Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଉପରାଷ୍ଟ୍ରପତି ନିର୍ବାଚନ ଯେତିକି ନିକଟତର ହେଉଛି, ବିଜେଡିର ଚିନ୍ତା ସେତିକି ବଢୁଛି
ଜାତୀୟ ଖବର

ଉପରାଷ୍ଟ୍ରପତି ନିର୍ବାଚନ ଯେତିକି ନିକଟତର ହେଉଛି, ବିଜେଡିର ଚିନ୍ତା ସେତିକି ବଢୁଛି

July 28, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
bjdmp
ଉପରାଷ୍ଟ୍ରପତି ନିର୍ବାଚନ ଯେତିକି ନିକଟ ହେଉଛି, ବିଜେଡିର ଚିନ୍ତା ସେତିକି ବଢୁଛି

ଭୁବନେଶ୍ବର: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ତାରିଖ ଘୋଷଣା ହୋଇ ନାହିଁ। ବିଜେପି ଓ କଂଗ୍ରେସ କାହାକୁ ପ୍ରାର୍ଥୀ କରିବେ ସେ ଚିନ୍ତାରେ ଅଛନ୍ତି। ହେଲେ ଓଡିଶାରେ ବିଜୁ ଜନତା ଦଳ ଉପରାଷ୍ଟ୍ରପତି ନିର୍ବାଚନ ନେଇ ଭିନ୍ନ ଏକ ଚିନ୍ତାରେ ରହିଛି। ତାହା ହେଲା ଏହି ନିର୍ବାଚନରେ ତାଙ୍କ ଦଳ କି ପ୍ରକାରର ଭୂମିକା ଗ୍ରହଣ କରିବ। ସମର୍ଥନ କରିବ, ନା ବିରୋଧ କରିବ, ନା ବିବେକାନୁମୋଦିତ ଭୋଟ ଦେବ। ସେହି ଚିନ୍ତା ବର୍ତ୍ତମାନ ଦଳକୁ ଗ୍ରାସ କରିଛି।

ବିଜେଡି ଭଲ ଭାବରେ ଜାଣିଛି ଯେ, ଯଦି ସେମାନେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରନ୍ତି ତେବେ ସାଧାରଣରେ ଲୋକେ ଛି ଛି କରିବେ। ତେଣୁ ଏନଡିଏ ପ୍ରାର୍ଥୀଙ୍କୁ ବିରୋଧ କରିବା ନିଶ୍ଚିତ। ହେଲେ ୱାକଫ ବିଲ ପାଶ ବେଳକୁ ବିଜେଡିର ଯେପରି ସ୍ଥିତି ହେଲା ସେହିପରି ଯଦି ହୁଏ ତେବେ କଥା ସରିଲା। ବର୍ତ୍ତମାନ ଏହି ୱାକଫ ବିଲ ପାଶ ଘଟଣାଟି ବିଜେଡି ନେତାମାନେଙ୍କ ମନ ଭିତରେ ଭୟ ଘାରିଛି। ଏନଡିଏ ପ୍ରାର୍ଥୀଙ୍କୁ ବିରୋଧ କରାଯିବ କହି ଦିଲ୍ଲୀରେ କଣ ନିଷ୍ପତି ପରିବର୍ତ୍ତନ କରିଦେବେ କି ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି।

ନିକଟରେ ଶଙ୍ଖ ଭବନରେ ଦେବୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ବିଜେଡି ନେତାଙ୍କର ବୈଠକ ବସିଥିଲା। ସେଥିରେ ସେମାନେ ବିଭିନ୍ନ ପ୍ରସଂଗ ଆଲୋଚନା କରିବା ସହିତ ଉପରାଷ୍ଟ୍ରପତି ନିର୍ବାଚନ ନେଇ ଆଲୋଚନା କରିଥିଲେ। ଏହି ବୈଠକରେ ସେମାନେ ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ବିରୋଧ କରିବେ ବୋଲି ନିଷ୍ପତି କରିଛନ୍ତି। ତେବେ ସେହି ବୈଠକରେ ନବୀନ ପଟ୍ଟନାୟକ ଉପସ୍ଥିତ ନ ଥିବାରୁ ସେମାନେ ଏହି ନିଷ୍ପତି ସୁପ୍ରିମୋଙ୍କୁ ଜଣାଇବେ ବୋଲି କହିଛନ୍ତି।

ଏପରି ନିଷ୍ପତି ବିଜେଡିର ବରିଷ୍ଠ ନେତା ନେଇଗଲେ ସତ, ହେଲେ ସେମାନଙ୍କ ମନ ଭିତରେ ଥା ଥା ମା ମା ରହିଛି। କାରଣ ୱାକଫ ବିଲ ବେଳେ ଯେପରି ପରିସ୍ଥିତି ହୋଇଥିଲା ସେହି ଭୟ ସେମାନଙ୍କୁ ବାରମ୍ବାର ଘାରୁଛି। ବିରୋଧ କରିବାକୁ ନିଷ୍ପତି ନିଆଯିବ ସିନା ହେଲେ ଭୋଟ ଦିନ କଣ ହେବ ତାହା ଏହି ନେତାମାନେ ଜାଣିପାରୁ ନାହିଁନ୍ତି। ଭୟ ରହିଛି ପୁଣି ସସ୍ମିତ ପାତ୍ରଙ୍କୁ କହି ଏହି ନିଷ୍ପତିକୁ ପରିବର୍ତ୍ତନ କରିଦେଇ ପାରନ୍ତି। ଫଳରେ ଗଣମାଧ୍ୟମରେ ଆଗରେ ବିଜେଡି ନେତାମାନେ ଏନଡିଏ ପ୍ରାର୍ଥୀଙ୍କୁ ବିରୋଧ କରାଯିବ ବୋଲି କେହି ଦମ୍ଭରେ କହିପାରୁ ନାହାଁନ୍ତି।

ତେବେ ରାଜନୈତକ ବିଶେଷଜ୍ଞଙ୍କ ଆକଳନ ଭିନ୍ନ ପ୍ରକାରର। ସେମାନଙ୍କର କହିବା କଥା ଯେ, ଉପରାଷ୍ଟ୍ରପତି ନିର୍ବାଚନରେ କୌଣସି ଦଳ କୌଣସି ହୁଇପ ଜାରୀ କରିପାରିବ ନାହିଁ। ଏହି ନିର୍ବାଚନରେ ସାଂସଦମାନେ ନିଜର ବିବେକନୁମୋଦିତ ଭୋଟ ଦେବା ପାଇଁ ନିୟମ ରହିଛି। ଫଳରେ ବିଜେଡି ହୁଏତ ଏନଡିଏ ପ୍ରାର୍ଥୀଙ୍କୁ ବିରୋଧ କରିବାକୁ କହି ଶେଷରେ ବିବେକାନୁମୋଦିତ ଭୋଟ ଦେବାକୁ ନିୟମ ଥିବାରୁ ତାହା କରାଗଲା ବୋଲି ବିଜେଡି ସାଂସଦମାନେ ସଫେଇ ଦେଇପାରନ୍ତି।

Vice President Election ଉପରାଷ୍ଟ୍ରପତି ନିର୍ବାଚନ ବିଜେଡି
Share. Facebook Twitter LinkedIn Email WhatsApp Copy Link

Related Posts

ଯୁବକକୁ ମରଣାନ୍ତକ ଆକ୍ରମଣ

April 28, 2026

ମାଙ୍ଗାଲୁରୁ ପ୍ରେସରକୁକର ବିସ୍ଫୋରଣ ମାମଲା: ଆତଙ୍କୀକୁ ୧୦ ବର୍ଷ ଜେଲଦଣ୍ଡ

April 28, 2026

ଓଲଟିଲା ବସ : ୨୦ ଗୁରୁତର

April 28, 2026

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026
Latest News

ବୃଦ୍ଧଙ୍କୁ ଗଳା କାଟି ହତ୍ୟା

April 28, 2026

ଯୁବକକୁ ମରଣାନ୍ତକ ଆକ୍ରମଣ

April 28, 2026

ମାଙ୍ଗାଲୁରୁ ପ୍ରେସରକୁକର ବିସ୍ଫୋରଣ ମାମଲା: ଆତଙ୍କୀକୁ ୧୦ ବର୍ଷ ଜେଲଦଣ୍ଡ

April 28, 2026

ମହାରାଷ୍ଟ୍ର ମନ୍ତ୍ରୀ ନିତେଶ ରାଣେଙ୍କୁ ମିଳିପାରେ ଜେଲ୍ ଦଣ୍ଡ ! କାଦୁଅ ଫିଙ୍ଗା ମାମଲାରେ କୋର୍ଟ ଶୁଣାଇଲେ ସଜ୍ଜା

April 28, 2026

ଜାତିସଂଘରେ ଆମେରିକା – ଇରାନ ମୁହାଁମୁହିଁ

April 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.