Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ପ୍ରାର୍ଥୀ ହେବା ନେଇ ବିଜେଡି ବିଜେପି ମୁହାଁମୁହିଁ
ଜାତୀୟ ଖବର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ପ୍ରାର୍ଥୀ ହେବା ନେଇ ବିଜେଡି ବିଜେପି ମୁହାଁମୁହିଁ

April 26, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ପ୍ରାର୍ଥୀ ହେବାକୁ ନେଇ ବିଜେଡି ବିଜେପି ମୁହାଁମୁହିଁ

ଭୁୁବନେଶ୍ୱର: ଓଡିଶା ବିଜେପି ନେତାମାନେ ଜାଣିଗଲେଣି, ୨୦୧୯ରେ ଯେଉଁଭଳି ହାରିଥିଲେ, ତାଠାରୁ ଆହୁରି ଦୟନୀୟ ଭାବେ ୨୦୨୪ରେ ହାରିବାକୁ ଯାଉଛନ୍ତି। ଯେଉଁଥିପାଇଁ ରାଜ୍ୟ ନେତାଙ୍କ ମୁଣ୍ଡ କାମ କରୁନି, ଆଉ ବାଚଳାମୀ ଆରମ୍ଭ କରିଥିବା କହିଛନ୍ତି ବିଜେଡି ସାଂସଦ ସୁଲତା ଦେଓ।

ଆଜି ବିଜେପି ତରଫରୁ ପୂର୍ବତନ ସଭାପତି ସମୀର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେଥିରେ ସେ ଅଭିଯୋଗ କରିଥିଲେ ଯେ, ମୁଖ୍ୟମନ୍ତ୍ରୀ ଦୁଇଟି ଆସନରୁ ଛିଡା ହେବାର କାରଣ ହେଲା ଯେ, ଜିତିବା ପରେ ଗୋଟିଏ ଆସନ ପାଣ୍ଡିଆନଙ୍କୁ ଲଢେଇ କରିବା ପାଇଁ ଦେବେ। ବର୍ତ୍ତମାନ ବିଜେଡିର ଦ୍ବିତୀୟ ନମ୍ବର ନେତା ହେଇଛନ୍ତି ପାଣ୍ଡିଆନ। ସେ ବିଜେଡିର ଷ୍ଟାର ପ୍ରଚାରକ ତାଲିକାର ଦ୍ବିତୀୟ ନମ୍ବରରେ ଅଛନ୍ତି। ଭବିଷ୍ୟତରେ ପାଣ୍ଡିଆନ ବିଜେଡି ମଙ୍ଗ ସମ୍ଭାଳିବା ପାଇଁ ନବୀନ ଏପରି କରିଛନ୍ତି ବୋଲି ସମୀର ମହାନ୍ତି ଅଭିଯୋଗ କରିଛନ୍ତି।

ଏହାର ଜବାବ ଦେବାକୁ ଯାଇ ଶ୍ରୀମତୀ ଦେଓ ଆଜି ଏଠାରେ ଗଣମାଧ୍ୟମକୁ କହିଛନ୍ତି ଯେ ଓଡିଶା ବିଜେପିର ଫେକ୍ ନ୍ୟୁଜ୍ ଫ୍ୟାକ୍ଟ୍ରୀରୁ ଯାହା କିଛି ମିଛ, ବିଭ୍ରାନ୍ତକାରୀ, ଭିତିହୀନ ଆଉ ନିରାଧାର କଥା ଲେଖିକି ଦିଆଯାଏ, ତାକୁ ନେତା ଆସି ଗଣମାଧ୍ୟମ ସାମ୍ନାରେ ପଢିଥାନ୍ତି । ସମୀର ମହାନ୍ତି, ଓଡିଶା ବିଜେପିର ସଭାପତି ଥିବା ସମୟରେ ପଞ୍ଚାୟତ ନିର୍ବାଚନରେ ଦଳ ଅତି ଶୋଚନୀୟ ଭାବେ ହାରିଥିଲା। ଯେଉଁଥିପାଇଁ ତାଙ୍କୁ ଦଳର ସଭାପତି ପଦରୁ ନିନ୍ଦିତ, ଅପମାନିତ କରି ହଟାଇ ଦିଆଯାଇଥିଲା।

ଏହି ଶକ୍ତ ଧକ୍କାରୁ ସେ ଏପର୍ଯ୍ୟନ୍ତ ମୁକୁଳିନାହାନ୍ତି। ତେଣୁ ତାଙ୍କୁ ଯାହା ଲେଖିକି ଦିଆଗଲା, ତାକୁ ଘୋଷା ଶୁଆ ଭଳି ଗାଇ ଦେଇ ଯାଉଛନ୍ତି। ଶୋଚନୀୟ ଭାବେ ନିର୍ବାଚନ ହାରିବା କଥା ଜାଣିବାରୁ, ଓଡିଶା ବିଜେପି ଏଭଳି ସୁଆଙ୍ଗ ରଚିବା କିଛି ନୂଆ କଥା ନୁହେଁ । ଅତୀତରେ ମଧ୍ୟ ଓଡିଶାବାସୀ ଏହାର ଉଚିତ୍ ଜବାବ ଦୋଇଛନ୍ତି, ଏହି ନିର୍ବାଚନରେ ମଧ୍ୟ ଦେବେ ବୋଲି ଶ୍ରୀମତୀ ଦେଓ କହିଛନ୍ତି।

Election2024 odishaelection2024
Share. Facebook Twitter LinkedIn Email WhatsApp Copy Link

Related Posts

ଫାଇନାଲରେ ସ୍ଥାନ ସୁରକ୍ଷିତ କଲା ଭାରତ: କର ବା ମର ପରିସ୍ଥିତିରେ ଆଫଗାନିସ୍ତାନ-ଶ୍ରୀଲଙ୍କା

June 18, 2026

ଜାତୀୟ ରାଜପଥରେ ଦୁଇ ପୃଥକ ସଡ଼କ ଦୁର୍ଘଟଣା; ଦୁଇ ଜଣଙ୍କ ମୃତ୍ୟୁ

June 18, 2026

ପୂର୍ବ ଶତ୍ରୁତାର କରୁଣ ପରିଣତି: ଭୁଜାଲି ଆକ୍ରମଣରେ ୱାର୍ଡ ସଭ୍ୟ ମୃତ, ଜଣେ ଗୁରୁତର

June 18, 2026

ଅନୁଗୁଳରେ ଡବଲ ଏନକାଉଣ୍ଟର

June 18, 2026
Latest News

ଫାଇନାଲରେ ସ୍ଥାନ ସୁରକ୍ଷିତ କଲା ଭାରତ: କର ବା ମର ପରିସ୍ଥିତିରେ ଆଫଗାନିସ୍ତାନ-ଶ୍ରୀଲଙ୍କା

June 18, 2026

ଜାତୀୟ ରାଜପଥରେ ଦୁଇ ପୃଥକ ସଡ଼କ ଦୁର୍ଘଟଣା; ଦୁଇ ଜଣଙ୍କ ମୃତ୍ୟୁ

June 18, 2026

ଶିବସେନା (ୟୁବିଟି)ରେ ଫାଟ, ଓୱେସିଙ୍କ କଟାକ୍ଷ – ‘ଶିକାରୀ ନୂଆ, ଜାଲ ପୁରୁଣା’

June 18, 2026

ପୂର୍ବ ଶତ୍ରୁତାର କରୁଣ ପରିଣତି: ଭୁଜାଲି ଆକ୍ରମଣରେ ୱାର୍ଡ ସଭ୍ୟ ମୃତ, ଜଣେ ଗୁରୁତର

June 18, 2026

ଆମେରିକା-ଇରାନ ମଧ୍ୟରେ ୧୪-ସୂତ୍ରୀ ଚୁକ୍ତି; ହର୍ମୁଜ୍ ପ୍ରଣାଳୀ ପୁନଃ ଖୋଲିବାକୁ ସମ୍ମତି

June 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.