ଫିଲିପାଇନ୍ସରେ ଟାଇଫୁନ୍‌ର ତାଣ୍ଡବ : 13 ମୃତ

Published: Dec 26, 2019, 5:54 pm IST

ମାନିଲା, 26/12 : ସାମୁଦ୍ରିକ ଝଡ ଟାଇଫୁନ୍‌ ଫିଲିପାଇନ୍ସରେ ଏହାର ତାଣ୍ଡବ ରଚିଛି । ଟାଇଫୁନ୍‌ ଫାନ୍‌ଫୋନ୍‌ ତାଣ୍ଡବରେ ଗୁରୁବାର ଫିଲିପାଇନ୍ସରେ 13 ଜଣଙ୍କର ମୃତ୍ୟୁ ଘଟିଛି । ଫିଲିପାଇନ୍ସ ସରକାରଙ୍କ ପକ୍ଷରୁ ଗୁରୁବାର ଏହି ସୂଚନା ଦିଆଯାଇଛି । ଫିଲିପାଇନ୍ସର ପ୍ରାକୃତିକ ବିପର୍ଯ୍ୟୟ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । 13 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ 6 ଜଣ ନିଖୋଜ ଅଛନ୍ତି । ଏହି ସୂଚନା ସରକାରୀ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଟାଇଫୁନ୍‌ କାରଣରୁ 100ଟି ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରଖାଯାଇଛି । (ଏଜେନ୍ସୀ)

Related posts