ମୁମ୍ବାଇ, 3/1: କଂଗ୍ରେସ ସେବା ଦଳ ଦ୍ବାରା ପ୍ରକାଶିତ ବିନାୟକ ସଭରକର୍ଙ୍କ ଉପରେ ବିବାଦୀୟ ବୁକ୍ଲେଟ୍କୁ ନେଇ ବିବାଦ ବଢିଯାଇଛି । ଭାରତୀୟ ଜନତା ଦଳ ଓ ବିନାୟକ ସଭରକର୍ଙ୍କ ଅଣନାତି ଏହା ଉପରେ ପ୍ରଶ୍ନ କରିଥିବାବେଳେ ଏହାକୁ ନେଇ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି । ଏବେ ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି ଯେ, ବୀର ସଭରକର୍ ଜଣେ ମହାନ୍ ବ୍ୟକ୍ତି ଥିଲେ ଓ ସର୍ବଦା ମହାନ୍ ବ୍ୟକ୍ତି ହୋଇ ରହିବେ । ଯଦି କୌଣସି ବର୍ଗ ତାଙ୍କ ବିରୁଦ୍ଧରେ କିଛି କହୁଛି, ତେବେ ସେମାନଙ୍କ ମୁଣ୍ଡରେ ଖରାପ ଜିନିଷ ଭରି ହୋଇ ରହିଛି । ସେମାନଙ୍କର ମସ୍ତିଷ୍କ ଯାଞ୍ଚ ହେବା ଦରକାର । ସଞ୍ଜୟ ରାଉତ କହିଛନ୍ତି ଯେ, ଏହି ବୁକ୍ଲେଟ୍ ମହାରାଷ୍ଟ୍ରକୁ ଆସିବ ନାହିଁ । ଆମକୁ କେହି ସାବରକର୍ଙ୍କ ବିଷୟରେ ଶିଖାଇବା ଆବଶ୍ୟକତା ନାହିଁ। ସୂଚନାଯୋଗ୍ୟ, ଏହି ବୁକ୍ଲେଟ୍ରେ ସଭରକରଙ୍କୁ ନେଇ ଆପତ୍ତିଜନକ ତଥ୍ୟ ରହିଛି । (ଏଜେନ୍ସି)