Categories
ଆଜିର ଖବର

ମାଟ୍ରିକ ଗଣିତ ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ୩ଜଣ ନିଲମ୍ବିତ

ଆଜି ପୁଣି ବଲାଙ୍ଗିର ଓ କଳାହାଣ୍ଡିରେ ଗଣିତ ପ୍ରଶ୍ନପତ୍ର ସହ ଆଡ଼ମିଟକାର୍ଡ଼ ମଧ୍ୟ ଭାଇରାଲ ହୋଇଥିବା ଗଣମାଧ୍ୟମରେ ପ୍ରକାଣ ପାଇଥିଲା । ଏହି ଘଟଣା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ତିନିଜଣଙ୍କୁ କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀ ସସପେଣ୍ଡ କରିଛନ୍ତି । ସୂଚନା ମୁତାବକ , ଚଳିତ ବର୍ଷ ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରୁ ହିଁ ପ୍ରଶ୍ନପତ୍ର ଭାଇରାଲ ଖବର ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଏହା ସତ୍ୱେ ଆଜି ଗଣିତ ବିଷୟର ସେଟ-ଡି ସହ ଆଡ଼ମିଟକାର୍ଡ଼ ଫଟୋ ମଧ୍ୟ ମୋବାଇଲରୁ ମୋବାଇଲ ଘୂରି ବୁଲୁଥିବା ଜଣାପଡ଼ିଥିଲା । ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାରୁ ଏହି ଅଭିଯୋଗ ଆସିଥିଲା । କଳାହାଣ୍ଡି ପରମାନନ୍ଦ ଉଚ୍ଚ ବିଦ୍ୟାପୀଠର ଅଧୀକ୍ଷକ, ପରୀକ୍ଷା ନିରୀକ୍ଷକ ଓ ରିଲିଭର ମଧ୍ୟ ସସପେଣ୍ଡ  ହୋଇଛନ୍ତି । ନିକଟରେ  ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ୧୧ ଜଣଙ୍କୁ ନିଲମ୍ବିତ ଏବଂ ୭ଜଣଙ୍କୁ ଗିରଫ କରାଯାଇଛି ।