ବାଣପୁର: ଗ୍ରାମର ସର୍ବାଙ୍ଗୀନ ବିକାଶ ଏବଂ ସରକାରୀ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଆଗେଇ ଆସିଛନ୍ତି ଯୁବଗୋଷ୍ଠୀ। ବାଣପୁର ମା’ ଉତ୍ତରାୟଣୀ ମନ୍ଦିର ପ୍ରାଙ୍ଗଣରେ ଭୀମପୁର ଓ ଗାଲୁଆ ଗ୍ରାମପଞ୍ଚାୟତର ଯୁବକମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।
ବାଣପୁର ମା’ଉତ୍ତରିୟଣୀ ମନ୍ଦିର ପ୍ରାଙ୍ଗଣରେ ଭୀମପୁର ଓ ଗାଲୁଆ ଗ୍ରାମପଞ୍ଚାୟତର ଯୁବକ ମାନଙ୍କୁ ନେଇ ଆଗାମୀ ଦିନରେ ଗ୍ରାମର ଉନ୍ନତିକରଣ ଓ ଆଗାମୀ ଦିନର ପଂଚାୟତ ନିର୍ବାଚନ ପାଇଁ ଆଲୋଚନା କରାଯାଇଥିଲା। ଏଥିରେ ଗାଲୁଆ ପଞ୍ଚାୟତର ଯୁବ ନେତା ତଥା ଭଗବତୀ ମଣ୍ଡଳ ସଂପାଦକ ସତ୍ୟନାରାୟଣ ତ୍ରିପାଠୀ(ବୁନୁ) ଆଗାମୀ ସଂଗଠନକୁ କିପରି ଆହୁରି ଉନ୍ନତି କରାଯିବ ତା ବିଷୟରେ ଅବଗତ କରାଇଥିଲେ । ଏଥିରେ ଯୁବ ଗୋଷ୍ଠୀ ସହମତ ସହ ଆଗାମୀ ଦିନରେ ସଂଗଠନକୁ ଆହୁରି ସୁଦୃଢ଼ ତଥା ପ୍ରତ୍ୟେକ ସରକାରୀ ଯୋଜନାକୁ ଲୋକଙ୍କ ପାଖରେ କିଭଳି ପହଞ୍ଚିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।


