ଗାଡି କାଗଜପତ୍ର, ଡ୍ରାଇଭିଂ ଲାଇସେନ୍ସ ଓ ପଲ୍ୟୁସନ୍‌ ପ୍ରମାଣପତ୍ରର ବୈଧତା ଅବଧି ବୃଦ୍ଧି

Published: Jun 9, 2020, 6:17 pm IST

ନୂଆଦିଲ୍ଲୀ : ଲକଡାଉନ ସମୟରେ ଗାଡି ଚାଳକଙ୍କୁ ଆଶ୍ବସ୍ତି ମିଳିଛି। କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଲକ୍‌ ଡାଉନ୍‌ର ଘୋଷଣା କରିଥିବାବେଳେ ଗାଡି ଚାଳକଙ୍କ ପାଇଁ ଏକ ଆଶ୍ବସ୍ତିକର ଖବର ମିଳିଛି । ଆସନ୍ତା ସେପ୍ଟେମ୍ବର 30 ପର୍ଯ୍ୟନ୍ତ ଗାଡି କାଗଜପତ୍ର, ଡ୍ରାଇଭିଂ ଲାଇସେନ୍ସ ଓ ପଲ୍ୟୁସନ୍‌ ପ୍ରମାଣପତ୍ରର ବୈଧତା ବୃଦ୍ଧି ନେଇ ମଙ୍ଗଳବାର କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଡିଏଲ କିମ୍ବା ଗାଡ଼ିର ଅନ୍ୟ କୌଣସି ପ୍ରମାଣପତ୍ରର ବୈଧତା ଶେଷ ହୋଇଯାଇଥିଲେ ବି ଏବେ ଏଥିପାଇଁ ଜରିମାନା ଆଦାୟ କରାଯିବ ନାହିଁ । କରୋନା ମୁକାବିଲା ପାଇଁ ଦେଶବ୍ୟାପୀ ଜାରି ହୋଇଥିବା ଲକଡାଉନ ପରିସ୍ଥିତିକୁ ନଜରରେ ରଖି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରାଳୟ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏହି ନିୟମ ଲାଗୁ କରାଯିବ ।

Related posts