Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନୂଆଦିଲ୍ଲୀରେ ବିଜେଡି ସାଂସଦଙ୍କୁ ଭେଟିଲେ ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ

ନୂଆଦିଲ୍ଲୀ: ଆଜି ଅପରାହ୍ନରେ ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ ବିଜେଡିର ସମସ୍ତ ସାଂସଦଙ୍କୁ ସୌଜନ ମୂଳକ ସାକ୍ଷାତ କରିଛନ୍ତି। ସେ ବିଜେଡିର ଉଭୟ ରାଜ୍ୟସଭା ଓ ଲୋକସଭା ସାଂସଦଙ୍କୁ ଭେଟି ଆଲୋଚନା କରିଛନ୍ତି। ଧନଖଡଙ୍କୁ ଯେଉଁଦିନ ଏନଡିଏ ପ୍ରାର୍ଥୀ କରିଲା ସେତେବେଳେ ବିଜେଡି ସମର୍ଥନ କରିବ ବୋଲି ଘୋଷଣା କରିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୋନ ଯୋଗେ ଧନଖଡଙ୍କୁ ସମର୍ଥନ କରିବା ପାଇଁ ଅନୁରୋଧ କରିଥିଲେ। ସେହି ଅନୁସାରେ ନବୀନ ଧନଖଡଙ୍କୁ ସମର୍ଥନ କରିବେ ବୋଲି ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଫଳରେ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ପରି ବିଜେଡି ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ମଧ୍ୟ ସମର୍ଥନ କରିବ।