Categories
ବିଶେଷ ଖବର ରାଜ୍ୟ ଖବର

ନୂଆ ଦାୟିତ୍ବ ନେବା ପରେ ପାଣ୍ଡିଆନଙ୍କୁ ସ୍ବାଗତ କଲେ ରାଜ୍ୟ ସରକାରଙ୍କ ବିଭିନ୍ନ ସଂଗଠନ

ଭୁବନେଶ୍ବର: ର।ଜ୍ୟ ସରକାରଙ୍କ ବିଭିନ୍ନ ସେବା ସଙ୍ଗଠନ ଆଜି ୫ଟି ଏବଂ ନବୀନ ଓଡିଶାର ଅଧ୍ୟକ୍ଷ ଶ୍ରୀ ଭି.କେ ପାଣ୍ଡିଆନଙ୍କୁ ନବୀନ ନିବାସରେ ଭେଟି ଅଭିନନ୍ଦନ ଜଣାଇଛନ୍ତି। ୫ଟି ଇନିସିଏଟିଭ୍ ଏବଂ ନବୀନ ଓଡିଶାର ଅଧ୍ୟକ୍ଷ ଭାବରେ ନୂତନ ଭୂମିକା ଗ୍ରହଣ କରିଥିବାରୁ ସେମାନେ ଖୁସି ବ୍ୟକ୍ତ କରିଛନ୍ତି।

ସେମାନେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ହ।ସଲ କରି ସେ ରାଜ୍ୟର ପରିବର୍ତ୍ତନକୁ ଆଗେଇ ନେଉଛନ୍ତି। ବର୍ତ୍ତମାନ ନୂଆ ଦାୟିତ୍ବ ପରେ ପରିବର୍ତ୍ତନ ଆହୁରି ଅଧିକ ସ୍ପଷ୍ଟ ହେବ ବୋଲି ସେମାନେ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି।

ସମସ୍ତ ସହଯୋଗ ପ।ଇଁ ଶ୍ରୀ ଭି.କେ ପାଣ୍ଡିଆନ୍ ଆସୋସିଏସନ୍ ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସରକାରୀ କଳ ରାଜ୍ୟର ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ପ୍ରକୃତ ପରିବର୍ତ୍ତନ ଆଣିବାକୁ ପ୍ରତିଶ୍ରୁତିବଦ୍ଧ। ଶ୍ରୀ ପାଣ୍ଡିଆନ ଓଡିଶାର ଲୋକ କଲ୍ୟାଣ ପାଇଁ ସମସ୍ତଙ୍କ ସହଯୋଗ ଲୋଡିଥିଲେ।

୫ଟି ଅଧ୍ୟକ୍ଷଙ୍କୁ ଭେଟିଥିବା ଆସୋସିଏସନ୍ ଗୁଡିକ ହେଉଛନ୍ତି ଓଡିଶା ସଚିବାଳୟ ସେବା ସଂଘ, ଓଡିଶ। ସଚିବାଳୟ ପିଏସ ଏବଂ ପିଏ ସେବା ସଂଘ, ଓଡିଶା ରାଜସ୍ୱ ଅମଲା ସଙ୍ଘ, ଆଉଟସୋର୍ସିଂ କର୍ମଚାରୀ ଫେଡେରେସନ୍, ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ସଂଘ, ଭିଏଚ୍ ଆସୋସିଏସନ୍, କେନ୍ଦୁ ପତ୍ର କର୍ମଚରୀ ମହ।ସଙ୍ଘ, ଆରବିଏସସି ଆୟୁଷ ଡାକ୍ତର ସଂଘ, ଓଡିଶା ଏଚଓଡି ମନ୍ତ୍ରୀ ସଂଘ, ସରକ।ରୀ ଉଚ୍ଚ ବିଦ୍ୟ।ଳୟ ସିବିଟି ଶିକ୍ଷକ ସଂଘ ପ୍ରମୁଖ ରହିଛନ୍ତି।

ସେହିଭଳି ସରକ।ରୀ ହ।ଇସ୍କୁଲ ଏନପିଏସ୍ ଶିକ୍ଷକ ସଂଘ, ଏସଟି ଏବଂ ଏସସି ଲେଡି ମ୍ୟାଟ୍ରନ୍ ଆସୋସିଏସନ୍, ଓଡିଶା ହେଡ୍ ସେକ୍ସନ୍ ଅଫିସର୍ସ ଆସୋସିଏସନ୍, ଫରେଷ୍ଟ ଡିଏଲ୍ଆର୍ ଆସୋସିଏସନ୍, ମଲ୍ଟି ପର୍ପୋଜ୍ ହେଲଥ୍ ୱ।ର୍କର୍ସ ଆସୋସିଏସନ୍, ଓଡିଶ। ପୋଲିସ୍ ସର୍ଭିସେସ୍ ଆସୋସିଏସନ୍, ଓଡିଶା ପୋଲିସ୍ ଆସୋସିଏସନ୍, ଓଡିଶା ପୋଲିସ୍ ହାଭିଲଦ।ର, ସିପାହୀ ଏବଂ କନଷ୍ଟେବଲ୍ ଆସୋସିଏସନ୍, ସମସ୍ତ ଓଡିଶା ଆୟୁଷ ଡ।କ୍ତର ସଂଘ ତାଙ୍କୁ ଭେଟିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଭିକେ ପାଣ୍ଡିଆନ ଚାକିରୀ ଛାଡିବା ପରେ ଏବେ ବିରୋଧୀ ଦଳ ତାଙ୍କ ନିଷ୍ପତିକୁ ସ୍ବାଗତ କରିବେ ତ ?

ଭୁବନେଶ୍ବର: ହଠାତ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5ଟି ସଚିବ ଭି କେ ପାଣ୍ଡିଆନ ସତରେ ଚାକିରୀ ଛାଡିଦେବେ ବୋଲି ବିରୋଧୀ ଦଳ ବିଶ୍ବାସ କରୁ ନ ଥିଲେ। କାରଣ ସେମାନେ ଭାବୁଥିଲେ ଯେ, ଭି କେ ପାଣ୍ଡିଆନ ଚାକିରୀ ଛାଡିଲେ କିଛି କରିପାରିବେ ନାହିଁ। ସେଥିପାଇଁ ସେମାନେ ପୂର୍ବରୁ ପଣ୍ଡିଆନ ଚାକିରୀ ଛାଡି ରାଜନୀତି କରନ୍ତୁ ବୋଲି ଆହ୍ବାନ ଦେଇ ଆସୁ ଥିଲେ।

ଏବେ ତାହା ହିଁ ହେଲା। ଭି କେ ପାଣ୍ଡିଆନ ଚାକିରୀ ଛାଡି କ୍ୟାବିନେଟ ପାହ୍ୟା ଦାୟିତ୍ବ ଗ୍ରହଣ କଲେ। ହେଲେ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ବିରୋଧୀ ବିଜେପି ଓ କଂଗ୍ରେସ। କାରଣ ପାଣ୍ଡିଆନଙ୍କ ଚାକିରୀରୁ ଇସ୍ତଫା ଦେବା ଘଟଣାକୁ କେମିତି ବିରୋଧ କରିବେ ତାହାର ରାସ୍ତା ପାଇପାରୁ ନାହାଁନ୍ତି। କେଉଁଆଡୁ ଆରମ୍ଭ କରିବେ ତାହା କହିବା ତାଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି।

ତେବେ ପାଣ୍ଡିଆନ ଚାକିରୀ ଛାଡି ସିଧା ରାଜନୀତି କରନ୍ତୁ ବୋଲି ସେମାନେ ଆଗରୁ ଯେଉଁ ଆହ୍ବାନ ଦେଇଥିଲେ ତାକୁ ଆଉ ଢୋକିପାରୁ ନାହାଁନ୍ତି। ସେଥିପାଇଁ ପାଣ୍ଡିଆନଙ୍କ ଏହି ଇସ୍ତଫା ଘଟଣାକୁ ସେମାନେ ମାପିଚୁପି ମନ୍ତବ୍ୟ ଦେଉଛନ୍ତି। ବିଜେପି ସଭାପତି ମନମୋହନ ସାମଲ ନା ପୁରୁଣା କଥାକୁ ଲୁଚାଇ ପାରୁଛନ୍ତି ନା ନୂଆ କଥାକୁ ସ୍ବାଗତ କରିପାରୁଛନ୍ତି।

ମନମୋହନ କହିଛନ୍ତି ଯେ, ଆମେ ଆଗରୁ କହିଥିଲୁ, ସେ ଚାକିରୀରୁ ଇସ୍ତଫା ଦେଇ ପ୍ରତ୍ୟେକ୍ଷ ରାଜନୀତି କରନ୍ତୁ। ତାହା ହି କରିଛନ୍ତି। ବିଜେପି ତାହାର ନୀତି ଆଦର୍ଶରେ ରହିଛି। ଭବିଷ୍ୟତରେ ରହିବ ମଧ୍ୟ। ଆମେ ତାଙ୍କର ଚାକିରୀ ଓ ରାଜନୀତି ଗୋଟିଏ ନ କରିବା ପାଇଁ ଆହ୍ବାନ କରିଥିଲୁ। ଏଣିକି ଖୋଲା ରାଜନୀତି ହେବ।

ସେହିପରି ପାଣ୍ଡିଆନଙ୍କ ଇସ୍ତଫାକୁ କେନ୍ଦ୍ର ସରକାର ଗ୍ରହଣ କରିବା ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ। କଂଗ୍ରେସ କହିଛି ଯେ, ସେ ଶୁକ୍ରବାରରେ କେନ୍ଦ୍ର ସରକାରଙ୍କୁ ଇସ୍ତଫା ପତ୍ର ପଠାଇଲେ। ଏହାପରେ ଶନି ରବି ଦୁଇଦିନ ଛୁଟି ଅଛି। ସେହିପରି ସୋମ ମଙ୍ଗଳ ମଧ୍ୟ ଛୁଟି ରହିଛି। ଏହି ଛୁଟିରେ ତାଙ୍କର ଇସ୍ତଫାକୁ ଗ୍ରହଣ କରି ବିଜ୍ଞପ୍ତି ପ୍ରକାଶ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

କଂଗ୍ରେସ ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ, ଆଗରୁ ଆମେ ବିଜେଡି ବିଜେପି ଭାଇଭାଇ ବୋଲି କହି ଆସିଛୁ। ଏହାର ପ୍ରମାଣ ଗୋଟିଏ ପରେ ଗୋଟିଏ ମିଳୁଛି। ପୂର୍ବରୁ ବହୁ ପ୍ରମାଣ ମିଳିସାରିଛି, ବର୍ତ୍ତମାନ ପାଣ୍ଡିଆନଙ୍କ ଇସ୍ତଫାକୁ କେନ୍ଦ୍ର ସରକାର ତରବରିଆ ଭାବେ ଗ୍ରହଣ କରିବାରୁ ସ୍ପଷ୍ଟ ହୋଇଛି ଯେ, ବିଜେଡି ବିଜେପି ଭାଇଭାଇ ଘଟଣା ସତକଥା। ଉଭୟ ଦଳ ଶାସନ କ୍ଷମତାକୁ ଆସିବା ପାଇଁ ଏକ ଷଡଯନ୍ତ୍ର କରୁଛନ୍ତି।

ତେବେ ପାଣ୍ଡିଆନଙ୍କୁ ନେଇ ରାଜନୈତିକ ବିଶେଷଜ୍ଞଙ୍କ ଭିନ୍ନ ମତ। ତାହା ହେଲା ପାଣ୍ଡିଆନ ରାଜ୍ୟ ସରକାରରେ ଏକ ବଡ ପଦବୀରେ ରହିବା ନିଶ୍ଚିତ ଭାବେ ଆଗାମୀ ରାଜନୀତିରେ ଏକ ବଡ ପରିବର୍ତ୍ତନର ସମ୍ଭାବନା ରହିଛି। ବର୍ତ୍ତମାନ ପାଣ୍ଡିଆନଙ୍କ ପୂର୍ବର କ୍ଷମତା ଯାହା ଥିଲା ତାହା ରହିଲା। ହେଲେ ବାକି ରହିଲା ସେ ବିଜେଡିରେ କେବେ ଯୋଗଦେବେ। ତେବେ ପାଣ୍ଡିଆନଙ୍କ ଇସ୍ତଫା ରାଜ୍ୟ ବିରୋଧୀ ଦଳ ପାଇଁ ବୁମେରାଂ ହୋଇଯାଇଛି।

ସମୀକ୍ଷକଙ୍କ କହିବା କଥା ବିରୋଧୀ ଆଗରୁ କହୁଥିଲେ ଯେ, ପାଣ୍ଡିଆନ ଚାକିରୀ ଛାଡି ସିଧା ରାଜନୀତିରେ ଯୋଗ ଦିଅନ୍ତୁ ଆମେ ସ୍ବାଗତ କରିବୁ। ଏବେ ତ ତାହା ହିଁ ହେଲା, ସେଥିପାଇଁ ବିରୋଧୀ ଦଳ ପାଣ୍ଡିଆନଙ୍କ ଏହି ପଦକ୍ଷେପକୁ ସ୍ବାଗତ କରିବାର ଆବଶ୍ୟକତା ରହିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସରିଲା ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ, ରୋକି ପାରିଲା ନାହିଁ ବିରୋଧୀ ଦଳର ମିଳିତ ତାକତ୍

ଭୁବନେଶ୍ବର: ଇତିମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସଚିବ ତଥା 5T ସଚିବ ଭି କେ ପାଣ୍ଡିଆନ ତାଙ୍କର ଜିଲ୍ଲା ଗସ୍ତ ଶେଷ କରିଛନ୍ତି। ଏହି ଗସ୍ତକାଳରେ ସେ ଓଡିଶାର 147 ଟି ନିର୍ବାଚନ ମଣ୍ଡଳୀ ପରିଦର୍ଶନ କରିସାରିଛନ୍ତି। ଏହି ଗସ୍ତରେ ସାରା ଓଡିଶାବାସୀଙ୍କୁ ସେ ନବୀନ ସରକାରଙ୍କର ସଫଳତାର ସ୍ବାଦ ବାଣ୍ଟି ଦେଇଛନ୍ତି। ଯାହା ନିର୍ବାଚନ ପୂର୍ବରୁ ବିଜେଡି ସରକାର ପାଇଁ ଏକ ବଡ ବରଦାନ ସଦୃଶ୍ୟ ହୋଇପାରିଛି। ନବୀନ ସରକାର ଲୋକଙ୍କ ସହିତ ଅଛନ୍ତି ବୋଲି ତାହାର ପ୍ରମାଣ କରି ଦେଖାଇ ଦେଲେ ଭିକେ ପାଣ୍ଡିଆନ।

ପାଣ୍ଡିଆନ ଯେପରି ମାରଥନ ଜିଲ୍ଲା ଗସ୍ତ କଲେ ସେପରି ନବୀନ ପଟ୍ଟନାୟକ କରିଥାଆନ୍ତେ କି ନାହିଁ ତାହା ଭିନ୍ନ କଥା। ହେଲେ ତାଙ୍କର ପ୍ରତିନିଧି ଭାବେ ସେ ସବୁକୁ କରି ଦେଖାଇ ଦେଲେ ଭି କେ ପାଣ୍ଡିଆନ। ତାଙ୍କ ଗସ୍ତ ବେଳେ ସବୁଠାରୁ ବଡ କଥା ହେଲା ସେ କେବେ କେଉଁଠି ମୁଖ୍ୟମନ୍ତ୍ରୀଙ୍କ ନାମ ନେବାକୁ ଭୁଲି ନାହାଁନ୍ତି। ସବୁ ସ୍ଥାନରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ ପଠାଇଛନ୍ତି ବୋଲି କହି ଆସିଛନ୍ତି। ଆପଣଙ୍କ ସମସ୍ୟା ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ପଠାଇଛନ୍ତି ବୋଲି ବାରମ୍ବାର ଉଚ୍ଚାରଣ କରିଛନ୍ତି।

ଶେଷରେ ପରିସ୍ଥିତି ଏପରି ହୋଇଥିଲା ଯେ ମୁଖ୍ୟମନ୍ତ୍ରୀ ତାଙ୍କୁ ପଠାଇଛନ୍ତି ବୋଲି ସଭାରେ ନିଜକୁ ପ୍ରମାଣିତ କରିବାକୁ ପଡିଥିଲା। କାରଣ ମୁଖ୍ୟମନ୍ତ୍ରୀ ତାଙ୍କୁ ପଠାଇଥିବା ନେଇ ବିରୋଧୀଙ୍କ ସନ୍ଦେହ ସୃଷ୍ଟି ହେଲା। ଶେଷରେ ମୁଖ୍ୟମନ୍ତ୍ରୀ ତାଙ୍କୁ ପଠାଇଛନ୍ତି ବୋଲି ଲୋକଙ୍କ ଆଗରେ ଅଡିଓ ଭିଡିଓ ପ୍ରମାଣ ଦେବାକୁ ପଡିଥିଲା। ଏପରିକି ସେ ସିଧା ଲୋକଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କୁ ଲାଇଭ ଭିଡିଓ ମାଧ୍ୟମରେ ମଧ୍ୟ କଥା କରାଇବାକୁ ପଡିଥିଲା। ଏପରି କରିବା ପରେ ବିରୋଧୀଙ୍କ ମୁହଁ ଆପେ ବନ୍ଦ ହୋଇଯାଇଥିଲା।

ଅନ୍ୟପଟେ ତାଙ୍କୁ କାହିଁକି ଲୋକମାନେ ଫୁଲ ବୃଷ୍ଟି କରୁଛନ୍ତ ଏବଂ ସ୍ବାଗତ କରୁଛନ୍ତି ବୋଲି ମଧ୍ୟ ପ୍ରଶ୍ନ ଉଠାଇଥିଲେ ବିରୋଧୀ। ତାହାକୁ ମଧ୍ୟ ପାଣ୍ଡିଆନଙ୍କୁ ସାମନା କରିବାକୁ ପଡିଥିଲା। ଏହାକୁ ବିରୋଧ କରି ବିରୋଧୀ ଦଳ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲେ। କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ନୋଟିସ ମଧ୍ୟ ମୁଖ୍ୟ ଶାସନ ସଚିବଙ୍କ ପାଖକୁ ଆସିଲା। କାର୍ଯ୍ୟାନୁଷ୍ଠାନ ହେଉ କି ନାହିଁ , ହେଲେ ଏହି ଚିଠି ପରେ ପାଣ୍ଡିଆନଙ୍କ ଗସ୍ତ ଏଥର ବନ୍ଦ ହୋଇଯିବ ବୋଲି ବିରୋଧୀ ଭାବି ନେଲେ।

ହେଲେ ଆଶ୍ଚର୍ଯ୍ୟର କଥା ଏହି ଚିଠି ପରେ ପାଣ୍ଡିଆନଙ୍କ ଗସ୍ତ କାର୍ଯ୍ୟକ୍ରମ ଆହୁରି ବଢିଯାଇଥିଲା। ପୂର୍ବରୁ ସେ ଦୁଇ ତିନୋଟି ସ୍ଥାନ ଗସ୍ତ କରୁଥିଲେ, ହେଲେ ଏହି ଚିଠି ପରେ ସେ ଗୋଟିଏ ଗୋଟିଏ ଜିଲ୍ଲାର ଚାରି ପାଞ୍ଚୋଟି ସ୍ଥାନରେ ସଭା କଲେ। ଏହାପରେ ବିରୋଧୀଙ୍କ ରାଗ ଆହୁରି ପଞ୍ଚମକୁ ଉଠି ଯାଇଥିଲା। ସେମାନେ ତାଙ୍କ ଗସ୍ତ ସମୟରେ କଳାପତାକା ଦେଖାଇ ବିରୋଧ କଲେ, ସଭା ଭଣ୍ଡୁର କରିବାକୁ ପ୍ରଚେଷ୍ଠା ମଧ୍ୟ କରିଥିଲେ। ହେଲେ ସେଥିରେ ମଧ୍ୟ ପାଣ୍ଡିଆନଙ୍କ ଗସ୍ତରେ ରୋକ ଲାଗି ପାରି ନ ଥିଲା।

ସବୁ କ୍ଷେତ୍ରରେ ବିରୋଧୀ ବିଫଳ ହେବା ପରେ ତାଙ୍କ ମୁହଁକୁ କାଳି ଫୋପାଡିବା ପରି ଅବସ୍ଥା ମଧ୍ୟ କଲେ। ଏପରି କରି ବିରୋଧୀ ଭାବି ନେଲେ ଯେ, ଏବେ ପାଣ୍ଡିଆନ ଗସ୍ତ କାର୍ଯ୍ୟକ୍ରମ ବନ୍ଦ ହୋଇଯିବ। କିନ୍ତୁ ଫଳ ହେଲା ଓଲଟା,ସେହି କାଳି ବୋଳା ଦେହରେ ସେ ଲୋକଙ୍କୁ ଭେଟିଲେ। ମହିଳାମାନେ କାନ୍ଦିକାନ୍ଦି ତାଙ୍କ ପଣତ କାନିରେ ପାଣ୍ଡିଆନଙ୍କ ମୁହଁରୁ କଳା ପୋଛି ଦେଲେ। ସାଧାରଣ ଜନତା ପାଣ୍ଡିଆନଙ୍କୁ ନେଇ ଏପରି ଭାବ ବିହ୍ବୋଳ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଫଳରେ ପାଣ୍ଡିଆନଙ୍କ ଉପରକୁ ଢଳା ଯାଇଥିବା କାଳିରେ ବିରୋଧୀଙ୍କ ମୁହଁ କଳା ପଡି ଯାଇଥିଲା।

କହିବାକୁ ଗଲେ ପାଣ୍ଡିଆନ ରାଜନୀତି କରି ନ ଥିଲେ ମଧ୍ୟ ରାଜନୈତିକ ଦଳକୁ କିପରି ସାବାଡ କରାଯାଇପାରିବ ତାହାର ତରିକା ବେଶ ଭଲଭାବେ ଜାଣିଛନ୍ତି। ନଚେତ ଏତେ ଶକ୍ତିଶାଳୀ ବିରୋଧୀଙ୍କୁ ଚକମା ଦେଇ ସେ ସଫଳତାର ସହ ଏହି ଗସ୍ତ ଶେଷ କରିପାରି ନ ଥାଆନ୍ତେ। ପାଣ୍ଡିଆନ ଯେତେବେଳେ ପ୍ରଥମେ ଗସ୍ତ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ସେତେବେଳୁ ସେ ଜାଣି ସାରିଥିଲେ ଯେ, ବିରୋଧୀ ଦଳ କଣ କରିବେ, ଆଉ ତାହାକୁ କିପରି ମୁକାବିଲା କରାଯାଇପାରିବ।

ବିରୋଧୀ ଏହିପରି ବାରମ୍ବାର ବିରୋଧ କରିବା ସତ୍ବେ ପାଣ୍ଡିଆନଙ୍କ ଗସ୍ତ କାର୍ଯ୍ୟକ୍ରମରେ କେହି ବିରାମ ଲଗାଇପାରିଲେ ନାହିଁ। ଲୋକଙ୍କୁ ଭେଟିବାରେ ପାଣ୍ଡିଆନଙ୍କୁ କୌଣସି ତାକତ ଦୂରେଇ ପାରିଲା ନାହିଁ। ଫଳରେ ବିରୋଧୀ ଦଳରେ ପୁରା ହତାସ ଭାବ ପରିଲକ୍ଷିତ ହେବାରେ ଲାଗିଛି। ଏବେ ସେମାନେ ସବୁ କିଛି ଛାଡିଦେଇ ପାଣ୍ଡିଆନ ଗସ୍ତ ବେଳେ କେତେ ଟଙ୍କା ଖର୍ଚ୍ଚ ହୋଇଛି, ହେଲିକାପ୍ଟର ଭଡା କେତେ ତାହାର ହିସାବ କରିବାରେ ଲାଗିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲି ଦେଖିଲେ 5ଟି ସଚିବ ଭି କେ ପାଣ୍ଡିଆନ

ପୁରୀ: ଆଜି ସକାଳେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5ଟି ସଚିବ ଭି କେ ପାଣ୍ଡିଆନ ପୁରୀର ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ଅନୁଧ୍ୟାନ କରିଛନ୍ତି। ଆଜି ପାଣ୍ଡିଆନ ପୁରୀରେ ପହଞ୍ଚିବା ପରେ ସେ ପ୍ରଥମେ ଶ୍ରୀମନ୍ଦିର ଯାଇ ଶ୍ରୀଜୀୟୁଙ୍କୁ ଦର୍ଶନ କରିଥିଲେ। ଏହାପରେ ସେ ମନ୍ଦିର ପରିକ୍ରମା ପ୍ରକଳ୍ପ ଅନୁଧ୍ୟାନ କରିଥିଲେ।

ସେ ସିଂହଦ୍ବାର ନିକଟରୁ ଏମାର ମଠ ଚକଡ଼ ଅଞ୍ଚଳ, କାକୁଡ଼ିଖାଇ ହୋଇ ଦକ୍ଷିଣ ଦ୍ବାରରେ ଜାରି ରହିଥିବା ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ । ପରେ ପଶ୍ଚିମ ଓ ଉତ୍ତର ଦ୍ବାରରେ ଜାରି ରହିଥିବା ପରିକ୍ରମା ପ୍ରକଳ୍ପର ଆଉଟର ରୋଡ କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ପଚାରି ବୁଝିବା ସହିତ ଉତ୍ତର ଦ୍ବାର ନିକଟରେ ଚାଲିଥିବା ବିଭିନ୍ନ ରାସ୍ତା ସମ୍ପର୍କରେ ଅନୁଧ୍ୟାନ କରିଥିଲେ ।

ରଥଯାତ୍ରା ପୂର୍ବରୁ ବାହାର କାର୍ଯ୍ୟ ଶିଘ୍ର ଶେଷ କରିବା ପାଇଁ ପାଣ୍ଡିଆନ ନିର୍ମାଣକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ସେ ଶ୍ରୀସେତୁ ନିର୍ମାଣ କାର୍ଯ୍ୟକୁ ମଧ୍ୟ ଅନୁଧ୍ୟାନ କରିଥିଲେ। ପ୍ରତି ଶନିବାର ଦିନ 5ଟି ସଚିବ ପୁରୀ ଯାଇ ପ୍ରକଳ୍ପ କାର୍ଯ୍ୟ ଅନୁଧ୍ୟାନ କରୁଛନ୍ତି। ତାଙ୍କର ବ୍ୟକ୍ତିଗତ ତଦାରଖରେ ଏହି ପ୍ରକଳ୍ପ କାର୍ଯ୍ୟ ଚାଲିଛି।

Categories
ବିଶେଷ ଖବର ରାଜ୍ୟ ଖବର

ବଡିଭୋରରୁ ପୁରୀ, ମା ମଙ୍ଗଳା ମନ୍ଦିର ଦର୍ଶନ ସହ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ପାଣ୍ଡିଆନ

ଭୁବନେଶ୍ବର: ଆଜି ବଡି ଭୋରରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ୫ଟି ସଚିବ ଭି କେ ପାଣ୍ଡିଆନ ପୁରୀ ଗସ୍ତ କରିଛନ୍ତି। ସେ ଶ୍ରୀମନ୍ଦିରରେ ଶ୍ରୀ ଜୀୟୁଙ୍କୁ ଦର୍ଶନ କରିବା ସହିତ ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ତଦାରଖ କରିଥିଲେ। ସେ ଉତ୍ତରଦ୍ବାରରୁ ପଶ୍ଚିମଦ୍ବାର ଓ ଦକ୍ଷିଣ ଦ୍ବାରରେ ଜାରି ରହିଥିବା ନିର୍ମାଣ ସମ୍ପର୍କରେ ପଚାରି ବୁଝିଛନ୍ତି।

ଏହାପରେ ସେ ବାଲିଗୁଆଳି ସ୍ଥିତ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲରେ କରାଯାଉଥିବା ନିର୍ମାଣ କାମକୁ ମଧ୍ୟ ବୁଲି ଦେଖିବା ସହ ସମୀକ୍ଷା କରିଛନ୍ତି। ଆଗାମୀ ଅଗଷ୍ଟ ସୁଦ୍ଧା ନିର୍ମାଣ କାମ ଶେଷ କରିବାକୁ ୫-ଟି ସଚିବ ନିର୍ଦ୍ଦେଶ ଦେଇଛନ୍ତି।

୬୫୦ ବେଡ୍ ବିଶିଷ୍ଟ ହସ୍ପିଟାଲ ନିର୍ମାଣ କାର୍ଯ୍ୟ କରାଯାଉଛି । ନିର୍ମାଣକାରୀ ସଂସ୍ଥା ପକ୍ଷରୁ କାମର ଅଗ୍ରଗତି ସଂପର୍କରେ ତାଙ୍କୁ ଅବଗତ କରାଯାଇଛି । ଏହାଛଡ଼ା ମେଡିକାଲ କଲେଜରେ ଫାର୍ମାସିଷ୍ଟ ଓ ନର୍ସିଂ କ୍ବାର୍ଟର ବ୍ଲକ୍ ବୁଲି ଦେଖିଛନ୍ତି । ନିର୍ମାଣକାର୍ଯ୍ୟକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି ଭି.କେ ପାଣ୍ଡିଆନ । ଆଗାମୀ ଅଗଷ୍ଟ ସୁଦ୍ଧା ନିର୍ମାଣ କାମ ଶେଷ କରିବାକୁ ୫-ଟି ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ପରେ ସେ ଚନ୍ଦ୍ରଭାଗାରେ ପହଞ୍ଚି ପାରିପାର୍ଶ୍ବିକ ଉନ୍ନତିମୂଳକ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଛନ୍ତି । ସେହିପରି କୋଣାର୍କ ମନ୍ଦିର ମଧ୍ୟ ପରିଦର୍ଶନ କରିଛନ୍ତି ପାଣ୍ଡିଆନ। ସେଠାରେ ଏଏସଆଇ ଦ୍ବାରା ଚାଲିଥିବା କାର୍ଯ୍ୟ ତଦାରଖ କରିବା ସହିତ ବେଳାଭୂମି ଉନ୍ନତି କରଣ ନେଇ ମଧ୍ୟ ଆଲୋଚନା କରିଛନ୍ତି।

ଏହାପରେ କାକଟପୁର ମାଆ ମଙ୍ଗଳାଙ୍କ ପୀଠ ଗସ୍ତ କରି ମାଆଙ୍କ ଦର୍ଶନ ମଧ୍ୟ କରିଛନ୍ତି ପାଣ୍ଡିଆନ। ସେଠାରେ ମାଆ ମଙ୍ଗଳା ପୂଜକମାନେ ତାଙ୍କୁ ପାଛୋଟି ନେଇଥିଲେ। ସେଠାରେ ମନ୍ତ୍ରୀ ତୁଷାର କାନ୍ତି ବେହେରା ମଧ୍ୟ ଉପସ୍ଥିତ ଥିଲେ। ସେଠାରେ ସେ ଜଙ୍କସନ, ମଲଟି ପରପୋଜ୍ ଇଣ୍ଡୋର ଷ୍ଟାଡିଅମ ନିର୍ମାଣ କାମର ସମୀକ୍ଷା କରିଥିଲେ।

ତାଙ୍କ ସହିତ ପୁରୀ ଜିଲ୍ଲାପାଳ ଜିଲ୍ଲାପାଳ ସମର୍ଥ ବର୍ମା ଓ ଅନ୍ୟାନ୍ୟ ପ୍ରଶାସନିକ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ପୂର୍ବରୁ ପାଣ୍ଡିଆନ ପ୍ରତି ଶନିବାରରେ କେବଳ ଶ୍ରୀମନ୍ଦିର ଦର୍ଶନ ସହିତ ପୁରୀର ଉନ୍ନୟନ କାର୍ଯ୍ୟ ତଦାରଖ କରି ଆସୁଥିଲେ। ହେଲେ ଏଥର ସେ ଚନ୍ଦ୍ରଭାଗା, କୋଣାର୍କ, କାକଟପୁର ମା ମଙ୍ଗଳା ମଧ୍ୟ ଦର୍ଶନ କରି ସେଠାର ଉନ୍ନୟନ କାର୍ଯ୍ୟ ତଦାରଖ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୁରୀରେ ଭି କେ ପାଣ୍ଡିଆନ, ଉନ୍ନୟନ କାର୍ଯ୍ୟର କଲେ ତଦାରଖ

ପୁରୀ: ଆଜି ସକାଳେ 5ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ପୁରୀ ଗସ୍ତ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟ ତଦାରଖ କରିଛନ୍ତି। ପ୍ରଥମେ ସେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ବେଢା ପରିକ୍ରମା କରିଥିଲେ ।

ଏହାପରେ ସେ ଶ୍ରୀଜଗନ୍ନାଥ ବଲ୍ଳଭ ପାର୍କିଙ୍ଗ କାର୍ଯ୍ୟ ଓ ଶ୍ରୀ ସେତୁ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି। ଏହି କାର୍ଯ୍ୟର ଅଗ୍ରଗତି ନେଇ ନିର୍ମାଣ କାରୀ ସଂସ୍ଥାର ଅଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି। ଆସନ୍ତା ରଥଯାତ୍ରା ସୁଦ୍ଧା କାର୍ଯ୍ୟ ସାରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଅନୁଧ୍ୟାନ ସମୟରେ ପୁରୀ ଜିଲ୍ଲାପାଳ ଓ ବିଭିନ୍ନ ଅଧିକରୀ ଉପସ୍ଥିତ ଥିବା ସୂଚନା ।