Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ନିର୍ବାଚନ ଖବର»ପ୍ରଚାର ବିଗୁଲ ଫୁଙ୍କିଲେ କାର୍ତ୍ତିକ ପାଣ୍ଡିଆନ, ପଟାଙ୍ଗୀ ଓ ଲକ୍ଷ୍ମୀପୁରରେ ଜନସମାବେଶକୁ ଦେଲେ ଉଦବୋଧନ
ନିର୍ବାଚନ ଖବର

ପ୍ରଚାର ବିଗୁଲ ଫୁଙ୍କିଲେ କାର୍ତ୍ତିକ ପାଣ୍ଡିଆନ, ପଟାଙ୍ଗୀ ଓ ଲକ୍ଷ୍ମୀପୁରରେ ଜନସମାବେଶକୁ ଦେଲେ ଉଦବୋଧନ

April 25, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରଚାର ବିଗୁଲ ଫୁଙ୍କିଲେ
ପ୍ରଚାର ବିଗୁଲ ଫୁଙ୍କିଲେ କାର୍ତ୍ତିକ ପାଣ୍ଡିଆନ, ପଟାଙ୍ଗୀ ଓ ଲକ୍ଷ୍ମୀପୁରରେ ଜନସମାବେଶକୁ ଦେଲେ ଉଦବୋଧନ

ଭୁବନେଶ୍ବର: ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି କୋରାପୁଟ ଜିଲ୍ଲା ପଟାଙ୍ଗୀ ଓ ଲକ୍ଷ୍ମୀପୁରର ଦଶମନ୍ତପୁର ରୁ ନିର୍ବାଚନ ପ୍ରଚାର ଆରମ୍ଭ କରି ଦଳର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ଜିତାଇବାକୁ ନିବେଦନ କରିଛନ୍ତି। ଏହି ସଭାରେ ହଜାର ହଜାର ସଂଖ୍ୟାରେ ଉପସ୍ଥିତ ରହି ଜନସାଧାରଣ ଶ୍ରୀ ପାଣ୍ଡିଆନଙ୍କୁ ଭବ୍ୟ ସ୍ବାଗତ କରିଥିଲେ। ଉଭୟ ସଭାରେ ଅନେକ କଂଗ୍ରେସ ନେତା ଓ କର୍ମୀ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି।

ବିରୋଧୀଙ୍କୁ ନିଜ ଭାଷଣରେ ଶାଣିତ ଆକ୍ରମଣ କରି ଶ୍ରୀ ପାଣ୍ଡିଆନ କହିଲେ ଯେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଲକ୍ଷ ଲକ୍ଷ ଲୋକ ସ୍ବାସ୍ଥ୍ୟସେବା ପାଉଥିବା ବେଳେ, ଜଣେ କେନ୍ଦ୍ରମନ୍ତ୍ରୀ ଏହାକୁ ବନ୍ଦ କରିବାକୁ ଷଡଯନ୍ତ୍ର କରୁଛନ୍ତି। ଏପରିକି ମା ମାନଙ୍କୁ ଆମେ ଦୁବାଇ ପଠାଉଛୁ। ତାକୁ ବି ସେମାନେ ସହିପାରୁ ନାହାନ୍ତି। ସେ କାର୍ଯ୍ୟକ୍ରମକୁ ବନ୍ଦ କରିଦେଲେ। ଜନତା ତାଙ୍କୁ ଉଚିତ ଜବାବ ଦେବେ। ଏଠାରେ ଅନ୍ୟ ଦଳରୁ ଜଣେ ସାଂସଦ ହୋଇଛନ୍ତି। ଗତ ୫ ବର୍ଷ ମଧ୍ୟରେ ସେ କଣ କରିଛନ୍ତି, କେହି ଜାଣନ୍ତି ନାହିଁ।

ମୁଖ୍ୟମନ୍ତ୍ରୀଙ୍କ ଜୋରଦାର ରୂପାନ୍ତର କାମ ଦେଖି ବିରୋଧୀଙ୍କ ନିଦ ହଜିଯାଇଛି ବୋଲି ମତଦେଇ ସେ କହିଥିଲେ ଯେ ନିର୍ବାଚନ ସମୟରେ ବିରୋଧୀ ଦଳର ନେତାମାନେ ବହୁତ ବଡ ବଡ କଥା କୁହନ୍ତି, ନିର୍ବାଚନ ସରିଗଲେ ଖୋଜିଲେ ବି ମିଳନ୍ତି ନାହିଁ, ଓଡିଶା ପାଇଁ ସେମାନେ ଗୋଟିଏ ବି କାମ କରିନାହାନ୍ତି ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ।

ତେଣୁ ଆପଣମାନେ ଉଭୟ ବିଧାନସଭା ଓ ଲୋକସଭାରେ ବିଜୁ ଜନତା ଦଳର ପ୍ରାର୍ଥୀଙ୍କୁ ଦୁଇ ଥର ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କ ହାତକୁ ଟାଣ କରିବାକୁ ସେ ଆହ୍ବାନ ଦେଇଥିଲେ।

ଏହି ସଭାରେ ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଜନଜାତି ଭାଇଭଉଣୀ ମାନଙ୍କୁ ବହୁତ ଭଲ ପାଆନ୍ତି। ଆପଣମାନଙ୍କ ପାଇଁ ସେ ଦିନରାତି କାମ କରୁଛନ୍ତି। ଜନଜାତି କଳା ଓ ସଂସ୍କୃତିର ପ୍ରସାର ପାଇଁ ସେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି। ଆପଣମାନଙ୍କ ପିଲାମାନେ ଯେପରି ଭଲ ପାଠ ପଢି ଭଲ ମଣିଷ ହେବେ, ସେଥିପାଇଁ ମୁଖ୍ୟମନ୍ତ୍ରୀ 5T ସ୍କୁଲ ରୂପାନ୍ତର କରିଛନ୍ତି।

ମହିଳା ସଶକ୍ତିକରଣ ପ୍ରସଙ୍ଗ ଉଠାଇ ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ କଥାରେ ନୁହେଁ କାମରେ ବିଶ୍ବାସ କରନ୍ତି। ଲୋକସଭାରେ ମହିଳା ମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ବିଜୁ ଜନତା ଦଳ ବହୁ ଆଗରୁ ଦାବୀ କରିଆସିଛି, ପଦକ୍ଷେପ ବି ନେଇଛି। ଆମର ୨୧ ସାଂସଦ ପ୍ରାର୍ଥୀରୁ ଆମ ମୁଖ୍ୟମନ୍ତ୍ରୀ ୭ ଜଣ ମହିଳାଙ୍କୁ ପ୍ରାର୍ଥୀ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାମ ହିଁ କଥା କହେ।

ମହିଳା ସଶକ୍ତିକରଣ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ, କୋରାପୁଟ ଜିଲ୍ଲାରେ ଲକ୍ଷ୍ମୀ ବସ୍‌ ଯୋଗୁ ୪ ଲକ୍ଷ ମା ଉପକାର ପାଇଛନ୍ତି ବୋଲି ସେ କହିଥିଲେ। ସେହିପରି ଚାଷୀ ମାନଙ୍କୁ ମଧ୍ୟ କାଳିଆ ଯୋଜନାରେ ଆର୍ଥିକ ସୁବିଧା ଦିଆଯାଉଛି, ଫସଲ ବୀମାର ପ୍ରିମିଅମ ରାଜ୍ୟ ସରକାର ଦେଉଛନ୍ତି ଓ ସେମାନଙ୍କୁ ମଧ୍ୟ ବିନା ସୁଧରେ ଋଣ ଦିଆଯାଇ ସଶକ୍ତିକରଣ କରାଯାଉଛି।

ଏହି ଅବସରରେ ସେ ଜନସାଧାରଣଙ୍କୁ ଭେଟିଥିଲେ। ସରକାରଙ୍କ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ସାଧାରଣ ଲୋକଙ୍କ ବିଶ୍ବାସକୁ ମଜବୁତ କରିଛି ବୋଲି ସେ କହିଥିଲେ। ଲୋକଙ୍କଠାରୁ ଯାହା ପ୍ରସ୍ତାବ ପାଇଥିଲୁ, ସେଥିରୁ ୭୦ ରୁ ୮୦ ଭାଗ କାମ ଦୁଇ-ତିନି ମାସ ମଧ୍ୟରେ ପୂରଣ ହୋଇଛି । ଏହା ହେଉଛି ନବୀନଙ୍କ ଗ୍ୟାରେଣ୍ଟି ବୋଲି ସେ କହିଥିଲେ ।

ଏହି ସଭାରେ ସାଂସଦ ପ୍ରାର୍ଥୀ ଶ୍ରୀମତୀ କୌଶଲ୍ୟା ହିକକା ଓ ବିଧାନସଭା ପ୍ରାର୍ଥୀ ଶ୍ରୀ ପ୍ରଫୁଲ୍ଲ ପାଙ୍ଗୀ ଏବଂ ଲକ୍ଷ୍ମୀପୁର ବିଧାୟକ ପ୍ରାର୍ଥୀ ଶ୍ରୀ ପ୍ରଭୁ ଜାନି ଙ୍କ ସହିତ ବିଜୁ ଜନତା ଦଳର ଅନେକ ନେତା ଅଭିଭାଷଣ ରଖିଥିଲେ।

Election2024 odishaelection2024 ଓଡିଶାନିର୍ବାଚନ2024
Share. Facebook Twitter LinkedIn Email WhatsApp Copy Link

Related Posts

କଳିଙ୍ଗ ସାହିତ୍ୟ ମହୋତ୍ସବ ପକ୍ଷରୁ ୨୦୨୬ ବୁକ୍ ଆୱାର୍ଡସ ପାଇଁ ହିନ୍ଦୀ ସର୍ଟଲିଷ୍ଟ ଘୋଷଣା

July 9, 2026

ଅଷ୍ଟ୍ରେଲିଆ-ଭାରତ ସିଇଓ ଫୋରମ୍ କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

July 9, 2026

୨୦୦୦ ଟଙ୍କିଆ ନୋଟ୍ ଉପରେ ବଡ଼ ଅପଡେଟ୍: ଜରୁରୀ ସୂଚନା ଜାରି କଲା RBI

July 9, 2026

ଓଡ଼ିଶା ମାଟିରୁ ନୀଳ ବିପ୍ଳବର ଶୁଭାରମ୍ଭ, ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନର ଶୁଭାରମ୍ଭ କଲେ ଉପରାଷ୍ଟ୍ରପତି

July 9, 2026
Latest News

କଳିଙ୍ଗ ସାହିତ୍ୟ ମହୋତ୍ସବ ପକ୍ଷରୁ ୨୦୨୬ ବୁକ୍ ଆୱାର୍ଡସ ପାଇଁ ହିନ୍ଦୀ ସର୍ଟଲିଷ୍ଟ ଘୋଷଣା

July 9, 2026

ଅଷ୍ଟ୍ରେଲିଆ-ଭାରତ ସିଇଓ ଫୋରମ୍ କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

July 9, 2026

୨୦୦୦ ଟଙ୍କିଆ ନୋଟ୍ ଉପରେ ବଡ଼ ଅପଡେଟ୍: ଜରୁରୀ ସୂଚନା ଜାରି କଲା RBI

July 9, 2026

ଓଡ଼ିଶା ମାଟିରୁ ନୀଳ ବିପ୍ଳବର ଶୁଭାରମ୍ଭ, ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନର ଶୁଭାରମ୍ଭ କଲେ ଉପରାଷ୍ଟ୍ରପତି

July 9, 2026

NEET ପରେ UGC NET ମଧ୍ୟ ଲିକ୍!: ପ୍ରଶ୍ନ ପତ୍ର ୨.୫ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିବା ଅଭିଯୋଗ

July 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.