Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଜନୀତିରେ ବିଶ୍ଵାସଘାତକତାର କୌଣସି ଅର୍ଥ ନାହିଁ, କ୍ଷମତା ପାଇଁ ବିଶ୍ଵାସଘାତକତା ସବୁ ସମୟରେ ଏକ ଚମତ୍କାର ମାଧ୍ୟମ
ବିଶେଷ ଖବର

ରାଜନୀତିରେ ବିଶ୍ଵାସଘାତକତାର କୌଣସି ଅର୍ଥ ନାହିଁ, କ୍ଷମତା ପାଇଁ ବିଶ୍ଵାସଘାତକତା ସବୁ ସମୟରେ ଏକ ଚମତ୍କାର ମାଧ୍ୟମ

November 23, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ମହାରାଷ୍ଟ୍ରରେ ଯାହା ଘଟିଲା, ତାକୁ ପ୍ରେମ ଓ ବିଶ୍ଵାସଘାତକତା ବୋଲି କହିବା ଅପେକ୍ଷା, ଏହାହିଁ କ୍ଷମତାର ଏକମାତ୍ର ସତ୍ୟ ବୋଲି ମାନିବାକୁ ପଡିବ। କ୍ଷମତା ଦଖଲ ଲାଗି ପଚ୍ଛରୁ ଛୁରି ମାରିବାର ଅନେକ ଉଦାହରଣ ରହିଛି ଓ ସବୁ ରାଜନୈତିକ ଦଳ ଅଳ୍ପ ବହୁତ ସେୟା କରିଥାନ୍ତି। ଆଗରୁ କଂଗ୍ରେସ ସେମିତି କରୁଥିଲା, ଏବେ ବିଜେପି ସେଇ କଥାର ପୁନରାବୃତ୍ତି କରୁଛି। ତେବେ ଫରକ ହେଉଛି, ସେକଥା କରି କଂଗ୍ରେସ ନିନ୍ଦିତ ହେଉଥିଲା, ଏବେ କିନ୍ତୁ ସେଇ ସମାନ କଥାକୁ ବିଜେପିର ବାହାଦୁରି ବୋଲି କୁହାଯାଉଛି।

ମହାରାଷ୍ଟ୍ର ରାଜନୀତିର ନୂଆ ଦୃଶ୍ୟପଟରେ କେହି କାହା ସହିତ ବିଶ୍ଵାସଘାତକତା ନ କଲେ, ସରକାର ଗଠନ ସମ୍ଭବ ନଥିଲା। ନିର୍ବାଚନ ପୂର୍ବର ବିଶ୍ଵାସ ତ ବିଜେପି-ଶିବସେନା ମେଣ୍ଟ ସହିତ ଭାଙ୍ଗି ସାରିଥିଲା। ତେଣୁ ପରବର୍ତ୍ତୀ ସମୟରେ କ୍ଷମତା ଲାଗି ବିଶ୍ଵାସଘାତକତା ଜରୁରୀ ଥିଲା। ନରେନ୍ଦ୍ର ମୋଦୀ ଅଯାଚିତ ଭାବରେ ରାଜ୍ୟସଭାରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିକୁ ପ୍ରଶଂସା କରିବା ଓ ଶରଦ ପାୱାରଙ୍କ ସହିତ ତାଙ୍କର ଦୀର୍ଘ ସାକ୍ଷାତ୍କାରର ଏକ ରାଜନୈତିକ ବାର୍ତ୍ତା ଅବଶ୍ୟ ରହିଥିଲା। ପାୱାର ଯେତେ କହିଲେ ମଧ୍ୟ, ଏହି ମହାନାଟକରେ ତାଙ୍କର ଭୂମିକା ନିଶ୍ଚୟ ରହିଛି। ଏଠି ସୂଚନା ଦିଆ ଯାଇପାରେ ଯେ ୨୦୧୪ରେ ମଧ୍ୟ ଏନସିପିର ପରୋକ୍ଷ ସହଯୋଗରେ ଦେବେନ୍ଦ୍ର ଫଡନବିସ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଶିବସେନାର ମୂଲଚାଲ ଛିଣ୍ଡି ନଥିବାରୁ ପ୍ରାଥମିକ ଭାବରେ ଏନସିପି ହିଁ ବିଜେପି ସରକାରକୁ ବଞ୍ଚାଇଥିଲା।

କ୍ଷମତା ରାଜନୀତିରେ ଏମିତି ବିକାକିଣା, ପ୍ରେମ ଓ ଧୋକା ହୋଇଥାଏ। ନୀତି ନୈତିକତା ର ରାଜନୀତି କେବଳ ଭକ୍ତଙ୍କୁ ଭକୁଆ କରିବା ପାଇଁ। ଯେଉଁମାନେ ବିଜେପିକୁ ଏକ ଆଦର୍ଶବାଦୀ ଦଳ ବୋଲି ଛାତି ବାଡେଇ କହନ୍ତି, ସେମାନଙ୍କ ଲାଗି ବାର୍ତ୍ତା ହେଉଛି, ବିଜେପି ହେଉଛି କଂଗ୍ରେସର ନୂଆ ସଂସ୍କରଣ। ବିଶ୍ଵାସଘାତକତାର ରାଜନୀତିରେ ବିଜେପି ଏବେ ସବୁଠୁ ଆଗରେ ଓ ଏହା ବିଜେପିର ସାମର୍ଥ୍ୟ ବୋଲି କହିବାରେ ଅସୁବିଧା ନାହିଁ।

ବିହାରରେ ଏ ପ୍ରକାର ବିଶ୍ଵାସଘାତକତା ର ନାଟକ ଆମେ ଆଗରୁ ଦେଖି ସାରିଛୁ। ଲାଲୁ ଯାଦବଙ୍କ ସହିତ ନିର୍ବାଚନ ଜିତି କେତେ ଚତୁରତାର ସହିତ ନୀତିଶ କୁମାର ଲାଲୁଙ୍କୁ ଛୁରି ମାରିଲେ, ତାହା ବେଶୀ ପୁରୁଣା କାହାଣୀ ନୁହେଁ। ଆଜି ଶିବସେନା ବା କଂଗ୍ରେସ ଯଦି ବିଶ୍ଵାସ ଘାତକତାର ଦୁହାଇ ଦେବେ, ତାର ବି କିଛି ଅର୍ଥ ନାହିଁ। ମାସ ମାସ ଧରି ସରକାର ଗଠନର ପ୍ରକ୍ରିୟା ଚାଲିଲେ, ସେଠି କିଛି ବି ଘଟିପାରେ।

ସବୁଠୁ ବଡ କଥା ହେଉଛି, ରାଜନୈତିକ ଦଳଙ୍କ ପାଖରେ ସଂଖ୍ୟା ସିନା ରହିଛି, ସେମାନଙ୍କ ଜନ୍ମ ଜାତକ ଅମିତ ଶାହଙ୍କ ପାଖରେ ଅଛି। ଅଜିତ ପାୱାରଙ୍କୁ କୌଣସି ବି ମୁହୂର୍ତ୍ତରେ ଜେଲ ପଠାଇବାକୁ ଚାହୁଁଥିବା ବିଜେପି ତାଙ୍କୁ ରାତାରାତି ଉପ ମୁଖ୍ୟମନ୍ତ୍ରୀ କରାଇବାରେ କୌଣସି ଅସୁବିଧା ନାହିଁ। ଦୂଷ୍ୟନ୍ତ ଚୌତାଲା ଓ ନୀତିଶ କୁମାରଙ୍କ ବିଶ୍ଵାସଘାତକତାର ନାଟକ ଦେଖିଥିବା ଲୋକେ, ଅଜିତ ପାୱାରଙ୍କୁ ଦେଖି ଚକିତ ହେବାର କୌଣସି କାରଣ ନାଇଁ।

ଜେଲ ଯିବା ଅପେକ୍ଷା ରାଜପଦ ଭୋଗିବାର ମଜା ଅଲଗା। ଆଜି ଅଜିତ ପାୱାର ଉପ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଆଗାମୀ ଦିନରେ ହୁଏତ ଶରଦ ପାୱାର ରାଷ୍ଟ୍ରପତି ହୋଇ ପାରନ୍ତି। ଆମକୁ ବୁଝିବାକୁ ପଡିବ ଯେ ଭାରତୀୟ ରାଜନୀତିରେ ବିଶ୍ଵାସଘାତକତା ହେଉଛି, ନୂଆ ନୈତିକତା। ବିଶ୍ଵାସଘାତକମାନେ ଥାନ୍ତି ବୋଲି କ୍ଷମତା ଲଢେଇ ନାଟକୀୟ ହୋଇଥାଏ। ତେଣୁ ଏହାକୁ ନେଇ ଖୁବ ବେଶୀ ଭାବ ପ୍ରବଣ ହେବାର ନାହିଁ।

 

AJITPAWAR devendrafadnavis maharastra sharadpawar uddhabthackrey
Share. Facebook Twitter LinkedIn Email WhatsApp Copy Link

Related Posts

୪୮ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ମିଳିବ ‘ଜାତୀୟ ଶିକ୍ଷକ ପୁରସ୍କାର’: ସମ୍ମାନିତ କରିବେ ରାଷ୍ଟ୍ରପତି

August 23, 2026

ସିଲିଗୁଡ଼ି କରିଡରର ସୁରକ୍ଷା ସମୀକ୍ଷା କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

August 23, 2026

୧୪୯ତମ ଏସ୍ଏଲ୍ଏସ୍ଡବ୍ଲ୍ୟୁସିଏ ବୈଠକରେ ୨୭୮୦ କୋଟିର ୧୪ ଶିଳ୍ପ ପ୍ରସ୍ତାବକୁ ଅନୁମୋଦନ

August 23, 2026

ଭାରତ ପ୍ରତି ସତର୍କ ରହିବାକୁ ଚେତାବନୀ ଦେଲେ ପାକିସ୍ତାନର ମନ୍ତ୍ରୀ: ଜାଣନ୍ତୁ କାରଣ

August 22, 2026
Latest News

ଦିଲ୍ଲୀରେ ସ୍ୱାଇନ୍ ଫ୍ଲୁ ର ଆତଙ୍କ!: ଏପର୍ଯ୍ୟନ୍ତ ୧୭୭୭ ମାମଲା ଚିହ୍ନଟ

August 23, 2026

ରାସନ କାର୍ଡ ଧାରକଙ୍କୁ ମିଳୁଛି ଶସ୍ତା ଚିନି: ଜାଣନ୍ତୁ କେଉଁମାନଙ୍କ ପାଇଁ ପ୍ରଯୁଜ୍ୟ?

August 23, 2026

ଅଷ୍ଟ୍ରେଲିଆର ବିଜୟ ପରେ WTC ପଏଣ୍ଟ ଟେବୁଲରେ ପରିବର୍ତ୍ତନ: ଭାରତ ପାଇଁ ଖୁସି ଖବର

August 23, 2026

୪୮ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ମିଳିବ ‘ଜାତୀୟ ଶିକ୍ଷକ ପୁରସ୍କାର’: ସମ୍ମାନିତ କରିବେ ରାଷ୍ଟ୍ରପତି

August 23, 2026

ଦିଲ୍ଲୀରେ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ: ଆଖିକୁ ଫିଙ୍ଗିଲେ ଲଙ୍କା ପାଉଡର

August 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.