କାର୍ ଧକ୍କାରେ ବାଇକ୍ ଚାଳକ ଗୁରୁତର

Published: Apr 22, 2024, 12:15 pm IST

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ଥାନା ଅନ୍ତର୍ଗତ ଶ୍ୟାମଳାଇ ମନ୍ଦିର ଛକରେ ଆସ୍କା ଅଭିମୁଖେ ଯାଉଥିବା ଏକ କାର୍ ର ମୁହାଁମୁହିଁ ଧକ୍କା ଫଳରେ ହିଞ୍ଜିଳି ଥାନା ଅନ୍ତର୍ଗତ ନନ୍ଦିକ ଗ୍ରାମର ବିଭୁତି ଭୁଷଣ ପରିଡ଼ା ନାମକ ଜଣେ ଯୁବକ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଘଟଣାରୁ ଜଣାପଡିଛି ଯେ, ଆହତ ବିଭୁତି କୌଣସି କାମରେ ଆସି ନିକଟସ୍ଥ ବୁରୁପଡା ଗ୍ରାମରୁ ନିଜ ଗ୍ରାମ ନନ୍ଦିକ ଫେରୁଥିବା ବେଳେ ଉକ୍ତ ସ୍ଥାନରେ ନିଜେ ଚଳାଉଥିବା ମୋଟରସାଇକେଲ ଉକ୍ତ ମୁହାଁମୁହିଁ ଧକ୍କା ହୋଇଥିଲା। ଯାହା ଫଳରେ ସେ ଗୁରୁତର ଆହତ ହୋଇ ତଳେ ପଡ଼ିଗଲା ଓ ଅଞ୍ଚଳ ବାସିନ୍ଦା ଘଟଣାସ୍ଥଳରେ ପହଞ୍ଚି କାର୍ କୁ ଅଟକାଇ ରଖିବା ସହ ବିଭୁତି କୁ ଚିକିତ୍ସା ନିମନ୍ତେ ହିଞ୍ଜିଳି ଡାକ୍ତରଖାନାକୁ ପଠାଇଥିଲେ।

ଅବସ୍ଥା ଗୁରୁତର ହେବାରୁ ଡାକ୍ତର ମାନେ ତାକୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇଥିଲେ। ଖବର ପାଇ ହିଞ୍ଜିଳି ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡ଼ି ଜବତ କରି ଘଟଗାଁ ତଦନ୍ତ ଆରମ୍ଭ କରିଛନ୍ତି।

Related posts