Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ବିଶ୍ୱ ସ୍ତରରେ ଭାରତ ପାଇଁ ଗୌରବ ଆଣିଲା ଭାରତୀୟ ସେନା: ସମ୍ମାନିତ ହେଲେ ମେଜର ରାଧିକା ସେନ

ନୂଆଦିଲ୍ଲୀ: ଭାରତୀୟ ସେନା ପୁଣି ଥରେ ବିଶ୍ୱ ସ୍ତରରେ ଭାରତ ପାଇଁ ଗୌରବ ଆଣିଛି। ଭାରତୀୟ ସେନାର ମେଜର ରାଧିକା ସେନଙ୍କୁ ସମ୍ମାନଜନକ ଜେଣ୍ଡର ଆଡଭୋକେଟ୍ ପୁରସ୍କାରରେ ସମ୍ମାନିତ କରାଯିବ। ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ ଙ୍କ ମୁଖପାତ୍ର ଷ୍ଟିଫେନ୍ ଦୁଜାରିକ୍ ଏହି ଘୋଷଣା କରିଛନ୍ତି। ଦୁଜାରିକ୍ କହିଛନ୍ତି ଯେ, ଗୁଟେରସ୍ ଗୁରୁବାର ଦିନ ରାଧିକା ସେନ୍ ଙ୍କୁ ୨୦୨୩ ମିଲିଟାରୀ ଜେଣ୍ଡର ଆଡଭୋକେଟ୍ ଅଫ୍ ଦି ଇୟର ପୁରସ୍କାର ପ୍ରଦାନ କରିବେ। ମିଳିତ ଜାତିସଂଘର ଶାନ୍ତି ରକ୍ଷକଙ୍କ ଆନ୍ତର୍ଜାତୀୟ ଦିବସ ଭାବରେ ଏହା ପାଳନ କରାଯାଏ। ମିଳିତ ଜାତିସଂଘରେ କାର୍ଯ୍ୟ କରୁଥିବା ମହିଳା ସାମରିକ ଶାନ୍ତି ରକ୍ଷକଙ୍କ ମଧ୍ୟରେ ବର୍ତ୍ତମାନ ଭାରତର ଏକାଦଶ ବୃହତ୍ତମ ଅବଦାନ ରହିଛି।

ସମ୍ମାନଜନକ ଜେଣ୍ଡର ଆଡଭୋକେଟ୍ ପୁରସ୍କାର ୨୦୦୦ ସୁରକ୍ଷା ପରିଷଦର ସଂକଳ୍ପକୁ ପ୍ରୋତ୍ସାହିତ କରିବାରେ ଶାନ୍ତି ରକ୍ଷକଙ୍କ ଉଦ୍ୟମକୁ ସ୍ୱୀକୃତି ଦେଇଥାଏ ଯାହା ଦ୍ ଦ୍ଵାରା ବିବାଦୀୟ ଅଞ୍ଚଳରେ ମହିଳା ଏବଂ ବାଳିକାମାନଙ୍କୁ ଯୌନ ହିଂସାରୁ ରକ୍ଷା କରିବାକୁ ଚେଷ୍ଟା କରାଯାଏ। ମେଜର ସୁମନ ଗାୱାନୀଙ୍କ ପରେ ସେନ୍ ହେଉଛନ୍ତି ଦ୍ୱିତୀୟ ଭାରତୀୟ ଶାନ୍ତି ରକ୍ଷକ। ସୁମନ ଗାୱାନି ଦକ୍ଷିଣ ସୁଦାନରେ ମିଳିତ ଜାତିସଂଘ ମିଶନ ସହିତ କାମ କରିଥିଲେ ଏବଂ ୨୦୧୯ରେ ଏହି ପୁରସ୍କାର ଗ୍ରହଣ କରିଥିଲେ। ଜାତିସଂଘର ଶାନ୍ତି ରକ୍ଷା କାର୍ଯ୍ୟରେ ଥିବା ୬ ହଜାର ୬୩ ଭାରତୀୟ କର୍ମଚାରୀଙ୍କ ମଧ୍ୟରୁ ୧ ହଜାର ୯୫୪ ଜଣ ମୋନୋସ୍କୋ ସହିତ କାମ କରନ୍ତି, ସେମାନଙ୍କ ମଧ୍ୟରୁ ୩୨ ଜଣ ମହିଳା।

ରାଧିକା ସେନ୍ ଏକ ଆଦର୍ଶ:

ଗୁଟେରସ୍ ଙ୍କ ଅଭିନନ୍ଦନ ଜଣାଇବାବେଳେ ସେ ରାଧିକା ସେନ୍ ଏକ ଆଦର୍ଶ ବୋଲି କହିଥିଲେ। ମିଳିତ ଜାତିସଂଘ ଅନୁଯାୟୀ, ରାଧିକା ସେନ୍ ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋରେ ମିଳିତ ଜାତିସଂଘ ମିଶନ୍ ସହିତ କାର୍ଯ୍ୟ କରିଥିଲେ, ଯେଉଁଠାରେ ସେ ଉତ୍ତର କିଭୁରେ ଏକ ଆଲର୍ଟ ନେଟୱାର୍କ ସୃଷ୍ଟି କରିବାରେ ସାହାଯ୍ୟ କରିଥିଲେ, ସମ୍ପ୍ରଦାୟର ସଦସ୍ୟ, ଯୁବକ ଏବଂ ମହିଳାମାନଙ୍କୁ ସୁରକ୍ଷା ପାଇଁସଶକ୍ତ କରିବାକୁ ଗୋଟିଏ ପ୍ଲାଟଫର୍ମ ସୃଷ୍ଟି ହେଲା।]

ରାଧିକା ଆଇଆଇଟି ବମ୍ବେରୁ ସ୍ନାତକୋତ୍ତର:

ରାଧିକା ସେନ୍ ହିମାଚଳ ପ୍ରଦେଶର ବାସିନ୍ଦା। ସେ ଜଣେ ବାୟୋଟେକ୍ ଇଞ୍ଜିନିୟର। ଯେତେବେଳେ ସେନାରେ ଯୋଗଦେବାକୁ ନିଷ୍ପତ୍ତି ନେଇଥିଲେ ସେତେବେଳେ ରାଧିକା ଆଇଆଇଟି ବମ୍ବେରେ ମାଷ୍ଟର ଡିଗ୍ରୀ ପଢୁଥିଲେ। ୧୯୯୩ ରେ ଜନ୍ମ ହୋଇଥିବା ମେଜର ସେନ୍ ଆଠ ବର୍ଷ ପୂର୍ବେ ଭାରତୀୟ ସେନାରେ ଯୋଗ ଦେଇଥିଲେ। ଏହା ପରେ ସେ ଗୋଟିଏ ପରେ ଗୋଟିଏ ସିଧି ଚଢିଲେ। ସେ ୨୦୨୩ ମସିହାରେ ଇଣ୍ଡିଆନ୍ ରାପିଡ୍ ନିୟୋଜନ ବାଟାଲିୟନ ସହିତ ଏନଗେଜମେଣ୍ଟ ପ୍ଲାଟୁନ୍ କମାଣ୍ଡର ଭାବରେ ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ (ମୋନୋସ୍କୋ) ରେ ନିଯୁକ୍ତି ପାଇଥିଲେ ଏବଂ ଏପ୍ରିଲ୍ ୨୦୨୪ ରେ ତାଙ୍କର କାର୍ଯ୍ୟକାଳ ଶେଷ କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଜାତିସଂଘରେ ଇସ୍ରାଏଲକୁ ଝଟକା ଦେଲା ଭାରତ, ଖୋଲାଖୋଲି ପାଲେଷ୍ଟାଇନକୁ କଲା ସମର୍ଥନ

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ପାଲେଷ୍ଟାଇନ ବିଷୟରେ ଭାରତ ଏକ ବଡ଼ ବିବୃତ୍ତି ଦେଇଛି, ଯାହା ଇସ୍ରାଏଲ ପାଇଁ ଏକ ଝଟକା ବୋଲି କୁହାଯାଉଛି। ବାସ୍ତବରେ ମିଳିତ ଜାତିସଂଘରେ ଇସ୍ରାଏଲ ଏବଂ ପାଲେଷ୍ଟାଇନ ପାଇଁ ଦୁଇ ରାଜ୍ୟ ସମାଧାନକୁ ଭାରତ ସମର୍ଥନ କରିଛି। ଜାତିସଂଘର ଏକ ବୈଠକରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କାମ୍ବୋଜ କହିଛନ୍ତି ଯେ, ଦୁଇ ରାଜ୍ୟ ସମାଧାନକୁ ସମର୍ଥନ କରିବା ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ, ଯେଉଁଠାରେ ପାଲେଷ୍ଟାଇନର ଲୋକମାନେ ନିରାପଦ ସୀମା ମଧ୍ୟରେ ଏକ ସ୍ଵାଧୀନ ଦେଶରେ ରହିପାରିବେ।

ମିଳିତ ଜାତିସଂଘରେ ପାଲେଷ୍ଟାଇନର ଆବେଦନକୁ ପୁନର୍ବିଚାର କରିବା ବିଷୟରେ ସେ କହିଥିଲେ। ଭାରତର ଏହି ପଦକ୍ଷେପ ଇସ୍ରାଏଲ ପାଇଁ ଏକ ଝଟକା ବୋଲି କୁହାଯାଉଥିବାବେଳେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ପାଲେଷ୍ଟାଇନ ରାଜ୍ୟକୁ ବିପଦ ଭାବରେ ଦେଖୁଛନ୍ତି।

ପ୍ରକାଶ ଯେ, ଜାତିସଂଘର ସଦସ୍ୟତା ପାଇଁ ପାଲେଷ୍ଟାଇନ ନିକଟରେ ଆବେଦନ କରିଥିଲା, ଯାହା ଆମେରିକାର ଭିଟୋ କାରଣରୁ ପାସ ହୋଇପାରିନଥିଲା। ଶ୍ରୀମତୀ କାମ୍ବୋଜ କହିଛନ୍ତି ଯେ, ଆମେ ଆଶା କରୁଛୁ ଯେ ଉପଯୁକ୍ତ ସମୟରେ ଏହାର ପୁନର୍ବିଚାର କରାଯିବ ଏବଂ ମିଳିତ ଜାତିସଂଘର ସଦସ୍ୟ ହେବା ପାଇଁ ପାଲେଷ୍ଟାଇନର ଉଦ୍ୟମକୁ ସମର୍ଥନ କରାଯିବ।

ଏହି ବୈଠକରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କାମ୍ବୋଜ ମଧ୍ୟ ହାମାସକୁ ନିନ୍ଦା କରିଛନ୍ତି। ଅକ୍ଟୋବର ୭ ତାରିଖ ୨୦୨୩ରେ ହାମାସ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା। ଆତଙ୍କବାଦକୁ ଠିକ କୁହାଯାଇପାରିବ ନାହିଁ ବୋଲି ସେ କହିଛନ୍ତି। ଭାରତ ସର୍ବଦା ଆତଙ୍କବାଦ ବିରୋଧରେ ରହିଆସିଛି। ଆମେ ମଧ୍ୟ ସମସ୍ତ ବନ୍ଧକଙ୍କୁ ନିସର୍ତ୍ତମୂଳକ ମୁକ୍ତ କରିବାକୁ ଦାବି କରୁଛୁ। କାମ୍ବୋଜ ଗାଜାରେ ଆନ୍ତର୍ଜାତୀୟ ନିୟମ ଏବଂ ମାନବିକ ନିୟମ ଅନୁସରଣ କରିବାକୁ କହିଥିଲେ।

ଏହି ସମୟରେ କାମ୍ବୋଜ ଗାଜାର ଲୋକଙ୍କ ପାଇଁ ସହାୟତା ବୃଦ୍ଧି ପାଇଁ ମଧ୍ୟ କହିଥିଲେ। ସେ କହିଥିଲେ ଯେ, ପରିସ୍ଥିତିକୁ ସୁଧାରିବା ପାଇଁ ଲୋକଙ୍କୁ ସାହାଯ୍ୟ କରିବା ଆବଶ୍ୟକ। ଗାଜାବାସୀଙ୍କୁ ମାନବିକ ସହାୟତା ବୃଦ୍ଧି କରିବାର ତୁରନ୍ତ ଆବଶ୍ୟକତା ରହିଛି। ସମସ୍ତଙ୍କୁ ଏକାଠି ହେବାକୁ ସେ ଅନୁରୋଧ କରିଥିଲେ। ସେ କହିଛନ୍ତି ଯେ, ଆମେ ଏ ବାବଦରେ ମିଳିତ ଜାତିସଂଘ ଏବଂ ଆନ୍ତର୍ଜାତୀୟ ସମ୍ପ୍ରଦାୟର ଉଦ୍ୟମକୁ ସ୍ୱାଗତ କରୁଛୁ। ପାଲେଷ୍ଟାଇନବାସୀଙ୍କୁ ଭାରତ ମାନବିକ ସହାୟତା ପ୍ରଦାନ କରିଛି ଏବଂ ଏହା ଜାରି ରଖିବ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଜାତିସଂଘ ଅଧିକାରୀଙ୍କ ବିପକ୍ଷରେ ମାନହାନି ମୋକଦ୍ଦମା କରିବେ ସୁବ୍ରମଣ୍ୟମ ସ୍ବାମୀ

ନୂଆଦିଲ୍ଲୀ : ମିଳିତ ଜାତିସଂଘର ଜନୈକ ଅଧିକାରୀଙ୍କ ବିରୋଧରେ ମାନହାନି ମୋକଦ୍ଦମା ଦାୟର କରିବାକୁ ଯାଉଛନ୍ତୀ ବିଜେପି ସାଂସଦ ସୂବ୍ରମଣ୍ୟମ ସ୍ବାମୀ । ମିଳିତ ଜାତିସଂଘର ସାଧାରଣ ସମ୍ପାଦକ ରହିଥିବା ଆଡମା ଡିଏଙ୍ଗଙ୍କ ବିରୋଧରେ ମାମଲା ଦାୟର କରିବା ନେଇ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ସ୍ବାମୀ । ଏହା ସହିତ ସମାନ ଟ୍ବିଟ୍‌ରେ ବିଜେପି କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡାଙ୍କୁ ଧନ୍ୟବାଦ ଜଣାଇବା ସହିତ ବୈଦେଶିକ ମନ୍ତ୍ରାଳୟକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଏହା ସହିତ ଡିଏଙ୍ଗକୁ ମିଳୁଥିବା ଖବରର ବୈଧତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ସିଏଏ ବିରୋଧୀ ଆନ୍ଦୋଳନ ସମୟରେ ଡିଏଙ୍ଗ ଭାରତର ପ୍ରୟାସକୁ ସମାଲୋଚନା କରିବା ସହିତ ସ୍ବାମୀଙ୍କୁ ମଧ୍ୟ ସମାଲୋଚନା କରିଥିଲେ । ତେବେ ସ୍ବାମୀ ଏହାକୁ ଖଣ୍ଡନ କରିବା ସହିତ ସେ ସଂସଦରେ କିମ୍ବା ସଂସଦ ବାହାରେ କୌଣସି ସମ୍ପ୍ରଦାୟ ବିରୋଧୀ ବୟାନ ଦେଇନାହାନ୍ତି ବୋଲି ସ୍ବାମୀ ମତ ଦେଇଛନ୍ତି ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ମିସାଇଲ୍‌ ଆକ୍ରମଣରେ 80 ପ୍ରାଣହାନି ନେଇ ଇରାନ୍‌ର ଦାବି

ନୂଆଦିଲ୍ଲୀ : ମିସାଇଲ୍‌ ଆକ୍ରମଣରେ 80 ଜଣଙ୍କ ପ୍ରାଣହାନି ହୋଇଥିବା ନେଇ ଇରାନ୍‌ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । କମାଣ୍ଡର କାସି ସୋଲେମାନିଙ୍କ ହତ୍ୟା ବିରୋଧରେ ଇରାକରେ ଅବସ୍ଥାପିତ ଆମେରିକୀୟ ବେସ୍‌ ଉପରକୁ କରାଯାଇଥିବା ଆକ୍ରମଣରେ 80 ଜଣଙ୍କ ପ୍ରାଣହାନି ଘଟିଥିବା ନେଇ ଇରାନ୍‌ ପକ୍ଷରୁ ଦାବି କରାଯାଇଛି । ଇରାନ୍‌ ବୈଦେଶିକ ମନ୍ତ୍ରୀ ଜାଭେଦ୍‌ ଜାରିଫ୍‌ ଟ୍ବିଟ୍‌ କରି ଏହି ସୂଚନା ଦେଇଛନ୍ତି । ଏହି ଆକ୍ରମଣ ଆମେରିକା ଉପରେ ନୁହେଁ ବରଂ ଆମର ସେନାଧ୍ୟକ୍ଷଙ୍କୁ ହତ୍ୟା କରିଥିବା କିଛି ଆତଙ୍କୀଙ୍କ ଉପରେ ବୋଲି ଜାରିଫ୍‌ ସ୍ପଷ୍ଟୀକରଣ ଦେଇଛନ୍ତି । ମିଳିତ ଜାତିସଂଘର ଧାରା 51 ଅନୁଯାୟୀ ଆତ୍ମରକ୍ଷା ପାଇଁ ଏହି ଆକ୍ରମଣ କରାଯାଇଛି ବୋଲି ଜାରିଫ୍‌ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ମଙ୍ଗଳବାର ରାତି 3.20 ମିନିଟ୍‌ରେ ଦୁଇ ଆମେରିକୀୟ ବେସ୍‌ ଉପରେ 15 କ୍ଷେପଣାସ୍ତ୍ର ମାଡ କରାଯାଇଥିଲା । (ଏଜେନ୍ସୀ)