାଯାଇଛି । ଜଣେ ବ୍ୟକ୍ତି ପିଛା ହଜାରେ ଟଙ୍କା ହିସାବରେ ଏହି ଜରିମାନା ଆଦାୟ କରାଯାଇଥିବା ଟ୍ରାଫିକ୍‌ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Categories
ଆଜିର ଖବର

ଆରଟିଓ ଯାଞ୍ଚ ତିନି ମାସ କୋହଳ, ଭିଡକୁ ଦେଖି ସରକାର ନେଲେ ଏହି ନିଷ୍ପତ୍ତି

ସମୀକ୍ଷା ବ୍ୟୁରୋ, ଭୁବନେଶ୍ବର: ଆରଟିଓ ଯାଞ୍ଚକୁ ପୁଣି ତିନି ମାସ ପାଇଁ କୋହଳ କରିଛନ୍ତି ରାଜ୍ୟ ସରକାର । ବିଭିନ୍ନ ଆରଟିଓରେ ଅସମ୍ଭାଳ ଭିଡ କାରଣରୁ ସରକାର ନିୟମକୁ ପୁଣି ତିନି ମାସ କୋହଳ କରିଛନ୍ତି । ଗୁରୁବାର ଦିନ ବିଧାନସଭାରେ ସଡକ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ବିଧାନସଭାରେ ଏହି ଘୋଷଣା କରିଛନ୍ତି । ସେପ୍ଟେମ୍ବରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂତନ ମୋଟର ଯାନ ଆଇନ ଲାଗୁ କରାଯାଇଥିବା ବେଳେ ସାଧାରଣ ଜନତା ଅସୁବିଧାର ସମ୍ମୁଖୀନ ହେବାରୁ ସରକାର ତିନି ମାସର ମହଲତ ପ୍ରଦାନ କରିଥିଲେ । ଆସନ୍ତା ନଭେମ୍ବର 30ରେ ଏହି ମହଲତର ଶେଷ ତାରିଖ ରହିଥିଲା । ମାତ୍ର ବର୍ତ୍ତମାନ ସୁଦ୍ଧା ମଧ୍ୟ ଅନେକ ଲୋକଙ୍କର ଲାଇସେନ୍ସ ହୋଇନଥିବାରୁ ଓଡିଶା ସରକାରଙ୍କ ପକ୍ଷରୁ ପୁନର୍ବାର ତିନି ମାସର ମହଲତ ପ୍ରଦାନ କରାଯାଇଛି ।