Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

24 ରେ ଭାରତ ଆସିବେ ଡୋନାଲ୍ଡ ଟ୍ରମ୍ପ, ଗୁଜୁରାଟରେ ଆୟୋଜିତ ହେବ ‘କେମ୍ ଛୋ ଟ୍ରମ୍ପ୍’

ନୂଆଦିଲ୍ଲୀ- ଆସନ୍ତା 24 ତାରିଖରେ ଦୁଦିନିଆ ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏ ନେଇ ହ୍ବାଇଟ ହାଉସ ତରଫରୁ ସଂପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରକାଶ କରାଯାଇଛି। ଗତ ବର୍ଷ ଆମେରିକାରେ ଯେପରି ହାୱାଡି ମୋଦୀ କାର୍ଯ୍ୟକ୍ରମ କରାଯାଇଥିଲା, ଠିକ ସେହିପରି ଗୁଜୁରାଟରେ ଆୟୋଜିତ ହେବ ‘କେମ୍ ଛୋ ଟ୍ରମ୍ପ’ କାର୍ଯ୍ୟକ୍ରମ। ସେଥପାଇଁ ଅହମଦାବାଦରେ ପ୍ରସ୍ତୁତି ଆରମ୍ଭ କରିଦିଆଯାଇଛି।

ଏହି ଦୁଇ ଦିନିଆ ଗସ୍ତରେ ଟ୍ରମ୍ପ ଓ ମୋଦୀଙ୍କ ମଧ୍ୟରେ କେତେକ ଦୁଇ ପାକ୍ଷିକ ଚୁକ୍ତି ସ୍ବାକ୍ଷରିତ ହେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ଏହା ହେବ ତାଙ୍କର ପ୍ରଥମ ଭାରତ ଗସ୍ତ। ଏହି ଗସ୍ତରେ ଟ୍ରମ୍ପଙ୍କ ପତ୍ନୀ ମେଲାନିଆ ମଧ୍ୟ ଆସୁଛନ୍ତି ବୋଲି ଜଣାପଡିଛି। ଟ୍ରମ୍ପଙ୍କ ଗସ୍ତ ସଂପର୍କରେ ହ୍ବାଇଟ ହାଉସ ତରଫରୁ ସୂଚନା ମିଳିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ରମ୍ପଙ୍କ ସହିତ ଟେଲିଫୋନ ଯୋଗେ କଥାବାର୍ତ୍ତା ହୋଇଛନ୍ତି। ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ସଂପର୍କକୁ ସୁଦୃଢ କରିବ ବୋଲି ହ୍ବାଇଟ ହାଉସ ପକ୍ଷରୁ କୁହାଯାଇଛି।