Categories
ଆଜିର ଖବର

ଋଷ ଗସ୍ତରେ ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ

ବୁଧବାର ଋଷ ଗସ୍ତରେ ଯାଇଛନ୍ତି ଚୀନ୍‌ ରାଷ୍ଟ୍ରପତି ଜି ଜି୍ନ୍‌ପିଙ୍ଗ। ଉଭୟ ରାଷ୍ଟ୍ର ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କକୁ ସୁଦୃଢ କରିବା ପାଇଁ ଏହି ଗସ୍ତ ରହିଛି ବୋଲି ଚୀନ୍‌ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଗୁରୁବାର ଜିନ୍‌ ପିଙ୍ଗଙ୍କୁ ଋଷରେ ରାଷ୍ଟ୍ରୀୟ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ପରେ କ୍ରେମ୍‌ଲିନ୍‌ରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସହିତ ଆଲୋଚନା କରିବେ। ଏହାପରେ ଗତକାଲି ସନ୍ଧ୍ୟାରେ ଜିନ୍‌ ପିଙ୍ଗଙ୍କୁ ଋଷର ରାଷ୍ଟ୍ରୀୟ ସମ୍ମାନରେ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି। ଜି ଜିନ୍‌ପିଙ୍ଗ ସେଣ୍ଟ ପିଟସବର୍ଗରେ ଅର୍ଥନୈତିକ ଫୋରମ୍‌ରେ ଶୁକ୍ରବାର ଯୋଗ ଦେବେ।

Categories
ଆଜିର ଖବର

ସିଆଚେନ୍‌ରେ ରାଜନାଥ : ସୁରକ୍ଷା ବ୍ୟବସ୍ଥା ଓ ଯବାନମାନଙ୍କ ପରିସ୍ଥିତିକୁ ନେଇ ସମୀକ୍ଷା

ମୋଦି ସରକାରର ଦ୍ବିତୀୟ କାର୍ଯ୍ୟକାଳରେ ରାଜନାଥ ସିଂଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଛି। ଏହି ଦାୟିତ୍ବ ମିଳିବା ପରେ ରାଜନାଥ ସିଂ ସୋମବାର ଦିନ ସିଆଚେନ୍‌ ଗ୍ଲାସିୟର ପହଞ୍ଚିଛନ୍ତି। ସେଠାରେ ସେ ସୁରକ୍ଷା ବ୍ୟବସ୍ଥା ଓ ଯବାନମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କରିଛନ୍ତି। ତାଙ୍କ ସହ ସେନା ମୁଖ୍ୟ ବିପିନ ରାଓ୍ବତ ମଧ୍ୟ ରହିଛନ୍ତି। ବିଶ୍ୱର ସର୍ବୋଚ୍ଚ ମିଲିଟାରୀ ପୋଷ୍ଟ ଭାବେ ପରିଚିତ ସିଆଚେନ୍‌ ଗ୍ଲାସିୟରରୁ ସେ ଶ୍ରୀନଗର ଯିବାର କାର୍ଯ୍ୟକ୍ରମ ରହିଛି। ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ନିରୋଧ ଅଭିଯାନ ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି। ଏହାସହିତ ପାକିସ୍ତାନ ସୀମାକୁ ଲାଗିରହିଥିବା ଭାରତର ବିଭିନ୍ନ ଅଂଶରେ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ନଜର ପକାଇଛନ୍ତି ରାଜନାଥ।

Categories
ଆଜିର ଖବର

ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ପାଇଁ ସୋମବାର ସିଆଚେନ୍‌ ଗ୍ଲେସିଅର୍‌ ଭ୍ରମଣ କରିବେ ରାଜନାଥ ସିଂ

ନୂତନ ଭାବରେ ପ୍ରତିରକ୍ଷା ମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିଥିବା ରାଜନାଥ ସିଂ ସୋମବାର ସିଆଚେନ୍‌ ଗ୍ଲାସିଅର୍‌ ଯିବେ। ବିଶ୍ବର ସର୍ବୋଚ୍ଚ ଯୁଦ୍ଧ କ୍ଷେତ୍ର ସିଆଚେନ୍‌ ଗ୍ଲେସିଅର ଭ୍ରମଣ କରିବା ସହିତ ସାମରିକ ସୁରକ୍ଷା ଅଧିକାରୀଙ୍କ ସହିତ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ। ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ଭ୍ରମଣ ସମୟରେ ସ୍ଥଳସେନା ମୁଖ୍ୟ ବିପିନ ରାଓ୍ବତ୍‌ ଏବଂ ଅନ୍ୟାନ୍ୟ ବରିଷ୍ଠ ସେନାଧିକାରୀ ଉପସ୍ଥିତ ରହି ସ୍ଥିତି ସମୀକ୍ଷା କରିବେ। ପାକିସ୍ତାନ ସୀମାନ୍ତରେ ସୁରକ୍ଷା ବ୍ୟବସ୍ଥା ସହିତ ସ୍ଥଳ ସେନା ଏବଂ ବାୟୁସେନାର ପରିଚାଳନା ନେଇ ଆଲୋଚନା କରାଯିବ ବୋଲି ଜଣାପଡିଛି। ଏହି ଆଲୋଚନାରେ ନଦର୍ନ ଆର୍ମି କମାଣ୍ଡର ଲ୍ୟୁଟନାଣ୍ଟ ଜେନେରାଲ୍‌ ରଣବୀର ସିଂ, ୧୪ କର୍ପସ୍‌ କମାଣ୍ଡର ଏବଂ କାର୍ଗିଲ ହିରୋ ଓ୍ବାଇ କେ ଯୋଶୀ ଯୋଗ ଦେଇ ସିଆଚେନ୍‌ର ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ମତ ରଖିବେ ବୋଲି ଜଣାପଡିଛି। ଶନିବାର ଦାୟିତ୍ବ ଗ୍ରହଣ ପରେ ସୁରକ୍ଷା ସଚିବ ସଞ୍ଜୟ ମିତ୍ର ଏବଂ ଅନ୍ୟ ତିନି ସଚିବ ରାଜନାଥଙ୍କୁ ବିଭିନ୍ନ ପ୍ରତିରକ୍ଷା ପ୍ରକଳ୍ପ ସମ୍ପର୍କରେ ବୁଝାଇଥିଲେ।

Categories
ଆଜିର ଖବର

ଦୁଇଦିନିଆ ମାଳଦୀପ ଗସ୍ତରେ ସୁଷମା ସ୍ବରାଜ

ବିଦେଶ ମନ୍ତ୍ରୀ ସୁଷମା ସ୍ବରାଜ ଦୁଇଦିନିଆ ମାଳଦୀପ ଗସ୍ତରେ ଯାଇଛନ୍ତି। ମାଳଦୀପର ବିଦେଶ ମନ୍ତ୍ରୀ ଅବଦୁଲ୍ଲା ସାହିଦଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ସୁଷମାଙ୍କ ସହ ବିଦେଶ ସଚିବ ବିଜୟ ଗୋଖେଲଙ୍କ ସମେତ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଗଠିତ ପ୍ରତିନିଧି ମଣ୍ଡଳୀ ମଧ୍ୟ ମାଳଦୀପ ଯାଇଛନ୍ତି। ଏହି ଗସ୍ତରେ ଦୁଇ ଦେଶ ଭିତରେ ସମ୍ପର୍କ ମଜବୁତ୍‌ କରିବା ନେଇ ବିଭିନ୍ନ ରାଜନୈତିକ ଓ ଅନ୍ତର୍ଜାତୀୟ ସମସ୍ୟା ଉପରେ ଆଲୋଚନା ହେବ। ଏହି ଗସ୍ତ ଅବସରରେ ସୁଷମା ସ୍ବରାଜ ମାଳଦୀପ ରାଷ୍ଟ୍ରପତି ଇବ୍ରାହିମ୍‌ ମହମ୍ମଦ ସାଲେହ, ଗୃହ ମନ୍ତ୍ରୀ ଶେଖ ଇମ୍ରାନ୍‌ ଅବଦୁଲ୍ଲା ପ୍ରମୁଖଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ରହିଛି।