Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଅଜବ ପ୍ରେମର ଗଜବ କାହାନୀ : ନିଜ ଦେହରେ ନିଆଁ ଲଗାଇ ଗାର୍ଲଫ୍ରେଣ୍ଡକୁ କଲେ ପ୍ରପୋଜ

ଲଣ୍ଡନ :  ପ୍ରେମିକାକୁ ମନାଇବା ପାଇଁ କିଏ କେତେ ପ୍ରକାରର ଉପାୟ ଅବଲମ୍ବନ କରିଥାଏ । କିନ୍ତୁ ଜଣେ ବ୍ୟକ୍ତି ନିଜ ପ୍ରେମିକାକୁ ପ୍ରପୋଜ କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇଥିବାର ଦେଖଶଯାଇଛି । ଲଣ୍ଡନର ଜଣେ ବ୍ୟକ୍ତି ନିଜ ଗାର୍ଲଫ୍ରେଣ୍ଡକୁ ପ୍ରପୋଜ କରିବା ପାଇଁ ଏମିତି କାର୍ଯ୍ୟ କରିଛନ୍ତି, ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ବ୍ରିଟେନର ଜଣେ ଷ୍ଟଣ୍ଟମ୍ୟାନ୍‌ ରିକି ଏସ୍‌ ଅଲଗା ଅନ୍ଦାଜରେ ନିଜ ଗାର୍ଲଫ୍ରେଣ୍ଡକୁ ପ୍ରପୋଜ କରିଛନ୍ତି । ବିପଦପୂର୍ଣ୍ଣ ଉପାୟରେ ସେ ଏପରି କାର୍ଯ୍ୟ କରିଛନ୍ତି । ନିଜ ଶରୀରରେ ନିଆଁ ଲଗାଇ ଆଣ୍ଠୁରେ ବସି ନିଜ ପ୍ରେମିକାକୁ ପ୍ରପୋଜ କରିଛନ୍ତି ଏହି ବ୍ୟକ୍ତି । ତେବେ ବ୍ୟକ୍ତି ପ୍ରପୋଜ କରିବାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ୍‌ ହୋଇଛି ।

ଷ୍ଟଣ୍ଟମ୍ୟାନ୍‌ ରିକି ନିଜ ପ୍ରେମିକା କ୍ୟାଟରୀନା ଡବ୍‌ସନ୍‌ଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେବା ପାଇଁ ଏକ ଭିନ୍ନ ଉପାୟ ଅବଲମ୍ବନ କରିଛନ୍ତି । ନିଜେ ଜଣେ ଷ୍ଟଣ୍ଟମ୍ୟାନ୍‌ ହୋଇଥିବାରୁ ସେ ଏଥିପାଇଁ ପୂର୍ବ ପ୍ରସ୍ତୁତି କରିଥିଲେ । ଦେହରେ ନିଆଁ ଲଗାଇ ପ୍ରେମିକାକୁ ପ୍ରପୋଜ କରିଥିବାବେଳେ ତାଙ୍କର କିଛି କ୍ଷତି ହୋଇନଥିବାର ଜଣାପଡିଛି ।

ଏହି ଭାଇରାଲ୍‌ ଭିଡିଓରେ ନିଆଁ ଲାଗିବା ପୂର୍ବରୁ ନିଆଁ ଲିଭାଇବା  ତଥା ସୁରକ୍ଷିତ ଉଦ୍ଧାର ହେବା ପାଇଁ ସମସ୍ତ ପ୍ରସ୍ତୁତି କରିଥିଲେ।  ଏହି ଭିଡିଓରେ ସେ ନିଜ ଦେହରେ ନିଆଁ ଲଗାଇବା ସହିତ ଆଣ୍ଠୁରେ ବସି ଥିବାର ଦେଖାଯାଇଛି ।

ରିକିଙ୍କ ଗାର୍ଲଫ୍ରେଣ୍ଡ ଜଣେ ନର୍ସ ଥିବାର ସୂଚନା ରହିଛି । ଦୁହେଁ ଅନ୍‌ଲାଇନ୍‌ରେ ସାକ୍ଷାତ ହୋଇଥିଲେ । ରିକି 27 ବର୍ଷ ଧରି ଷ୍ଟଣ୍ଟମ୍ୟାନ୍‌ର କାର୍ଯ୍ୟ କରୁଛନ୍ତି । (ଏଜେନ୍ସି)