Categories
ଆଜିର ଖବର ଜାତୀୟ ଖବର

ୟୁପି ସୀମାରେ ଫଶି ରହିଛନ୍ତି ପ୍ରାୟ ପାଞ୍ଚ ହଜାର ଶ୍ରମିକ, ଭୋକ ଉପାସରେ ପଡି ରହିଛନ୍ତି ମହିଳା ସମେତ ଶିଶୁ

ଉତ୍ତରପ୍ରଦେଶ : କରୋନା ଭାଇରସ୍‌ କାରଣରୁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି । ଲକ୍ ଡାଉନ୍‌ ଯୋଗୁଁ ସବୁଠୁ ଅଧିକ ପ୍ରଭାବିତ ହେଉଛନ୍ତି ଗରିବ ତଥା ଶ୍ରମିକମାନେ। ଏବେ ଉତ୍ତରପ୍ରଦେଶର ମହୋବାରେ ୟୁପି-ମଧ୍ୟପ୍ରଦେଶ ବର୍ଡରଠାରେ ପ୍ରାୟ ପାଞ୍ଚ ହଜାର ଶ୍ରମିକମାନେ ଫସି ଯାଇଛନ୍ତି । ନିଜ ଘରକୁ ଯିବା ପାଇଁ  ଅନ୍ୟ ରାଜ୍ୟରୁ ଚାଲି ଚାଲି ଆସି ଏବେ ଏହି ଶ୍ରମିକମାନ ଏଠାରେ ପହଞ୍ଚିଛନ୍ତି । କିନ୍ତୁ ଉତ୍ତରପ୍ରଦେଶରେ ସେମାନଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯାଉ ନାହିଁ ।

ଉତ୍ତରପ୍ରଦେଶରେ  ମହୋବା ଜିଲ୍ଲାର ମଧ୍ୟପ୍ରଦେଶ ସୀମାଠାରେ ଏକ ହୃଦୟ ଥରା ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ ଗୁଜୁରାତ, ମହାରାଷ୍ଟ୍ରର ଆସିଥିବା ଅନେକ ଶ୍ରମିକ ଫସି ଯାଇଛନ୍ତି । ଲକ୍‌ ଡାଉନ୍‌ କାରଣରୁ ଏହି ଶ୍ରମିକମାନେ ନାଚାର ହୋଇପଡିଛନ୍ତି । ପ୍ରବଳ ଗ୍ରୀଷ୍ମ ସତ୍ତ୍ବେ ସେମାନେ ଖୋଲା ଆକାଶ ତଳେ ବସି ରହିଛନ୍ତି । ଏହି ଶ୍ରମିକମାନେ ମହିଳା ଓ ଶିଶୁ ମଧ୍ୟ ସାମିଲ୍‌ ରହିଛନ୍ତି । ଭୋକ- ଉପାସରେ ସେମାନଙ୍କ ଅବସ୍ଥା ସଂକଟାପନ୍ନ ରହିଥିବାବେଳେ ନିଜ ଘରକୁ ଯିବା ପାଇଁ ବାଟରେ ବସିଛନ୍ତି ।

ଏ ସମସ୍ତ ଶ୍ରମିକ ଉତ୍ତରପ୍ରଦେଶ ସୀମାରେ ପ୍ରବେଶ କରି ନିଜ ଘରକୁ ଯିବା ପାଇଁ ଚାହୁଁଥିବାବେଳେ ତାଙ୍କୁ ସୀମା ପାର୍‌ ପାଇଁ ଅନୁମତି ମିଳୁନାହିଁ । ସୀମା ଉପରେ ଜିଲ୍ଲା ପୋଲିସ୍‌ ଓ ପ୍ରଶାସନିକ ଅଧିକାରୀମାନେ ପ୍ରହରା ଦେବା ସହ ସୀମା ପାର୍‌ ପାଇଁ ଅନୁମତି ଦେଉନାହାନ୍ତି ।

ମିଳିଥିବା ସୂଚନା ଅନୁସାରେ ମହୋବା ଜିଲ୍ଲା କେମାହା ଗ୍ରାମ ନିକଟରେ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶର ସୀମା ରହିଛି । ଏଠାରେ ବହୁ ସଂଖ୍ୟକ ଶ୍ରମିକ ନିଜ ଘରକୁ ଯିବା ପାଇଁ ବସିଥିବାବେଳେ ସେମାନଙ୍କୁ ଆସିବାକୁ ଅନୁମତି ମିଳୁନାହିଁ । ଗୋଟିଏ ପଟରେ ଏହି ଶ୍ରମିକମାନଙ୍କୁ ମହୋବା ଜିଲ୍ଲା ପ୍ରଶାସନ ତାଙ୍କୁ ସୀମାରେ ପ୍ରବେବଶ କରିବାକୁ ଅନୁମତି ଦେଉନଥିବାବେଳେ ଅପରପକ୍ଷରେ ମଧ୍ୟପ୍ରଦେଶ ସରକାର ମଧ୍ୟ ଏହି ଶ୍ରମିକମାନଙ୍କୁ ଫେରାଇ ନେଉନାହାନ୍ତି । ଏକ ଅସହାୟ ପରିସ୍ଥିତିରେ ଏହି ଶ୍ରମିକମାନେ ଦୁଇ ଜିଲ୍ଲାରେ ସୀମାରେ ଫଶି ରହିଛନ୍ତି ।