Categories
ଆଜିର ଖବର ଜାତୀୟ ଖବର

ସାମ୍ନା କୁ ଆସିଲା ଆଶ୍ଚର୍ଯ୍ୟ ଜନକ ଘଟଣା: ସଂକ୍ରମିତ ମହିଳା ଜନ୍ମ ଦେଲେ ଯମଜ ସନ୍ତାନ, ଜଣଙ୍କ ଠାରେ ପଜିଟିଭ ଆଉ ଜଣେ ନେଗେଟିଭ

ଗୁଜୁରାଟ: ଗୁଜୁରାଟର ବଡନଗର ର ମଇଲିପୁରି ଠାରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନା କୁ ଆସିଛି। ଏଠାରେ ଜଣେ କରୋନା ଆକ୍ରାନ୍ତ ମହିଳା ଯମଜ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ଏହି ଯମଜ ସନ୍ତାନ ମାନଙ୍କ ମଧ୍ୟରେ ଜଣଙ୍କ ଠାରେ କରୋନା ପଜିଟିଭ ରହିଥିବା ବେଳେ ଆଉ ଜଣଙ୍କ ଠାରେ କାରୋନା ନେଗେଟିଭ ରହିଛି। ସମ୍ପୃକ୍ତ ୩୦ ବର୍ଷୀୟା ମହିଳା ଜନ୍ମ ଦେଇଥିବା ଯମଜ ସନ୍ତାନଙ୍କ ମଧ୍ୟରେ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ରହିଛନ୍ତି। ଯେଉଁଥିରେ ନବଜାତ ପୁତ୍ରଙ୍କ ଠାରେ କରୋନା ପଜିଟିଭ ମିଳିଥିବା ବେଳେ କନ୍ୟା ସନ୍ତାନଟି କରୋନା ନେଗେଟିଭ ରହିଛି।
ଗୁଜୁରାଟରେ ଏହିଭଳି ମାମଲା ପ୍ରଥମ ହୋଇଥିବା ବେଳେ ସ୍ୱାସ୍ଥ୍ୟକର୍ମୀ ମଧ୍ୟ ଏହି ଘଟଣାରେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ତେବେ ଏହି ରିପୋର୍ଟ ସନ୍ଦେହ ଯୁକ୍ତ ରହିଥିବା ହେତୁ ଆଉଥରେ ନବଜାତକଙ୍କ ନମୁନା ସଂଗ୍ରହ କରିବାକୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛନ୍ତି।

ଦେଶରେ ଦ୍ଵିତୀୟ ସର୍ବାଧିକ କରୋନା ସଂକ୍ରମିତ ଗୁଜୁରାଟରୁ ହିଁ ଚିହ୍ନଟ ହୋଇଛନ୍ତି। ଏଠାରେ ୧୨୧୪୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୭୧୯ରେ ପହଞ୍ଚିଛି। ସେହିପରି ଗୁଜୁରାଟ ର ବଡନଗରର ମଇଲିପୁରି ଠାରେ ଏବେ କରୋନା ମାମଲା ବହୁଳ ଭାବେ ଦେଖିବାକୁ ମିଳିଛି। (ଏଜେନ୍ସି)