ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗୋପାଳପୁର ସହରରେ ଅବସ୍ଥିତ ଏକ ହୋଟେଲରେ କୌଣସି କଥାକୁ ନେଇ କିଛି ଯୁବକ ହୋଟେଲ କର୍ମଚାରୀ ଓ ସାଧାରଣ ଗ୍ରାହକ ମାନଙ୍କୁ ମାରଧର କରିବା ସହ ହୋଟେଲ ଭିତରେ ଭଙ୍ଗାରୁଜା କରିବା ସହ ବହୁ ଆସବାବପତ୍ର ନଷ୍ଟ କରିଥିଲେ। ଏଭଳି ପରିସ୍ଥିତିରେ ଅଭିଯୋଗ ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରି ଅଭିଯୁକ୍ତ ଯୁବକମାନେ ବ୍ୟବହାର କରିଥିବା ମୋଟରସାଇକେଲ ନମ୍ବରକୁ ଯାଞ୍ଚ କରି ୯ ଅଭିଯୁକ୍ତଙ୍କୁ ଅଟକ ରଖିଥିଲା। ଗଣେଶ ଡାକୁଆ, ଅନୀଲ ନାୟକ, କାହ୍ନୁଚରଣ ପ୍ରଧାନ, ତେଜେଶ୍ଵର ରାଓ, ନାରାୟଣ ସାହୁ, ମଦନମୋହନ ସାହୁ, ଅଂଶୁମାନ ସାହୁ, ମହାରାଷ୍ଟ୍ର ମାନକୁଡ ଥାନା ଅଞ୍ଚଳର ସାଙ୍କେତ କାନ୍ଦ୍ରେକର୍ ଓ କର୍ଣ୍ଣାଟକ ୟାଦଗିରି ଥାନା ଅଞ୍ଚଳର ରୋହିତ ରାଥୋଡ୍ ନାମକ ଯୁବକ ମାନଙ୍କୁ ଚିହ୍ନଟ କରି ଥାନାରେ ଜେରା କରିବା ପରେ ଏକ ମାମଲା ନଂ ୬୩୮/୨୬ ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇଥିଲା। ଏବଂ ପରେ ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ମାନଙ୍କ ଠାରୁ ଗୋଟିଏ ବୁଲେଟ୍ ମୋଟରସାଇକେଲ ୨ ଟି ସ୍କୁଟି ଜବତ କରାଯାଇଛି।


