ମୁମ୍ବାଇ : ଟ୍ରମ୍ଫ୍ ଷ୍ଟ୍ରିଟ୍ ଟ୍ରିପଲ୍ ଆର ଭାରତୀୟ ବଜାରରେ ପ୍ରବେଶ ହୋଇଛି । ଟ୍ରମ୍ପ୍ ବାଇକର ଏହି ନୂତନ ମଡେଲ୍ ଟି ଟ୍ରମ୍ପ୍ ଷ୍ଟ୍ରିଟ୍ ଟ୍ରିପଲ୍ ଏସ୍ ଅପେକ୍ଷା 2.49 ଲକ୍ଷ କମ୍ ରହିଛି। ଏହି ବାଇକରେ ଡି ଟ୍ୟୁନଡ୍ ଟ୍ରିପଲ ସିଲିଣ୍ଡର ଇଞ୍ଜିନ୍ ରହିଛି ଯାହାକି ଏହି ବାଇକକୁ ଅତ୍ୟନ୍ତ ଶକ୍ତିଶାଳୀ କରିଥାଏ । 765ସିସି ବିଏସ୍-ଭିଆଇ ଇଞ୍ଜିନ୍ ଯୋଗୁଁ ଏହା ନୂତନ ପ୍ରକାରର ରାଇଡିଂ ଅନୁଭବ ଆଣିବ ବୋଲି ସୂଚନା ରହିଛି । ସେହିପରି ଏହାର ସମସ୍ତ ସୂଚନାକୁ ଡିଜିଟାଇଜଡ୍ କରାଯାଇଛି । ଗାଡିର ବେଗ, ଟାକୋମିଟର, ଟ୍ରିପ୍ ମିଟର, ଏବିଏସ୍ ସବୁକିଛି ଏଥିରେ ଜଣାପଡିଥାଏ । ସେହିପରି ଏହି ବାଇକରେ ତିନି ପ୍ରକାରର ରାଇଡିଙ୍ଗ ମୋଡ୍ ରହିଛି । ରୋଡ, ରେନ୍ ଏବଂ ସ୍ପୋର୍ଟିଙ୍ଗ ତିନି ପ୍ରକାରର ମୋଡ୍ ଏହି ବାଇକରେ ଉପଲବ୍ଧ ରହିଛି । 6 ଗିଅର ବିଶିଷ୍ଟ ଏହି ବାଇକରେ ଟ୍ରମ୍ଫ ସିଫ୍ଟ ଆସିଷ୍ଟ ସିଷ୍ଟମ ବ୍ୟବହୃତ ହୋଇଛି ।ନୂତନ ବଡି ଓ୍ବାର୍କ ସହିତ ଏହାର ଫ୍ଲାୟାରସ୍କ୍ରିନ୍ ଓ ଏଆର ଇନ୍ଟେକ୍, ସାଇଡ୍ ପ୍ୟାନେଲ୍ ଏହି ବାଇକ୍ର ନୂତନ ଆକର୍ଷଣ । ଭାରତୀୟ ବଜାରରେ ଏହି ବାଇକର ମୂଲ୍ୟ 8.84 ଲକ୍ଷ ଟଙ୍କା ରହିଛି । (ଏଜେନ୍ସି)