ଭିଡିଓ କଲ୍‌ରେ ବିବାହ ପାଇଁ ମନା କଲା ବର : ଥାନାରେ ମାମଲା

Published: Apr 22, 2020, 1:07 pm IST

ଲକ୍ଷ୍ନୌ : ଉତ୍ତର ପ୍ରଦେଶରେ ଏକ ଅଭାବନୀୟ ଘଟଣା ସମ୍ମୁଖକୁ ଆସିଛି । ଭିଡିଓ କଲ୍‌ ଜରିଆରେ ବିବାହ ପାଇଁ ମନା କରିଦେବାରୁ ଏନେଇ ଥାନାରେ ମାମଲା ରୁଜୁ କରାଯାଇଛି । ବରେଲୀର କୁଲାଡିଆ ଅନ୍ତର୍ଗତ କରୁଆମ ସାହାବଗଞ୍ଜ ଗ୍ରାମରେ ଏହି ଘଟଣା ଘଟିଥିଲା । ସାମସୁଲ୍‌ ହସନ ନାମକ ଏହି ବ୍ୟକ୍ତି ନିଜ ଝିଅ ଫର୍‌ଜାନାର ବିବାର ଇର୍ସାଦ ହୁସେନ୍‌ ନାମକ ଜଣେ ବ୍ୟକ୍ତିଙ୍କ ସହିତ ଠିକ୍‌ କରିଥିଲେ । ମାତ୍ର ଇର୍ସାଦ୍‌ ପଞ୍ଜାବରେ ରହିଥିବାରୁ ଲକ୍‌ଡାଉନ୍‌ ଯୋଗୁଁ ଏପ୍ରିଲ୍‌ 19 ତାରିଖରେ ନିଜ ବିବାହ ପାଇଁ ପହଞ୍ଚି ପାରିନଥିଲେ । ଫର୍ଜାନାର ପରିବାର ଭିଡିଓ କଲ୍‌ ଜରିଆରେ ବିବାହ କରିବାକୁ ଚାହୁଁଥିବା ବେଳେ ଇର୍ସାଦ ଏଥିରେ ଅରାଜି ହେବାରୁ ଥାନା ପର୍ଯ୍ୟନ୍ତ ମାମଲା ଯାଇଥିଲା । ତେବେ ପୁଅ ଘର ପରିବାର ଲୋକ କ୍ଷତିପୂରଣ ପ୍ରଦାନ କରିବା ପରେ ମାମଲାର ଆପୋଷ ସମାଧାନ ହୋଇଥିଲା । (ଏଜେନ୍ସି)

Related posts