ବନବିଭାଗ ପକ୍ଷରୁ ଶାଳ ପଟା ସହ ପିକଅପ୍ ଭ୍ୟାନ ଜବତ

Published: Apr 23, 2024, 8:03 pm IST

ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନବିଭାଗ ପକ୍ଷରୁ ଚଢାଉ କରି ଶୁଣ୍ଡିମୁଣ୍ଡା ଗ୍ରାମ ନିକଟରୁ୯୨ ଖଣ୍ଡ ଶାଳ କାଠ ପଟା ସହ ଏକ ପିକଅପ୍ ଭ୍ୟାନ ଜବତ କରାଯାଇଥିବା ବେଳେ ଅଭିଯୁକ୍ତମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି।

ବନ ବିଭାଗ ସୂତ୍ରରୁ ପ୍ରକାଶ ଯେ, ଶାଳ ପଟା ବେଆଇନ ଚୋରା ଚାଲାଣ ହେଉଥିବା ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା। ରେଢ଼ାଖୋଲ ବନଖଣ୍ଡ ଅଧିକାରୀ ଅରବିନ୍ଦ ମହାନ୍ତି ଙ୍କ ନିର୍ଦ୍ଦେଶ କ୍ରମେ ବନ ବିଭାଗ କର୍ମଚାରୀ ମାନେ ରେଢ଼ାଖୋଲ ରେଞ୍ଜ ଅଧୀନ ଶୁଣ୍ଡିମୁଣ୍ଡା ଗ୍ରାମ ରାସ୍ତା ନିକଟରେ ସଦଳବଳେ ଚଢ଼ାଉ କରିଥିଲେ। ଫଳରେ ବୋଲେରୋ ମେକ୍ସ ପିକଅପ୍ ଭ୍ୟାନ (ଓଡ଼ି ୦୨ ସିଏମ ୦୭୬୨) ନମ୍ବର ବିଶିଷ୍ଟ ଗାଡିରେ ବୋଝେଇ ହୋଇଥିବା ୯୨ ଖଣ୍ଡ ଶାଳ କାଠ ପଟା ଜବତ କରିଥିଲେ। ଏଥିରେ ବନବିଭାଗ ଚଢ଼ାଉ ବେଳେ ଅଭିଯୁକ୍ତମାନେ ଘଟଣା ସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଥିଲେ। ଏ ସଂକ୍ରାନ୍ତରେ ବନବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି।

Related posts