Categories
ଆଜିର ଖବର ଜାତୀୟ ଖବର

ବୁଲନ୍ଦସହର ସାଧୁ ହତ୍ୟାକାଣ୍ଡକୁ ସାମ୍ପ୍ରଦାୟିକତା ରୂପ ଦିଆନଯାଉ : ଉଦ୍ଧବ

ମୁମ୍ବାଇ : ବୁଲନ୍ଦସହର ସାଧୁ ହତ୍ୟାକାଣ୍ଡକୁ ସାମ୍ପ୍ରଦାୟିକତାର ରୂପ ନଦେବା ପାଇଁ ମତ ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ମତ ଦେଇଛନ୍ତି । ମହାରାଷ୍ଟ୍ରର ପାଲଗଡରେ ଘଟିଥିବା ଘଟଣାର ପୁନରାବୃତ୍ତି ଯେପରି ନହୁଏ ସେଥିପ୍ରତି ଧ୍ୟାନ ଦେବା ପାଇଁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଫୋନ୍‌ କରି କହିଛନ୍ତି ଉଦ୍ଧବ ଠାକ୍‌ରେ । ବୁଲନ୍ଦ ସହରରେ ଘଟିଥିବା ଘଟଣା ଅତ୍ୟନ୍ତ ଅମାନବୀୟ ଏପରି ଘଟଣା ଯେପରି ଭବିଷ୍ୟତରେ ନଘଟେ ତା ଉପରେ ଧ୍ୟାନ ଦିଆଯିବା ଉଚିତ୍‌ ବୋଲି ଉଦ୍ଧବ କହିଛନ୍ତି । ଏପରିକି ଶିବସେନା ସାଂସଦ ସଞ୍ଜୟ ରାଉତ ମଧ୍ୟ ଏହି ଆକ୍ରମଣକୁ ନିନ୍ଦା କରି ଟ୍ବିଟ୍‌ କରିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଉଦ୍ଧବଙ୍କ ବଡ ଘୋଷଣା : ରାମ ମନ୍ଦିର ନିର୍ମାଣ ପାଇଁ ପ୍ରଦାନ କରିବେ 1 କୋଟି

ନୂଆଦିଲ୍ଲୀ : ରାମ ମନ୍ଦିର ନିର୍ମାଣ ପାଇଁ ମହାରାଷ୍ଟ୍ର ସରକାର 1 କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବେ । ଅଯୋଧ୍ୟା ଗସ୍ତରେ ରହିଥିବା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଶନିବାର ଏହି ଘୋଷଣା କରିଛନ୍ତି । ଅଯୋଧ୍ୟା ଗସ୍ତରେ ରହିଥିବା ଉଦ୍ଧବ ଠାକ୍‌ରେ ରାମଲାଲାଙ୍କୁ ଦର୍ଶନ ପରେ ଏହି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହେବା ପରେ ପ୍ରଥମ ଥର ପାଇଁ ଅଯୋଧ୍ୟା ଭ୍ରମଣରେ ଯାଇ ଏହି ବଡ ଘୋଷଣା କରିଛନ୍ତି । ତେବେ ଉଦ୍ଧବଙ୍କ ଏହି ନିଷ୍ପତ୍ତିକୁ ନେଇ ଦୁଇ ସହଯୋଗୀ ଦଳ କଂଗ୍ରେସ ଏବଂ ଏନ୍‌ସିପିର ପ୍ରତିକ୍ରିୟା ଜଣାପଡିନାହିଁ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ମନ୍‌ କି ବାତ୍‌କୁ ପଛରେ ପକାଇଲା ଜନ୍‌ କୀ ବାତ୍‌ : ଉଦ୍ଧବ ଠାକ୍‌ରେ

ନୂଆଦିଲ୍ଲୀ : ଦିଲ୍ଲୀ ନିର୍ବାଚନକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ । କେଜ୍ରିଓ୍ବାଲଙ୍କୁ ପ୍ରଶଂସା କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରିଛନ୍ତି । ମନ୍‌ କୀ ବାତ୍‌କୁ ଜନ୍‌ କୀ ବାତ୍‌ ପଛରେ ପକାଇ ଦେଇଛି ବୋଲି ଉଦ୍ଧବ ପ୍ରକାଶ ଦେଇଛନ୍ତି । ମନ୍‌ କୀ ବାତ୍‌ ଦେଶରେ ଏହାର ଲୋକପ୍ରିୟତା ହରାଇ ସାରିଛି ଏବଂ କେଜ୍ରିଓ୍ବାଲଙ୍କ ଜନ୍‌ କୀ ବାତକୁ ଲୋକ ଗ୍ରହଣ କରିଛନ୍ତି ବୋଲି ଉଦ୍ଧବ ପ୍ରକାଶ କରିଛନ୍ତି । ବିଜେପି ଦେଶରେ ବିଭାଜନର ରାଜନୀତି କରୁଥିବା ବେଳେ ଜନତା ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ବିଜେପିର ପୂର୍ବତନ ସହଯୋଗୀ ରହିଥିବା ଶିବସେନା ଆପ୍‌ ଏବଂ କେଜ୍ରିଓ୍ବାଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । (ଏଜେନ୍ସି)

Categories
ଆଜିର ଖବର

ବିଜେପିକୁ ସମର୍ଥନ ଏନ୍‌ସିପିର ଆଦର୍ଶ ବିରୋଧୀ : ଶରଦ ପଓ୍ବାର

ମୁମ୍ବାଇ,23/11 : ମହାରାଷ୍ଟ୍ର ସରକାର ଗଠନ ପରେ ଏନ୍‌ସିପି ଏବଂ ଶିବସେନା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ଏହି ସମ୍ମିଳନୀରେ ଏନ୍‌ସିପି ବିଜେପିକୁ ସମର୍ଥନ କରୁନାହିଁ ବୋଲି ଶରଦ ପଓ୍ବାର କହିଛନ୍ତି । ବିଜେପିକୁ ସମର୍ଥନ ଏନ୍‌ସିପିର ଆଦର୍ଶ ବିରୋଧୀ ବୋଲି ପଓ୍ବାର କହିଛନ୍ତି । ବିଜେପିକୁ ସମର୍ଥନ ଦେବା ଏନସିପିର ନିଷ୍ପତି ନୁହେଁ । ଏନସିପି ଏହି ନିଷ୍ପତିରେ ସହମତ ନୁହେଁ । ଏନସିପିର ଅନ୍ୟତମ ବରିଷ୍ଠ ନେତା ପ୍ରଫୁଲ ପଟେଲ କହିଛନ୍ତି ମହାରାଷ୍ଟ୍ରରେ ଗଠିତ ସରକାରରେ ଶରଦ ପାୱାରଙ୍କର କୌଣସି ସମ୍ପର୍କ ନାହିଁ । ବିଜେପିକୁ ସମର୍ଥନ ଦେବା ଅଜିତ୍ ପାୱାରଙ୍କ ବ୍ୟକ୍ତିଗତ ନିଷ୍ପତି । ଏନସିପି ମୁଖ୍ୟ ମୁଖପାତ୍ର କହିଛନ୍ତି ଏନସିପି ବିଧାୟକଙ୍କ ଦ୍ୱାରା ଦିଆଯାଇଥିବା ହସ୍ତାକ୍ଷର ପତ୍ରକୁ ଦୁରୂପଯୋଗ କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ସେହିପରି ଏନ୍‌ସିପି ବିଧାୟକ ମାନେ ମଧ୍ୟ ପଓ୍ବାରଙ୍କ ପ୍ରତି ନିଜର ସମର୍ଥନ ଘୋଷଣା କରିଛନ୍ତି । ଏହା ସହିତ ଆଗାମୀ ଦିନରେ ଶିବସେନା-ଏନ୍‌ସିପି ଏବଂ କଂଗ୍ରେସ ମିଳିତ ଭାବରେ ସରକାର ଗଠନ କରିବେ ବୋଲି ପଓ୍ବାର କହିଛନ୍ତି । (ଏଜେନ୍ସୀ)

Categories
ବିଶେଷ ଖବର

ରାଜନୀତିରେ ବିଶ୍ଵାସଘାତକତାର କୌଣସି ଅର୍ଥ ନାହିଁ, କ୍ଷମତା ପାଇଁ ବିଶ୍ଵାସଘାତକତା ସବୁ ସମୟରେ ଏକ ଚମତ୍କାର ମାଧ୍ୟମ

କେଦାର ମିଶ୍ର

ମହାରାଷ୍ଟ୍ରରେ ଯାହା ଘଟିଲା, ତାକୁ ପ୍ରେମ ଓ ବିଶ୍ଵାସଘାତକତା ବୋଲି କହିବା ଅପେକ୍ଷା, ଏହାହିଁ କ୍ଷମତାର ଏକମାତ୍ର ସତ୍ୟ ବୋଲି ମାନିବାକୁ ପଡିବ। କ୍ଷମତା ଦଖଲ ଲାଗି ପଚ୍ଛରୁ ଛୁରି ମାରିବାର ଅନେକ ଉଦାହରଣ ରହିଛି ଓ ସବୁ ରାଜନୈତିକ ଦଳ ଅଳ୍ପ ବହୁତ ସେୟା କରିଥାନ୍ତି। ଆଗରୁ କଂଗ୍ରେସ ସେମିତି କରୁଥିଲା, ଏବେ ବିଜେପି ସେଇ କଥାର ପୁନରାବୃତ୍ତି କରୁଛି। ତେବେ ଫରକ ହେଉଛି, ସେକଥା କରି କଂଗ୍ରେସ ନିନ୍ଦିତ ହେଉଥିଲା, ଏବେ କିନ୍ତୁ ସେଇ ସମାନ କଥାକୁ ବିଜେପିର ବାହାଦୁରି ବୋଲି କୁହାଯାଉଛି।

ମହାରାଷ୍ଟ୍ର ରାଜନୀତିର ନୂଆ ଦୃଶ୍ୟପଟରେ କେହି କାହା ସହିତ ବିଶ୍ଵାସଘାତକତା ନ କଲେ, ସରକାର ଗଠନ ସମ୍ଭବ ନଥିଲା। ନିର୍ବାଚନ ପୂର୍ବର ବିଶ୍ଵାସ ତ ବିଜେପି-ଶିବସେନା ମେଣ୍ଟ ସହିତ ଭାଙ୍ଗି ସାରିଥିଲା। ତେଣୁ ପରବର୍ତ୍ତୀ ସମୟରେ କ୍ଷମତା ଲାଗି ବିଶ୍ଵାସଘାତକତା ଜରୁରୀ ଥିଲା। ନରେନ୍ଦ୍ର ମୋଦୀ ଅଯାଚିତ ଭାବରେ ରାଜ୍ୟସଭାରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିକୁ ପ୍ରଶଂସା କରିବା ଓ ଶରଦ ପାୱାରଙ୍କ ସହିତ ତାଙ୍କର ଦୀର୍ଘ ସାକ୍ଷାତ୍କାରର ଏକ ରାଜନୈତିକ ବାର୍ତ୍ତା ଅବଶ୍ୟ ରହିଥିଲା। ପାୱାର ଯେତେ କହିଲେ ମଧ୍ୟ, ଏହି ମହାନାଟକରେ ତାଙ୍କର ଭୂମିକା ନିଶ୍ଚୟ ରହିଛି। ଏଠି ସୂଚନା ଦିଆ ଯାଇପାରେ ଯେ ୨୦୧୪ରେ ମଧ୍ୟ ଏନସିପିର ପରୋକ୍ଷ ସହଯୋଗରେ ଦେବେନ୍ଦ୍ର ଫଡନବିସ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଶିବସେନାର ମୂଲଚାଲ ଛିଣ୍ଡି ନଥିବାରୁ ପ୍ରାଥମିକ ଭାବରେ ଏନସିପି ହିଁ ବିଜେପି ସରକାରକୁ ବଞ୍ଚାଇଥିଲା।

କ୍ଷମତା ରାଜନୀତିରେ ଏମିତି ବିକାକିଣା, ପ୍ରେମ ଓ ଧୋକା ହୋଇଥାଏ। ନୀତି ନୈତିକତା ର ରାଜନୀତି କେବଳ ଭକ୍ତଙ୍କୁ ଭକୁଆ କରିବା ପାଇଁ। ଯେଉଁମାନେ ବିଜେପିକୁ ଏକ ଆଦର୍ଶବାଦୀ ଦଳ ବୋଲି ଛାତି ବାଡେଇ କହନ୍ତି, ସେମାନଙ୍କ ଲାଗି ବାର୍ତ୍ତା ହେଉଛି, ବିଜେପି ହେଉଛି କଂଗ୍ରେସର ନୂଆ ସଂସ୍କରଣ। ବିଶ୍ଵାସଘାତକତାର ରାଜନୀତିରେ ବିଜେପି ଏବେ ସବୁଠୁ ଆଗରେ ଓ ଏହା ବିଜେପିର ସାମର୍ଥ୍ୟ ବୋଲି କହିବାରେ ଅସୁବିଧା ନାହିଁ।

ବିହାରରେ ଏ ପ୍ରକାର ବିଶ୍ଵାସଘାତକତା ର ନାଟକ ଆମେ ଆଗରୁ ଦେଖି ସାରିଛୁ। ଲାଲୁ ଯାଦବଙ୍କ ସହିତ ନିର୍ବାଚନ ଜିତି କେତେ ଚତୁରତାର ସହିତ ନୀତିଶ କୁମାର ଲାଲୁଙ୍କୁ ଛୁରି ମାରିଲେ, ତାହା ବେଶୀ ପୁରୁଣା କାହାଣୀ ନୁହେଁ। ଆଜି ଶିବସେନା ବା କଂଗ୍ରେସ ଯଦି ବିଶ୍ଵାସ ଘାତକତାର ଦୁହାଇ ଦେବେ, ତାର ବି କିଛି ଅର୍ଥ ନାହିଁ। ମାସ ମାସ ଧରି ସରକାର ଗଠନର ପ୍ରକ୍ରିୟା ଚାଲିଲେ, ସେଠି କିଛି ବି ଘଟିପାରେ।

ସବୁଠୁ ବଡ କଥା ହେଉଛି, ରାଜନୈତିକ ଦଳଙ୍କ ପାଖରେ ସଂଖ୍ୟା ସିନା ରହିଛି, ସେମାନଙ୍କ ଜନ୍ମ ଜାତକ ଅମିତ ଶାହଙ୍କ ପାଖରେ ଅଛି। ଅଜିତ ପାୱାରଙ୍କୁ କୌଣସି ବି ମୁହୂର୍ତ୍ତରେ ଜେଲ ପଠାଇବାକୁ ଚାହୁଁଥିବା ବିଜେପି ତାଙ୍କୁ ରାତାରାତି ଉପ ମୁଖ୍ୟମନ୍ତ୍ରୀ କରାଇବାରେ କୌଣସି ଅସୁବିଧା ନାହିଁ। ଦୂଷ୍ୟନ୍ତ ଚୌତାଲା ଓ ନୀତିଶ କୁମାରଙ୍କ ବିଶ୍ଵାସଘାତକତାର ନାଟକ ଦେଖିଥିବା ଲୋକେ, ଅଜିତ ପାୱାରଙ୍କୁ ଦେଖି ଚକିତ ହେବାର କୌଣସି କାରଣ ନାଇଁ।

ଜେଲ ଯିବା ଅପେକ୍ଷା ରାଜପଦ ଭୋଗିବାର ମଜା ଅଲଗା। ଆଜି ଅଜିତ ପାୱାର ଉପ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଆଗାମୀ ଦିନରେ ହୁଏତ ଶରଦ ପାୱାର ରାଷ୍ଟ୍ରପତି ହୋଇ ପାରନ୍ତି। ଆମକୁ ବୁଝିବାକୁ ପଡିବ ଯେ ଭାରତୀୟ ରାଜନୀତିରେ ବିଶ୍ଵାସଘାତକତା ହେଉଛି, ନୂଆ ନୈତିକତା। ବିଶ୍ଵାସଘାତକମାନେ ଥାନ୍ତି ବୋଲି କ୍ଷମତା ଲଢେଇ ନାଟକୀୟ ହୋଇଥାଏ। ତେଣୁ ଏହାକୁ ନେଇ ଖୁବ ବେଶୀ ଭାବ ପ୍ରବଣ ହେବାର ନାହିଁ।