Categories
ଆଜିର ଖବର ଜାତୀୟ ଖବର

କୃଷକ ଦୁର୍ଘଟଣା କଲ୍ୟାଣ ଯୋଜନାକୁ ୟୁପି କ୍ୟାବିନେଟ୍‌ର ମୋହର : ପାଞ୍ଚ ଲକ୍ଷ ଟଙ୍କାର ମିଳିବ ସହାୟତା ରାଶି

ଉତ୍ତରପ୍ରଦେଶ : କୃଷକ ଦୁର୍ଘଟଣା କଲ୍ୟାଣ ଯୋଜନାକୁ ୟୁପି କ୍ୟାବିନେଟ୍‌ ମୋହର ଲଗାଇଛି । ଏହି ଯୋଜନା ମୁତାବକ କ୍ଷେତରେ କାମ କରୁଥିବା ସମୟରେ କୃଷକ କିମ୍ବା ତାର ପରିବାରର କୌଣସି ସଦସ୍ୟଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟେ ତେବେ ସରକାରଙ୍କ ପକ୍ଷରୁ ପାଞ୍ଚ ଲକ୍ଷ ଟଙ୍କାର ସହାୟତା ରାଶି ଦିଆଯିବ। ଏହା ବ୍ୟତୀତ ଦୁର୍ଘଟଣାରେ ଯଦି କୃଷକଙ୍କ ପରିବାର  ଲୋକଙ୍କ ୬୦ ପ୍ରତିଶତରୁ ଅଧିକ ଦିବ୍ୟାଙ୍ଗ ହୋଇଯାଏ ତେବେ ଦୁଇ ଲକ୍ଷ ଟଙ୍କାର ସହାୟତା ରାଶି ସରକାରଙ୍କ ପକ୍ଷରୁ ପ୍ରଦାନ କରାଯିବ। ଏଥିରେ ୧୮ ବର୍ଷରୁ ୭୦ ବର୍ଷ ବୟସର କୃଷକ ଓ ତାର ପରିବାର ଲୋକଙ୍କୁ ସାମିଲ ହେବେ। ଏହି ଯୋଜନା ୨୦୧୪ ସେପ୍ଟେମ୍ବର ୨୦୧୯ରୁ ପିଛିଲା ଭାବେ ଲାଗୁ  ହେବ। ମୁଖ୍ୟମନ୍ତ୍ରୀ କୃଷକ ଦୁର୍ଘଟଣା କଲ୍ୟାଣ ଯୋଜନା ଆଧାରରେ ରାଜ୍ୟର ସୀମାନ୍ତ କୃଷକ, ଲଘୁ, ମଧ୍ୟମ, ବଡ଼ କୃଷକଙ୍କୁ ସାମିଲ କରାଯିବ। ଏହି ଯୋଜନାରେ ଉତ୍ତର ପ୍ରଦେଶର ଦୁଇକୋଟି ୩୮ ଲକ୍ଷ ୨୨ ହଜାର କୃଷକ ଉପକୃତ ହେବେ। (ଏଜେନ୍ସି)