ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ପାଇଁ ସୋମବାର ସିଆଚେନ୍‌ ଗ୍ଲେସିଅର୍‌ ଭ୍ରମଣ କରିବେ ରାଜନାଥ ସିଂ

Published: Jun 2, 2019, 2:26 pm IST
defence-minister-rajnath-singh_to visit siache

ନୂତନ ଭାବରେ ପ୍ରତିରକ୍ଷା ମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିଥିବା ରାଜନାଥ ସିଂ ସୋମବାର ସିଆଚେନ୍‌ ଗ୍ଲାସିଅର୍‌ ଯିବେ। ବିଶ୍ବର ସର୍ବୋଚ୍ଚ ଯୁଦ୍ଧ କ୍ଷେତ୍ର ସିଆଚେନ୍‌ ଗ୍ଲେସିଅର ଭ୍ରମଣ କରିବା ସହିତ ସାମରିକ ସୁରକ୍ଷା ଅଧିକାରୀଙ୍କ ସହିତ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ। ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ଭ୍ରମଣ ସମୟରେ ସ୍ଥଳସେନା ମୁଖ୍ୟ ବିପିନ ରାଓ୍ବତ୍‌ ଏବଂ ଅନ୍ୟାନ୍ୟ ବରିଷ୍ଠ ସେନାଧିକାରୀ ଉପସ୍ଥିତ ରହି ସ୍ଥିତି ସମୀକ୍ଷା କରିବେ। ପାକିସ୍ତାନ ସୀମାନ୍ତରେ ସୁରକ୍ଷା ବ୍ୟବସ୍ଥା ସହିତ ସ୍ଥଳ ସେନା ଏବଂ ବାୟୁସେନାର ପରିଚାଳନା ନେଇ ଆଲୋଚନା କରାଯିବ ବୋଲି ଜଣାପଡିଛି। ଏହି ଆଲୋଚନାରେ ନଦର୍ନ ଆର୍ମି କମାଣ୍ଡର ଲ୍ୟୁଟନାଣ୍ଟ ଜେନେରାଲ୍‌ ରଣବୀର ସିଂ, ୧୪ କର୍ପସ୍‌ କମାଣ୍ଡର ଏବଂ କାର୍ଗିଲ ହିରୋ ଓ୍ବାଇ କେ ଯୋଶୀ ଯୋଗ ଦେଇ ସିଆଚେନ୍‌ର ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ମତ ରଖିବେ ବୋଲି ଜଣାପଡିଛି। ଶନିବାର ଦାୟିତ୍ବ ଗ୍ରହଣ ପରେ ସୁରକ୍ଷା ସଚିବ ସଞ୍ଜୟ ମିତ୍ର ଏବଂ ଅନ୍ୟ ତିନି ସଚିବ ରାଜନାଥଙ୍କୁ ବିଭିନ୍ନ ପ୍ରତିରକ୍ଷା ପ୍ରକଳ୍ପ ସମ୍ପର୍କରେ ବୁଝାଇଥିଲେ।

Related posts