Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

୫-ଟି ସଚିବଙ୍କ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଗସ୍ତ, ୩ ମାସ ମଧ୍ୟରେ ଶିଳ୍ପାଞ୍ଚଳର ସମସ୍ତ ସମସ୍ୟା ସମାଧାନ ପାଇଁ ପରାମର୍ଶ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଆଜି ଅପରାହ୍ନରେ ଖୋର୍ଦ୍ଧା ଶିଳ୍ପାଞ୍ଚଳ, ଫୁଡ ପାର୍କ, ଆଇ.ଆଇ.ଡି ଖୋର୍ଦ୍ଧା ଓ ଜୟମଙ୍ଗଳ ଶିଳ୍ପାଞ୍ଚଳ ପ୍ରଭୃତି ଗସ୍ତ କରି ଶିଳ୍ପଦ୍ୟୋଗୀ, କର୍ମଚାରୀ ଓ ସ୍ଥାନୀୟ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଛନ୍ତି ।

ଆଲୋଚନା ପରେ ୫-ଟି ସଚିବ ଶ୍ରୀ ପାଣ୍ଡିଆନ ସମସ୍ତ ସମସ୍ୟାକୁ ୩ ମାସ ମଧ୍ୟରେ ସମାଧାନ କରିବା ପାଇଁ ଶିଳ୍ପ ବିଭାଗ ଓ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ । ଖୋର୍ଦ୍ଧା ଶିଳ୍ପାଞ୍ଚଳର ପ୍ରାୟ ୫୦ ଜଣ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପାନୁଷ୍ଠାନ ଏବଂ ସେମାନଙ୍କ ସଂଘର କର୍ମକର୍ତ୍ତାମାନେ ଆଲୋଚନାରେ ଭାଗ ନେଇଥିଲେ ।

ଏଥିରେ ବିଜୁଳି ଓ ପାଣି ଯୋଗାଣରେ ଉନ୍ନତି, ଟ୍ରକ ଗୁଡିକର ପାର୍କିଂ ସମସ୍ୟା, ଶ୍ରମିକ ମାନଙ୍କ ପାଇଁ ହଷ୍ଟେଲ, ଟ୍ରାଫିକ ପରିଚାଳନା, ବର୍ଜ୍ୟବସ୍ତୁ ପରିଚାଳନା ଓ ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଆଦି ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା। ବୈଠକରେ ସବୁ ଇଣ୍ଡଷ୍ଟ୍ରିୟାଲ ଇଷ୍ଟେଟ ରେ ଦୁଇ ହଜାରରୁ ତିନି ହଜାର ଶ୍ରମିକ ରହିବା ପାଇଁ ହଷ୍ଟେଲର ବ୍ୟବସ୍ଥା କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା।

କୋଭିଡ ମହାମାରୀ ସମୟରେ ଅନେକ ଶିଳ୍ପାନୁଷ୍ଠାନ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ଏହି କ୍ଷତିଗ୍ରସ୍ତ ଶିଳ୍ପାନୁଷ୍ଠାନ ମାନଙ୍କ ପାଇଁ ସ୍ବତନ୍ତ୍ର ନୀତି ଆସିବ ବୋଲି ୫-ଟି ସଚିବ କହିଥିଲେ । ବୈଠକରେ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ଉପରେ ଗୁରୁତ୍ବ ଆରୋପ କରାଯାଇଥିଲା ।

ଏହାପରେ ଶ୍ରୀ ପାଣ୍ଡିଆନ ଜୟମଙ୍ଗଳ ଶିଳ୍ପାଞ୍ଚଳ ମଧ୍ୟ ପରିଦର୍ଶନ କରିଥିଲେ। ସେଠାରେ ସେ କୋଭିଡ ମହାମାରୀ ସମୟରେ ଚାକିରୀ ଛାଡି ଥିବା ଉଚ୍ଚଶିକ୍ଷିତ ଇଞ୍ଜିନିୟରିଂ ଓ ମ୍ୟାନେଜମେଣ୍ଟ ଗ୍ରାଜୁଏଟ ମାନଙ୍କ ସହିତ ଆଲୋଚନା କରିଥିଲେ । ଉଦ୍ୟୋଗ ପ୍ରତିଷ୍ଠା ପାଇଁ ସେମାନଙ୍କର ଉଦ୍ୟମରେ ରାଜ୍ୟ ସରକାର ସଂପୂର୍ଣ୍ଣ ସହଯୋଗ ଯୋଗାଇ ଦେବେ ବୋଲି ଶ୍ରୀ ପାଣ୍ଡିଆନ ପ୍ରତିଶୃତି ଦେଇଥିଲେ ।

୫-ଟି ସଚିବଙ୍କ ଏହି ଗସ୍ତରେ ଶିଳ୍ପଦ୍ୟୋଗୀମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଓ ଖୁସି ପ୍ରକାଶ ପାଇଥିଲା। ସେମାନଙ୍କର ଦୀର୍ଘ ବର୍ଷର ସମସ୍ୟାର ଆଜି ସମାଧାନ ହୋଇଛି ବୋଲି ସନ୍ତୋଷ ପ୍ରକାଶ କରି ସେମାନେ କହିଥିଲେ ଯେ ୪୦ ବର୍ଷର ସମସ୍ୟା ଆଜି ମାତ୍ର ୪୦ ମିନିଟ୍‌ରେ ସମାଧାନ ହୋଇପାରିଛି।

ଏହି ଆଲୋଚନାରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ଶ୍ରୀ ହେମନ୍ତ ଶର୍ମା, ଇଡ୍‌କୋ ପରିଚାଳନା ନିର୍ଦ୍ଦେଶକ ଓ ଖୋର୍ଦ୍ଧା ଜିଲ୍ଲାପାଳ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ବାଲେଶ୍ବର ଗସ୍ତରେ ମୁଖ୍ୟ ଶାସନ ସଚିବ ସହିତ 5ଟି ସଚିବ, ଜିଲ୍ଲାର ବିକାଶ ପାଇଁ ପ୍ରସ୍ତୁତ କଲେ ବ୍ଲୁ ପ୍ରିଣ୍ଟ

ଭୁବନେଶ୍ବର, ଆଜି ରାଜ୍ୟ ସରକାରଙ୍କ ଏକ ବରିଷ୍ଠ ପ୍ରତିନିଧି ଦଳ ବାଲେଶ୍ବର ଜିଲ୍ଲା ଗସ୍ତ କରିଛନ୍ତି। ଏଥିରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ନେତୃତ୍ବରେ 5ଟି ସଚିବ ଭି.କେ ପାଣ୍ଡିୟାନ, ପୁର୍ତ୍ତ ସଚିବ କିଶନ କୁମାର ପ୍ରମୁଖ ଥିଲେ। ଏହି ଦଳ ବାଲେଶ୍ବରର ବିଭିନ୍ନ ସ୍ଥାନ ଗସ୍ତ କରି ତାହାର ବିକାଶ ଦିଗରେ ଅନୁଧ୍ୟାନ କରିଥିଲେ।

ଏହି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ଉପରେ ଅନୁଧ୍ୟାନ କରିବା ସହିତ ନୂଆ ପ୍ରକଳ୍ପ ଉପରେ ଆଲୋଚନା ମଧ୍ୟ କରିଛନ୍ତି। ଏହି ଦଳ ବାଲେଶ୍ବରର କୁରୁଡା ଛକ, ବାଲେଶ୍ବର ବସଷ୍ଟାଣ୍ଡ, ରେମୁଣା ରାସ୍ତାର ଷ୍ଟ୍ରିଟ ଲାଇଟ, ମେଡିକାଲ କଲେଜ, ଜିଲ୍ଲା ଡାକ୍ତରଖାନା ସହିତ ଜିଲ୍ଲା ସ୍କୁଲ ତଦାରଖ କରିଥିଲେ।

ଏହି ସ୍ଥାନଗୁଡିକରେ କିପରି ବିକାଶ ହୋଇପାରିବ ସେ ନେଇ ଏକ ରିପୋର୍ଟ ପ୍ରସ୍ତୁତ କରାଯିବ। ଏହି ରିପୋର୍ଟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ଜିଲ୍ଲାର ବିକାଶ କରାଯିବ ବୋଲି ସେ ଗଣମାଧ୍ୟମକୁ ଅବଗତ କରାଇଥିଲେ।

ଉନ୍ନୟନ କାର୍ଯ୍ୟ ସହିତ ଏହି ପ୍ରତିନିଧୀ ଦଳ ଜିଲ୍ଲାର କୋଭିଡ ପରିସ୍ଥିତିର ମଧ୍ୟ ସମୀକ୍ଷା କରିଥିଲେ। ଜିଲ୍ଲା ପ୍ରଶାସନ ସହିତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଏହି ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଭିନ୍ନ ସ୍କୁଲ ପରିଦର୍ଶନ କଲେ ଭି କେ ପାଣ୍ଡିୟାନ ,ସ୍କୁଲର ଉନ୍ନତି ନେଇ କଲେ ତଦାରଖ

ଭୁବନେଶ୍ବର,  5ଟି ସଚିବ ଭିକେ ପାଣ୍ଡିୟାନ ଆଜି ଭୁବନେଶ୍ୱରର ବିଭିନ୍ନ ସ୍କୁଲ ପରିଦର୍ଶନ କରିଛନ୍ତି। ବଡି ଭୋରରୁ ପାଣ୍ଡିୟାନ ଏହି ଗସ୍ତ କରି ସ୍କୁଲର ଉନ୍ନତି ସଂପର୍କରେ ତଦାରଖ କରିଛନ୍ତି। ସେ ବିଏମସି ଅଂଚଳରେ ଥିବା ୟୁନିଟ ୬, ୟୁନିଟ ୧, କ୍ୟାପିଟାଲ ହାଇସ୍କୁଲ, ୟୁନିଟ ୯ ବାଳିକା ବିଦ୍ୟାଳୟ ଏବଂ ଆଇଆରସି ଭିଲେଜ ହାଇସ୍କୁଲ ପରିଦର୍ଶନ କରିଛନ୍ତି।

ସ୍କୁଲର ପାଠାଗାର, ବିଜ୍ଞାନ ଲାବ୍ରଟୋରୀ, ଖେଳପଡିଆ, ସ୍ମାଟ କ୍ଲାସ ରୁମର ସ୍ଥିତି ନେଇ ପ୍ରଧାନ ଶିକ୍ଷୟତ୍ରୀ ଏବଂ ସ୍କୁଲ କମିଟ ସହିତ ଆଲୋଚନା କରିଛନ୍ତି। ଏଥିସହିତ ଛାତ୍ରଛାତ୍ରୀମାନେ କୋଭିଡ ସମୟରେ କିପରି କ୍ଲାସ କରୁଛନ୍ତି ସେ ନେଇ ମଧ୍ୟ ଆଲୋଚନା କରିଛନ୍ତି।