ନୂଆଦିଲ୍ଲୀ: ଭାରତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡୋନାଲ୍ଡ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏହି ପୋଷ୍ଟରେ କହିଛନ୍ତି ଯେ, ଆପଣଙ୍କର ଏହି ଐତିହାସିକ ନିର୍ବାଚନର ବିଜୟ ପାଇଁ ମୋର ବନ୍ଧୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଉଛି। ଯେହେତୁ ଆପଣ ଆପଣଙ୍କର ପୂର୍ବ କାର୍ଯ୍ୟକାଳର ସଫଳତାକୁ ଆଗକୁ ବଢାଉଛନ୍ତି, ମୁଁ ଭାରତ-ଆମେରିକାର ବିସ୍ତୃତ ବୈଶିକ ଏବଂ ରଣନୈତିକ ଭାଗିଦାରୀକୁ ଆହୁରି ମଜବୁତ ଓ ନବୀକରଣ କରିବାକୁ ଅପେକ୍ଷା କରିଛି। ଆସନ୍ତୁ ଆମ ଲୋକଙ୍କ କଲ୍ୟାଣ ପାଇଁ ଏବଂ ବିଶ୍ୱ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ପାଇଁ ଏକତ୍ର କାର୍ଯ୍ୟ କରିବା।
Tag: US Elections 2024
ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇବ। ତେବେ ଏହାର ଫଳାଫଳ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଡୋନାଲ୍ଡ ଟ୍ରମ୍ଫ ଏବେ ଡେମୋକ୍ରାଟିକ ପ୍ରାର୍ଥୀ କମଲା ହାରିସ୍ ଙ୍କ ଠାରୁ ବହୁତ ଆଗରେ ଅଛନ୍ତି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଡୋନାଲ୍ଡ ଟ୍ରମ୍ପ ତୃତୀୟ ଥର ପାଇଁହ୍ଵାଇଟ ହାଉସରେ ପହଞ୍ଚି ପାରନ୍ତି। ୨୦୨୦ ରେ ଟ୍ରମ୍ପ ନିର୍ବାଚନରେ ହାରିଥିଲେ।
ଫକ୍ସ ନ୍ୟୁଜ୍ ଟ୍ରେଣ୍ଡ ଅନୁଯାୟୀ, ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ୨୬୭ ଇଲେକ୍ଟୋରାଲ କଲେଜ ଭୋଟ ଏବଂ ଡେମୋକ୍ରାଟିକ ପ୍ରାର୍ଥୀ କମଲା ହାରିସଙ୍କୁ ୨୧୬ ଇଲେକ୍ଟୋରାଲ କଲେଜ ଭୋଟ ମିଳିଥିବା ସୂଚନା ରହିଛି।
ନୂଆଦିଲ୍ଲୀ: ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଏପର୍ଯ୍ୟନ୍ତ ୨୪ ଟି ରାଜ୍ୟରେ ଜିତିଛନ୍ତି ଏବଂ ୫ ଟି ରାଜ୍ୟରେ ଆଗୁଆ ଅଛନ୍ତି। ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ଡେମୋକ୍ରାଟିକ୍ ପ୍ରାର୍ଥୀ କମଲା ହାରିସ୍ ଏପର୍ଯ୍ୟନ୍ତ ୧୭ ଟି ରାଜ୍ୟ ଜିତିଛନ୍ତି। ଏହା ସହିତ ସେ ୩ ଟି ରାଜ୍ୟରେ ଅଗ୍ରଣୀ ଅଛନ୍ତି।
ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ତଥା ଅର୍ଥନୈତିକ ମହାଶକ୍ତି ଦେଶ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ପାଇଁ ଭୋଟ୍ ଗଣନା କରାଯାଉଛି। ବର୍ତ୍ତମାନ ଡୋନାଲ୍ଡ ଟ୍ରମ୍ପ ଏବଂ କମଲା ହାରିସଙ୍କ ମଧ୍ୟରେ କଡ଼ା ପ୍ରତିଯୋଗିତା ଦେଖିବାକୁ ମିଳୁଛି। ଆମେରିକୀୟ ମିଡିଆ ଫକ୍ସ ନ୍ୟୁଜ୍ ଅନୁଯାୟୀ, ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ୨୩୨ ଭୋଟ ଏବଂ କମଲା ହାରିସ୍ ୨୧୧ ଭୋଟ ପାଇଛନ୍ତି। ଏଭଳି ପରିସ୍ଥିତିରେ ନିର୍ବାଚନୀ ରଣନୀତିଜ୍ଞମାନେ ଭବିଷ୍ୟତବାଣୀକୁ ନେଇ ବହୁ ସଂଖ୍ୟକରେ ରାଜନୀତି ସହ ଷ୍ଟକ୍ ମାର୍କେଟର ଘଟଣା ଉପରେ ନିର୍ଭର କରିଥାଏ।
ଆମେରିକାର ଏକଜିଟ୍ ପୋଲରେ ଆକଳନ କିପରି ଥିଲା?:
ଆମେରିକାର ଏକଜିଟ୍ ପୋଲ୍ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଉପରାଷ୍ଟ୍ରପତି କମଲା ହାରିସଙ୍କ ମଧ୍ୟରେ କଡ଼ା ପ୍ରତିଯୋଗିତା ପୂର୍ବାନୁମାନ କରିଥିଲା। ଅନୁମାନ ଏବଂ ସୂଚନାନୁସାରେ ଏହିପରି କିଛି ଘଟୁଥିବା ଦୃଢ ସଂକେତ ମିଳିଛି। ସଦ୍ୟତମ ଖବର ଅନୁଯାୟୀ ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ୨୪ ଟି ରାଜ୍ୟ ଜିତି ୬ ଟିରେ ଆଗୁଆ ଅଛନ୍ତି। ତାଙ୍କର ପ୍ରତିଯୋଗୀ କମଲା ହାରିସ୍ ୧୩ ଟି ରାଜ୍ୟ ଜିତିଛନ୍ତି ଏବଂ ୫ ରେ ଆଗୁଆ ଅଛନ୍ତି।