Categories
ଆଜିର ଖବର ଖେଳ ଜାତୀୟ ଖବର ସିନେମା

ନୂଆ ବର୍ଷରେ ନୂଆ ଅତିଥିଙ୍କୁ ସ୍ବାଗତ କରିବେ ବିରୁଷ୍କା

ମୁମ୍ବାଇ : ବିରୁଷ୍କାଙ୍କ ତାଙ୍କ ଫ୍ୟାନ୍ସ ମାନଙ୍କ ପାଇଁ  ଖୁସି ଖବର ଆଣିଛନ୍ତି । ବିରୁଷ୍କା ନୂଆ ବର୍ଷରେ ନୂଆ ଅତିଥିଙ୍କ ସ୍ବାଗତ କରିବେ ବୋଲି ସୂଚନା ଦେଇଛନ୍ତି । ନିଜେ କୋହଲି ଏକ ଟ୍ୱିଟ୍ ଜରିଆରେ ଏହି ସୂଚନା ଦେଇଛନ୍ତି । ଆସନ୍ତା ଜାନୁୟାରୀ 2021ରେ ଆମେ ଦୁଇରୁ ତିନି ହେବାକୁ ଯାଉଛୁ ବୋଲି କୋହଲି ଟ୍ୱିଟ୍ କରିଛନ୍ତି ।

ପୂର୍ବରୁ ଯଦିଓ ଅନୁଷ୍କା ଗର୍ଭବତୀ ହେବାର କଥାଟି ସୋସିଆଲ ମିଡିଆରେ ଘୂରିବୁଲୁଥିଲା କିନ୍ତୁ ଏହାକୁ ନେଇ ଅନୁଷ୍କା କି ବିରାଟ କେହି ମତ ରଖିନଥିଲେ । ତେବେ ବିରାଟ ଏକ ଫଟୋ ଜରିଆରେ ନିଜ ପ୍ରଶଂସକଙ୍କ ସହିତ ଏହି ଖୁସି ଖବରକୁ ସେୟାର କରିଛନ୍ତି । ଏହି ଫଟୋରେ ଅନୁଷ୍କାଙ୍କ ବେବି ବମ୍ପ୍‌ ମଧ୍ୟ ଜଣାପଡିଛି । ଦୁହେଁ ବେଶ୍‌ ଖୁସି ଥିବାବେଳେ ସୁନ୍ଦର ମଧ୍ୟ ଦେଖାଯାଉଛନ୍ତି ।

ଏହି ଖବର ଜଣାପଡିବା ପରେ ବିଭିନ୍ନ ଭାରତୀୟ ଖେଳାଳି କୋହଲିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଉଭୟ କୋହଲି ଏବଂ ଅନୁଷ୍କା ନିଜର ପ୍ରଥମ ସନ୍ତାନ ଅପେକ୍ଷାରେ ରହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଆଇପିଏଲର 13 ତମ ସଂସ୍କରଣ ନିମନ୍ତେ ଆରସିବି ସହିତ କୋହଲି ୟୁଏଇରେ ରହିଛନ୍ତି ।

ସୂଚନାଯୋଗ୍ୟ, 2017 ଡିସେମ୍ବର 11 ତାରିଖରେ ବିରାଟ ଓ ଅନୁଷ୍କା ଇଟାଲୀରେ ବିବାହ କରିଥିଲେ । ଏହି ବିବାହକୁ ସିକ୍ରେଟ୍‌ ରଖିଥିଲେ ଉଭୟ । କେବଳ ଉଭୟଙ୍କ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ବିବାହ ଆୟୋଜନହୋଇଥିଲା । ଏହା ପରେ ଦୁହେଁ ମୁମ୍ବାଇ ଓ ଦିଲ୍ଲୀରେ ଦୁଇଟି ଅଲଗା ଅଲଗା ବିବାହ ପାର୍ଟିର ଆୟୋଜନ କରିଥିଲେ । (ଏଜେନ୍ସି)

Categories
ଆଜିର ଖବର ଖେଳ ଜାତୀୟ ଖବର

ପ୍ରଶଂସକଙ୍କୁ ଦ୍ବନ୍ଦ୍ବରେ ପକାଉଛି କୋହଲି ଓ ଓ୍ବାର୍ଣ୍ଣର୍‌ଙ୍କ ଇନ୍‌ଷ୍ଟା ମେସେଜ୍‌

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ଚାଲିଥିବା ତ୍ରିଦିବସୀୟ ମ୍ୟାଚ୍‌ରେ ଭାରତ ୨-୧ରେ ଜିତି ନେଇଛି। କିନ୍ତୁ ଏବେ ଚର୍ଚ୍ଚାରେ ରହିଛି ଭାରତୀୟ ଅଧିନାୟକ ବିରାଟ କୋହଲି ଓ ଅଷ୍ଟ୍ରେଲିଆ ଓପନର୍‌ ଡେଭିଡ୍‌ ଓ୍ବର୍ଣ୍ଣର୍‌ଙ୍କ ମଧ୍ୟରେ ହୋଇଥିବା ସୌହାଦ୍ଦ୍ୟପୂର୍ଣ୍ଣ ବ୍ୟବହାର। ସୋସିଆଲ୍‌ ମିଡିଆରେ ଏହାକୁ ନେଇ ବେଶ୍‌ ଚର୍ଚ୍ଚା ଲାଗି ରହିଛି। ଇନ୍‌ଷ୍ଟାଗ୍ରାମ୍‌ରେ ଓ୍ବର୍ଣ୍ଣର୍‌ ୧୮ଟି ବ୍ୟାଟର ଏକ କଲେକ୍ସନକୁ ‘ଷ୍ଟକ ଟେକିଙ୍ଗ ଟାଇମ‘ର ଶୀର୍ଷକ ଦେଇ ସେୟାର୍‌ କରିଥିବାବେଳେ ଭାରତୀୟ କ୍ରିକେଟ୍‌ ଅଧିନାୟକ ବିରାଟ କୋହଲି ବେଶ୍‌ ମଜାଳିଆ ଢଙ୍ଗରେ ଏହାର ଉତ୍ତର ରଖିଛନ୍ତି। ବିରାଟ  ପ୍ରତିକ୍ରିୟାରେ କହିଛନ୍ତି ଯେ, ତମେ ମୋ ଠାରୁ ଆଉ ଗୋଟିଏ ବ୍ୟାଟ ଚାହୁଁଛ। ଏହାର ପ୍ରତ୍ୟୁତ୍ତରରେ ଏକ  ହସର ଇମୋଜି ସହ ଓ୍ବର୍ଣ୍ଣର ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ “ ମୁଁ ଯେମିତି କହିଲି ମୋତେ ସେମିତି ଗୋଟିଏ ଦରକାର”। କ୍ରିକେଟ୍‌ ଜଗତର ଦୁଇ ଦୁର୍ଦ୍ଧର୍ଷ ବ୍ୟାଟ୍ସମ୍ୟାନ ମଧ୍ୟରେ ଚାଲିଥିବା ଏହି ଉତ୍ତର ପ୍ରତ୍ୟତ୍ତୁରର ଖେଳ ତାଙ୍କର ଫ୍ୟାନ୍ସ ମାନଙ୍କୁ ଦ୍ଵନ୍ଦ୍ବରେ ପକାଇଛି।

ବର୍ତ୍ତମାନ ଅକଲ୍ୟାଣ୍ଡରେ  ଚାଲିଥିବା ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ଟି ଟ୍ବେଣ୍ଟି ମ୍ୟାଚ୍‌ରେ ଭାରତ ସାତ ୱିକେଟ ରେ ଜିତି ୨-୦ ରେ ଆଗୁଆ ରହିଛି। (ଏଜେନ୍ସି)