ବାଇକ୍ ରେଲି ମାଧ୍ୟମରେ ଜନତାଙ୍କ ଅଭିବାଦନ ଗ୍ରହଣ କଲେ ସମ୍ବିତ ପାତ୍ର ଓ ଉପାସନା ମହାପାତ୍ର

Published: Apr 22, 2024, 7:13 am IST

ବ୍ରହ୍ମଗିରି: ପୁରୀ ଲୋକସଭା ଅନ୍ତର୍ଗତ ବ୍ରହ୍ମଗିରି ବିଧାନସଭାରେ ଆୟୋଜିତ ବିରାଟ ବାଇକ୍ ରାଲିରେ ସାମିଲ ହୋଇ ଜନତା ଜନାର୍ଦ୍ଦନଙ୍କ ଅଭିବାଦନ ଗ୍ରହଣ କରିଛନ୍ତି ସମ୍ବିତ ପାତ୍ର ଓ ଉପାସନା ମହାପାତ୍ର। ଏହି ବାଇକ୍ ରାଲି ବ୍ରହ୍ମଗିରିର ବ୍ଲକ ଅଫିସରୁ ଆରମ୍ଭ ହୋଇ ରାୟବିଧର ପଞ୍ଚାୟତ ପର୍ଯ୍ୟନ୍ତ ଯାଇଥିଲା। ବାଇକ୍ ରାଲିରେ ୧୦୦୦ ବାଇକ୍ ସହ ୨୦୦୦ ବ୍ୟକ୍ତି ଭାଗ ନେଇଥିଲେ।

ଏହି ଅବସରରେ ସମ୍ବିତ ପାତ୍ର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ପୁରୀ ଲୋକସଭାର ଜନତାଙ୍କ ଦୃଢ଼ ବିଶ୍ୱାସ ରହିଛି। ଏଥର ପୁରୀ ଲୋକସଭା ସହିତ ବ୍ରହ୍ମଗିରି ବିଧାନସଭାରେ ମଧ୍ୟ ପଦ୍ମ ଫୁଟିବା ସୁନିଶ୍ଚିତ। ଏହା ସହିତ ସମ୍ବିତ ପାତ୍ର ବ୍ରହ୍ମଗିରିବାସୀଙ୍କ ଦ୍ଵାରା ମିଳିଥିବା ଅପାର ସ୍ନେହ ଏବଂ ସମର୍ଥନ ପାଇଁ ହୃଦୟରୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

Related posts