ନୂଆ ବର୍ଷରେ ନୂଆ ଅତିଥିଙ୍କୁ ସ୍ବାଗତ କରିବେ ବିରୁଷ୍କା

Published: Aug 27, 2020, 2:10 pm IST

ମୁମ୍ବାଇ : ବିରୁଷ୍କାଙ୍କ ତାଙ୍କ ଫ୍ୟାନ୍ସ ମାନଙ୍କ ପାଇଁ  ଖୁସି ଖବର ଆଣିଛନ୍ତି । ବିରୁଷ୍କା ନୂଆ ବର୍ଷରେ ନୂଆ ଅତିଥିଙ୍କ ସ୍ବାଗତ କରିବେ ବୋଲି ସୂଚନା ଦେଇଛନ୍ତି । ନିଜେ କୋହଲି ଏକ ଟ୍ୱିଟ୍ ଜରିଆରେ ଏହି ସୂଚନା ଦେଇଛନ୍ତି । ଆସନ୍ତା ଜାନୁୟାରୀ 2021ରେ ଆମେ ଦୁଇରୁ ତିନି ହେବାକୁ ଯାଉଛୁ ବୋଲି କୋହଲି ଟ୍ୱିଟ୍ କରିଛନ୍ତି ।

ପୂର୍ବରୁ ଯଦିଓ ଅନୁଷ୍କା ଗର୍ଭବତୀ ହେବାର କଥାଟି ସୋସିଆଲ ମିଡିଆରେ ଘୂରିବୁଲୁଥିଲା କିନ୍ତୁ ଏହାକୁ ନେଇ ଅନୁଷ୍କା କି ବିରାଟ କେହି ମତ ରଖିନଥିଲେ । ତେବେ ବିରାଟ ଏକ ଫଟୋ ଜରିଆରେ ନିଜ ପ୍ରଶଂସକଙ୍କ ସହିତ ଏହି ଖୁସି ଖବରକୁ ସେୟାର କରିଛନ୍ତି । ଏହି ଫଟୋରେ ଅନୁଷ୍କାଙ୍କ ବେବି ବମ୍ପ୍‌ ମଧ୍ୟ ଜଣାପଡିଛି । ଦୁହେଁ ବେଶ୍‌ ଖୁସି ଥିବାବେଳେ ସୁନ୍ଦର ମଧ୍ୟ ଦେଖାଯାଉଛନ୍ତି ।

ଏହି ଖବର ଜଣାପଡିବା ପରେ ବିଭିନ୍ନ ଭାରତୀୟ ଖେଳାଳି କୋହଲିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଉଭୟ କୋହଲି ଏବଂ ଅନୁଷ୍କା ନିଜର ପ୍ରଥମ ସନ୍ତାନ ଅପେକ୍ଷାରେ ରହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଆଇପିଏଲର 13 ତମ ସଂସ୍କରଣ ନିମନ୍ତେ ଆରସିବି ସହିତ କୋହଲି ୟୁଏଇରେ ରହିଛନ୍ତି ।

ସୂଚନାଯୋଗ୍ୟ, 2017 ଡିସେମ୍ବର 11 ତାରିଖରେ ବିରାଟ ଓ ଅନୁଷ୍କା ଇଟାଲୀରେ ବିବାହ କରିଥିଲେ । ଏହି ବିବାହକୁ ସିକ୍ରେଟ୍‌ ରଖିଥିଲେ ଉଭୟ । କେବଳ ଉଭୟଙ୍କ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ବିବାହ ଆୟୋଜନହୋଇଥିଲା । ଏହା ପରେ ଦୁହେଁ ମୁମ୍ବାଇ ଓ ଦିଲ୍ଲୀରେ ଦୁଇଟି ଅଲଗା ଅଲଗା ବିବାହ ପାର୍ଟିର ଆୟୋଜନ କରିଥିଲେ । (ଏଜେନ୍ସି)

Related posts