Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଫିଲିପାଇନ୍ସରେ ଟାଇଫୁନ୍‌ ମୃତ୍ୟୁ ସଂଖ୍ୟା 41କୁ ବୃଦ୍ଧି

ନୂଆଦିଲ୍ଲୀ,29/12 : ସାମୁଦ୍ରିକ ଝଡ ଟାଇଫୁନ୍‌ ଫାନ୍‌ଫୋନ୍‌ ଫିଲିପାଇନ୍ସରେ ଏହାର ତାଣ୍ଡବ ରଚିଛି । ଫାନ୍‌ଫୋନ୍‌ ପ୍ରଭାବରେ 5 ଦିନ ମଧ୍ୟରୋ 41 ଜଣଙ୍କର ମୃତ୍ୟୁ ଘଟିଛି । ଫିଲିପାଇନ୍ସ ସରକାରଙ୍କ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ରବିବାର ଏହି ସୂଚନା ଦିଆଯାଇଛି । 5 ଦିନ ମଧ୍ୟରେ 41 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ 12 ଜଣ ନିଖୋଜ ଅଛନ୍ତି । ଏହା ସହିତ ଟାଇଫୁନ୍‌ ପ୍ରଭାବରେ 28 ଜଣ ଆହତ ହୋଇଥିବା ଜଣାପଡିଛି । ପାନାୟ, ସାମାର ଏବଂ ବିସୟସରେ ସର୍ବାଧିକ କ୍ଷତି ଘଟିଥିବା ଜଣାପଡିଛି । ଟାଇଫୁନ୍‌ କାରଣରୁ 100ଟି ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରଖାଯାଇଛି । (ଏଜେନ୍ସୀ)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଫିଲିପାଇନ୍ସରେ ଟାଇଫୁନ୍‌ର ତାଣ୍ଡବ : 13 ମୃତ

ମାନିଲା, 26/12 : ସାମୁଦ୍ରିକ ଝଡ ଟାଇଫୁନ୍‌ ଫିଲିପାଇନ୍ସରେ ଏହାର ତାଣ୍ଡବ ରଚିଛି । ଟାଇଫୁନ୍‌ ଫାନ୍‌ଫୋନ୍‌ ତାଣ୍ଡବରେ ଗୁରୁବାର ଫିଲିପାଇନ୍ସରେ 13 ଜଣଙ୍କର ମୃତ୍ୟୁ ଘଟିଛି । ଫିଲିପାଇନ୍ସ ସରକାରଙ୍କ ପକ୍ଷରୁ ଗୁରୁବାର ଏହି ସୂଚନା ଦିଆଯାଇଛି । ଫିଲିପାଇନ୍ସର ପ୍ରାକୃତିକ ବିପର୍ଯ୍ୟୟ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । 13 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ 6 ଜଣ ନିଖୋଜ ଅଛନ୍ତି । ଏହି ସୂଚନା ସରକାରୀ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଟାଇଫୁନ୍‌ କାରଣରୁ 100ଟି ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରଖାଯାଇଛି । (ଏଜେନ୍ସୀ)