Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଆଜିର ଖବର

ଜୁମ୍‌ ଭିଡିଓ କଲ୍‌ ସମୟରେ ବାପାକୁ ହତ୍ୟା କଲା ପୁଅ

ନ୍ୟୁୟର୍କ : ଜୁମ୍‌ ଭିଡିଓ କଲ୍‌ ସମୟରେ ବାପାକୁ ହତ୍ୟା କରିଛି ପୁଅ । ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟୁୟର୍କ ସହରରେ ଏଭଳି ଘଟଣା ଘଟିଛି । ଏହି ଆକ୍ରମଣରେ ନିହତ ବ୍ୟକ୍ତିଙ୍କ ନାମ ହେଉଛି ଡ୍ବାଇଟ୍‌ ପାଓ୍ବାର୍ସ୍‌ । ଗୁରୁବାର ଅପରାହ୍ନରେ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ହତ୍ୟାର କାରଣ ଜଣାପଡିନାହିଁ । 72 ବର୍ଷ ବୟସ୍କ ପାଓ୍ବାର୍ସ ଅନ୍ୟ 20 ଜଣ ବ୍ୟକ୍ତିଙ୍କ ସହିତ ଗ୍ରୁପ୍‌ ଭିଡିଓ କଲ୍‌ କରୁଥିବା ସମୟରେ ତାଙ୍କର 32 ବର୍ଷୀୟ ପୁଅ ଉଲଗ୍ନ ଅବସ୍ଥାରେ ଆସି ତାଙ୍କୁ ଛୁରୀ ଭୁସି ହତ୍ୟା କରିଥିଲା । ଏହି ଘଟଣା ପରେ ଭିଡିଓ କଲ୍‌ରେ ମହଜୁଦ ଥିବା ଅନ୍ୟ ବ୍ୟକ୍ତି ମାନେ 911ରେ କଲ୍‌ କରିଥିଲେ । ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି 32 ବର୍ଷୀୟ ଅଭିଯୁକ୍ତ ଥୋମାସ୍‌ ସ୍କଲିକୁ ଗିରଫ କରିଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଭିଡିଓ କଲ୍‌ରେ ବିବାହ ପାଇଁ ମନା କଲା ବର : ଥାନାରେ ମାମଲା

ଲକ୍ଷ୍ନୌ : ଉତ୍ତର ପ୍ରଦେଶରେ ଏକ ଅଭାବନୀୟ ଘଟଣା ସମ୍ମୁଖକୁ ଆସିଛି । ଭିଡିଓ କଲ୍‌ ଜରିଆରେ ବିବାହ ପାଇଁ ମନା କରିଦେବାରୁ ଏନେଇ ଥାନାରେ ମାମଲା ରୁଜୁ କରାଯାଇଛି । ବରେଲୀର କୁଲାଡିଆ ଅନ୍ତର୍ଗତ କରୁଆମ ସାହାବଗଞ୍ଜ ଗ୍ରାମରେ ଏହି ଘଟଣା ଘଟିଥିଲା । ସାମସୁଲ୍‌ ହସନ ନାମକ ଏହି ବ୍ୟକ୍ତି ନିଜ ଝିଅ ଫର୍‌ଜାନାର ବିବାର ଇର୍ସାଦ ହୁସେନ୍‌ ନାମକ ଜଣେ ବ୍ୟକ୍ତିଙ୍କ ସହିତ ଠିକ୍‌ କରିଥିଲେ । ମାତ୍ର ଇର୍ସାଦ୍‌ ପଞ୍ଜାବରେ ରହିଥିବାରୁ ଲକ୍‌ଡାଉନ୍‌ ଯୋଗୁଁ ଏପ୍ରିଲ୍‌ 19 ତାରିଖରେ ନିଜ ବିବାହ ପାଇଁ ପହଞ୍ଚି ପାରିନଥିଲେ । ଫର୍ଜାନାର ପରିବାର ଭିଡିଓ କଲ୍‌ ଜରିଆରେ ବିବାହ କରିବାକୁ ଚାହୁଁଥିବା ବେଳେ ଇର୍ସାଦ ଏଥିରେ ଅରାଜି ହେବାରୁ ଥାନା ପର୍ଯ୍ୟନ୍ତ ମାମଲା ଯାଇଥିଲା । ତେବେ ପୁଅ ଘର ପରିବାର ଲୋକ କ୍ଷତିପୂରଣ ପ୍ରଦାନ କରିବା ପରେ ମାମଲାର ଆପୋଷ ସମାଧାନ ହୋଇଥିଲା । (ଏଜେନ୍ସି)