Categories
ଆଜିର ଖବର

ବିକି ସହ କାମ କରିବାକୁ ମନା କଲେ ସାରା

ସୈଫ୍‌ ତନୟା ସାରା ଅଲ୍ଲୀ ପୁଣି ଏବେ ଚର୍ଚ୍ଚାରେ । ‘କେଦାରନାଥ’ ଜରିଆରେ ବଲିଉଡ୍‌ ଡେବ୍ୟୁ କରିଥିବା ସାରା ଫିଲ୍ମରେ ଭଲ ଅଭିନୟ କରି ସଫଳତା ସାଉଁଟିଥିଲେ । ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ନାୟକ ସାଜିଥିଲେ ସୁଶାନ୍ତ ସିଂହ ରାଜପୁତ୍‌ । ପରବର୍ତ୍ତୀ ସମୟରେ ଅଭିନେତା ରଣବୀର ସିଂଙ୍କ ସହ ‘ଶିମ୍ବା’ ଫିଲ୍ମରେ ନଜର ଆସିଥିଲେ । ଦୁଇଟିଯାକ ଫିଲ୍ମ ବକ୍ସ ଅଫିସ୍‌ରେ ବେଶ୍‌ ସଫଳ ରହିଥିଲା । ସାରା ବର୍ତ୍ତମାନ କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ ସହ ଇମ୍‌ତିଆଜ ଅଲ୍ଲୀଙ୍କ ଫିଲ୍ମ ‘ଲଭ୍‌ ଆଜକଲ୍‌’ର ସ୍ବିକେଲ୍‌ରେ କାମ କରିବେ ବୋଲି ସୂଚନା ରହିଛି । ସାରାଙ୍କୁ ଉଦ୍ଦାମ ସିଂଙ୍କ ବାୟୋପିକ୍‌ରେ ଅଭିନୟ କରିବା ପାଇଁ ଅଫର୍‌ ମିଳିଥିଲା । ଏହି ଫିଲ୍ମରେ ଅଭିନେତା ଭିକି କୌଶଲ୍‌ ଲିଡ୍‌ ନାୟକ ଥିବାବେଳେ ଏହାର ନିର୍ଦ୍ଦେଶନା ଦାୟିତ୍ବ ସୁଜିତ୍‌ ସିର୍‌କାର ନେଇଛନ୍ତି । ଏହି ଫିଲ୍ମ ପାଇଁ ସାରା ମନା କରିଥିବାର ଜଣାପଡିଛି । ଏହି ଫିଲ୍ମକୁ ମନା କରିବା ପଛରେ ସାରା କାରଣ ଦର୍ଶାଇ କହିଛନ୍ତି ଯେ, ଏହି ଫିଲ୍ମଟିର ଫୋକସ୍‌ ଉଦ୍ଦାମ ସିଂଙ୍କ ଉପରେ ରହିଛି, ତାଙ୍କ ରୋଲ୍‌ଟି ବହୁତ ଛୋଟ । ସେ ଏବେ ଚରିତ୍ରକୁ ଦେଖି ଫିଲ୍ମ ସାଇନ୍‌ କରୁଛନ୍ତି ବୋଲି ସାରା ଉତ୍ତର ଦେଇଛନ୍ତି ।