Categories
ଆଜିର ଖବର ଜାତୀୟ ଖବର

ଦେଶର ଅଖଣ୍ଡତା ରକ୍ଷା କରିବାକୁ ଆମେ ସମ୍ପୂର୍ଣ୍ଣ ପ୍ରତିଜ୍ଞାବଦ୍ଧ : ରାଜନାଥ ସିଂ

ନୂଆଦିଲ୍ଲୀ : ଲଦାଖ ସ୍ଥିତି ନେଇ ରାଜ୍ୟସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବିବୃତ୍ତି ରଖିଛନ୍ତି । ଭାରତ ଓ ଚୀନ୍‌ ମଧ୍ୟରେ ସୀମା ବିବାଦ ଏଯାଏ ସମାଧାନ ହୋଇନାହିଁ । ଭାରତ ଚାଇନା ମଧ୍ୟରେ ପୂର୍ବ ଲଦାଖରେ ସ୍ଥିତି ଧୀରେଧୀରେ ଉତ୍ତେଜନାପୂର୍ଣ୍ଣ ହେବାରେ ଲାଗିଛି। ଚାଇନା ଏଲ୍‌ଏସି ବାସ୍ତବିକ ସ୍ଥିତିର ଉଲ୍ଲଂଘନ କରୁଛି। ତେବେ ଭାରତୀୟ ଯବାନ ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ବୋଲି ଗୁରୁବାର ରାଜ୍ୟ ସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ଚାଇନା ଯୋଗୁ ଉତ୍ତେଜନା ବଢୁଥିବା ରାଜନାଥ କହିଛନ୍ତି। ଏହାଦ୍ୱାରା ଦୁଇଦେଶର ଦ୍ୱିପାକ୍ଷିକ ସମ୍ପର୍କ ଉପରେ ନକାରାତ୍ମକ ପ୍ରଭାବ ପଡୁଛି।

ଲଦାଖରେ ଚୀନ୍‌ ଭାରତର 38 ହଜାର କିମି କବ୍‌ଜା କରି ରଖିଛି । 90 ହଜାର ବର୍ଗ କିମି ତାର ନିଜର ବୋଲି ଚୀନ୍‌ କହି ଆସୁଛି । ଏଲ୍‌ଏସିରେ ଶାନ୍ତି ଓ ସ୍ଥିରତା ରଖିବା ପାଇଁ ଉଭୟ ଦେଶ ଚୁକ୍ତି କରିଛନ୍ତି ।ଏଲଏସିରେ ଅସ୍ଥିରତା ଦ୍ବିପାକ୍ଷିକ ସମ୍ପର୍କ ଉପରେ କୁପ୍ରଭାବ ପକାଇବ ବୋଲି  ରାଜନାଥ ସିଂ କହିଛନ୍ତି । ଏପ୍ରିଲ୍‌ ମାସଠାରୁ ସୀମାରେ ଚୀନ୍‌ ସେନା ଓ ଅସ୍ତ୍ରଶସ୍ତ୍ର ବଢାଇ ଚାଲିଛି । ଏଲ୍‌ଏସିରେ ଅସ୍ଥିରତା ସୃଷ୍ଟ ପାଇଁ ଚୀନ୍‌ ପକ୍ଷରୁ ବାରମ୍ବାର ଚେଷ୍ଟା କରାଯାଇଛି । ଆମ ସେନାର ସମୟୋଚିତ ପଦକ୍ଷେପ ଯୋଗୁଁ ଚୀନ୍‌କୁ ଜବାବ ଦିଆଯାଇଛି। ଜୁନ୍‌ 15ରେ ଚୀନ୍‌କୁ ଆମ ଯବାନମାନେ ଉଚିତ୍‌ ଜବାବ ଦେଇଛନ୍ତି ବୋଲି କହିଛନ୍ତି ରାଜନାଥ ସିଂହ । ଚୀନ୍‌ର କଥା ଓ କାମରେ ଯଥେଷ୍ଟ ଫରକ୍‌ ରହୁଛି ବୋଲି କହିଛନ୍ତି ରାଜନାଥ ସିଂ । ଅସ୍ଥିରତା ସୃଷ୍ଟି ପାଇଁ ସବୁବେଳେ ଚୀନ୍‌ ଭାରତକୁ ଉସୁକାଇ ଆସୁଛି । ଚୀନ୍‌ର ବଦମାସୀ ପାଇଁ ଏଲଏସିରେ ଅନେକ ଥର ମୁହାଁମୁହିଁ ସ୍ଥିତି ହୋଇଛି । ଦେଶକୁ ସୁରକ୍ଷା ଦେବାକୁ ଆମେ ମଧ୍ୟ ସୀମାରେ ଅଧିକ ସେନା ମୂତୟନ କରିଛୁ । ସେନାର ଗମନାଗମନ ସୁବିଧା ପାଇଁ ଆମେ ଉତ୍ତମ ରାସ୍ତାଘାଟ କରାଯାଇଛି । ଦେଶ ପାଇଁ ଯେତ ବଡ ଓ କଡା ପଦକ୍ଷେପ ନେବାକୁ ଆମେ ପଛେଇବୁନି ବୋଲି କହିଛନ୍ତି ରାଜନାଥ ସିଂ ।  ଦେଶର ଅଖଣ୍ଡତା ରକ୍ଷା କରିବାକୁ ଆମେ ସମ୍ପୂର୍ଣ୍ଣ ପ୍ରତିଜ୍ଞାବଦ୍ଧ ବୋଲି କହିବା ସହିତ ଦେଶର ମସ୍ତକ ନଇଁବାକୁ ଦେବୁନି ବୋଲି ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଉଛୁ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

Categories
ଆଜିର ଖବର ଜାତୀୟ ଖବର

ଲଦାଖ ସ୍ଥିତି ସମ୍ପର୍କରେ ଗୃହକୁ ଜଣାଇଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ନୂଆଦିଲ୍ଲୀ : ଭାରତ-ଚୀନ ସୀମା ବିବାଦକୁ ନେଇ ଲୋକସଭାରେ ବିବୃତ୍ତି ରଖିଛନ୍ତି  ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଲଦାଖ ସ୍ଥିତି ସମ୍ପର୍କରେ ଗୃହକୁ ଜଣାଇବା ସହ ଶାନ୍ତି ଚାହୁଁଛୁ ବୋଲି କହିଛନ୍ତି ରାଜନାଥ ସିଂହ । ଏଲଏସିରେ ଭାରତୀୟ ଯବାନ ଚାଇନାକୁ କଡା ଜବାବ ଦେଇଛନ୍ତି । ଜୁନ୍‌ 15ରେ ଗଲଓ୍ବାନରେ ହୋଇଥିବା ସଂଘର୍ଷରେ ଭାରତୀୟ ଯବାନ ଚାଇନାର ବହୁ କ୍ଷତି କରିଛନ୍ତି। ଏଲ୍‌ଏସିରେ ପୂର୍ବ ସ୍ଥିତିରେ ପରିବର୍ତ୍ତନ ଆଣିବା ଲାଗି ଚାଇନା ସୈନ୍ୟ ଉଦ୍ୟମ କରିଥିଲେ। ତେବେ ଏହାକୁ ଭାରତୀୟ ବୀର ଯବାନ ପଣ୍ଡ କରିଦେଇଥିବା ରାଜନାଥ କହିଛନ୍ତି। ଏପ୍ରିଲ୍‌ରେ ପୂର୍ବ ଲଦାଖରେ ହଲଚଲ୍‌ ସୃଷ୍ଟି ହୋଇଥିଲା । ଆମ ଯବାନମାନେ ତତ୍‌କ୍ଷଣାତ୍‌ ଏହାର ଜାବବ ଦେଇଥିଲେ। ଏଲଏସିରେ ଚୀନ୍‌ର ଏକତରଫା ପଦକ୍ଷେପକୁ ଭାରତ ନାପସନ୍ଦ କରୁଛି । ତେବେ ଏଯାଏଁ ଚୀନ୍‌-ଭାରତ ସୀମା ବିବାଦ ସମାଧାନ ହୋଇନଥିବାର ସ୍ପଷ୍ଟ କରିଛନ୍ତି ରାଜନାଥ ସିଂହ । ଲଦାଖରେ ଆମ ସେନାଙ୍କ ମନୋବଳ ବୃଦ୍ଧି କରାଯାଇଛି, ସାହସ ଦିଆଯାଇଛି । ସୀମା ବିବାଦ ଏକ ଜଟିଳ ପ୍ରସଙ୍ଗ, କିନ୍ତୁ ଚୀନ୍‌ର ଲକ୍ଷ୍ୟକୁ ସାକାର ହେବାକୁ ଦିଆଯିବନାହିଁ ବୋଲି କହିଛନ୍ତି ରାଜନାଥ ସିଂହ ।

Categories
ଆଜିର ଖବର

ସିଆଚେନ୍‌ରେ ରାଜନାଥ : ସୁରକ୍ଷା ବ୍ୟବସ୍ଥା ଓ ଯବାନମାନଙ୍କ ପରିସ୍ଥିତିକୁ ନେଇ ସମୀକ୍ଷା

ମୋଦି ସରକାରର ଦ୍ବିତୀୟ କାର୍ଯ୍ୟକାଳରେ ରାଜନାଥ ସିଂଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଛି। ଏହି ଦାୟିତ୍ବ ମିଳିବା ପରେ ରାଜନାଥ ସିଂ ସୋମବାର ଦିନ ସିଆଚେନ୍‌ ଗ୍ଲାସିୟର ପହଞ୍ଚିଛନ୍ତି। ସେଠାରେ ସେ ସୁରକ୍ଷା ବ୍ୟବସ୍ଥା ଓ ଯବାନମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କରିଛନ୍ତି। ତାଙ୍କ ସହ ସେନା ମୁଖ୍ୟ ବିପିନ ରାଓ୍ବତ ମଧ୍ୟ ରହିଛନ୍ତି। ବିଶ୍ୱର ସର୍ବୋଚ୍ଚ ମିଲିଟାରୀ ପୋଷ୍ଟ ଭାବେ ପରିଚିତ ସିଆଚେନ୍‌ ଗ୍ଲାସିୟରରୁ ସେ ଶ୍ରୀନଗର ଯିବାର କାର୍ଯ୍ୟକ୍ରମ ରହିଛି। ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ନିରୋଧ ଅଭିଯାନ ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି। ଏହାସହିତ ପାକିସ୍ତାନ ସୀମାକୁ ଲାଗିରହିଥିବା ଭାରତର ବିଭିନ୍ନ ଅଂଶରେ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ନଜର ପକାଇଛନ୍ତି ରାଜନାଥ।

Categories
ଆଜିର ଖବର

ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ପାଇଁ ସୋମବାର ସିଆଚେନ୍‌ ଗ୍ଲେସିଅର୍‌ ଭ୍ରମଣ କରିବେ ରାଜନାଥ ସିଂ

ନୂତନ ଭାବରେ ପ୍ରତିରକ୍ଷା ମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିଥିବା ରାଜନାଥ ସିଂ ସୋମବାର ସିଆଚେନ୍‌ ଗ୍ଲାସିଅର୍‌ ଯିବେ। ବିଶ୍ବର ସର୍ବୋଚ୍ଚ ଯୁଦ୍ଧ କ୍ଷେତ୍ର ସିଆଚେନ୍‌ ଗ୍ଲେସିଅର ଭ୍ରମଣ କରିବା ସହିତ ସାମରିକ ସୁରକ୍ଷା ଅଧିକାରୀଙ୍କ ସହିତ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ। ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ଭ୍ରମଣ ସମୟରେ ସ୍ଥଳସେନା ମୁଖ୍ୟ ବିପିନ ରାଓ୍ବତ୍‌ ଏବଂ ଅନ୍ୟାନ୍ୟ ବରିଷ୍ଠ ସେନାଧିକାରୀ ଉପସ୍ଥିତ ରହି ସ୍ଥିତି ସମୀକ୍ଷା କରିବେ। ପାକିସ୍ତାନ ସୀମାନ୍ତରେ ସୁରକ୍ଷା ବ୍ୟବସ୍ଥା ସହିତ ସ୍ଥଳ ସେନା ଏବଂ ବାୟୁସେନାର ପରିଚାଳନା ନେଇ ଆଲୋଚନା କରାଯିବ ବୋଲି ଜଣାପଡିଛି। ଏହି ଆଲୋଚନାରେ ନଦର୍ନ ଆର୍ମି କମାଣ୍ଡର ଲ୍ୟୁଟନାଣ୍ଟ ଜେନେରାଲ୍‌ ରଣବୀର ସିଂ, ୧୪ କର୍ପସ୍‌ କମାଣ୍ଡର ଏବଂ କାର୍ଗିଲ ହିରୋ ଓ୍ବାଇ କେ ଯୋଶୀ ଯୋଗ ଦେଇ ସିଆଚେନ୍‌ର ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ମତ ରଖିବେ ବୋଲି ଜଣାପଡିଛି। ଶନିବାର ଦାୟିତ୍ବ ଗ୍ରହଣ ପରେ ସୁରକ୍ଷା ସଚିବ ସଞ୍ଜୟ ମିତ୍ର ଏବଂ ଅନ୍ୟ ତିନି ସଚିବ ରାଜନାଥଙ୍କୁ ବିଭିନ୍ନ ପ୍ରତିରକ୍ଷା ପ୍ରକଳ୍ପ ସମ୍ପର୍କରେ ବୁଝାଇଥିଲେ।

Categories
ଆଜିର ଖବର

ବରୀରେ ବିଜେଡି ଓ କଂଗ୍ରେସ ଉପରେ ବର୍ଷିଲେ ରାଜନାଥ

ଯାଜପୁରର ବରୀରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି ଗୃହ ମନ୍ତ୍ରୀ ରାଜନାଥ ସିଂ। ସେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର ଅବସରରେ ବିଜେପି ନେତାଙ୍କ ପାଇଁ ପ୍ରଚାର କରିବାକୁ ଓଡିଶା ଆସିଥିଲେ। ନିଜ ଭାଷଣରେ ଉଭୟ ବିଜେଡି ଏବଂ କଂଗ୍ରେସକୁ ସମାଲୋଚନା କରିଥିଲେ ରାଜନାଥ। ଭାଷଣ ଆରମ୍ଭରୁ ବିଜେଡି ସରକାରକୁ ସମାଲୋଚନା କରିବା ସହିତ ୨୦ ବର୍ଷରେ ରାଜ୍ୟର କଣ ବିକାଶ ହୋଇଛି ବୋଲି ପ୍ରଶ୍ନ କରିଥିଲେ ରାଜନାଥ। ସେହିପରି ବିଜେଡି ସରକାର ଆୟୁଷ୍ମାନ ଭାରତ ଯୋଜନା ଲାଗୁ ନକରିବାକୁ ମଧ୍ୟ ସମାଲୋଚନା କରିଥିଲେ ରାଜନାଥ। ଏହା ସହିତ ୨୦ ବର୍ଷ ବିଜେଡିକୁ ସୁଯୋଗ ଦେଇଥିବା ଜନସାଧାରଣ ୫ ବର୍ଷ ବିଜେପିକୁ ସୁଯୋଗ ଦେବା ଉଚିତ୍‌ ବୋଲି ରାଜନାଥ କହିଥିଲେ। କେନ୍ଦ୍ର ସରକାରଙ୍କ ଉଜ୍ଜଳା ଯୋଜନାକୁ ପ୍ରଶଂସା କରି କଂଗ୍ରେସକୁ ସମାଲୋଚନା ମଧ୍ୟ କରିଥିଲେ ରାଜନାଥ। ସେ କହିଥିଲେ, ୧୯୯୭ରୁ ୨୦୧୪ ମଧ୍ୟରେ ୟୁପିଏ ସରକାର ଅମଳରେ ମାତ୍ର ୧୨ କୋଟି ଗ୍ୟାସ୍‌ ସଂଯୋଗ ଦିଆଯାଇଥିବା ବେଳେ କେବଳ ବିଗତ ଚାରି ବର୍ଷରେ ୧୩ କୋଟି ଗ୍ୟାସ୍‌ ସଞ୍ଜୋଗ ପ୍ରଦାନ କରାଯାଇଛି। ଏହା ସହିତ କହିଥିଲେ ୨୦୨୨ ସୁଦ୍ଧା ଏମିତି କୌଣସି ଘର ନଥିବ ଯେଉଁଥିରେ ପକ୍କା ଘର ନଥିବ କିମ୍ବା ଗ୍ୟାସ୍‌ ସଞ୍ଜୋଗ ନଥିବ। ସେହିପରି କେନ୍ଦ୍ର ସରକାର ଦୈନିକ ୩୦ରୁ ୩୨ କିମି ଜାତୀୟ ରାଜପଥ ନିର୍ମାଣ କରୁଛନ୍ତି ବୋଲି ରାଜନାଥ କହିଥିଲେ। ସରକାର ପୁନର୍ବାର କ୍ଷମତାକୁ ଆସିଲେ କିଷାନ କ୍ରେଡିଟ କାର୍ଡରେ ୫ ବର୍ଷ ପର୍ଯ୍ୟନ୍ତ ବିନା ସୁଦ୍ଧରେ ଋଣ ଦିଆଯିବ ବୋଲି କହିବା ସହିତ ଭୋଟ ଅପିଲ୍‌ କରିଥିଲେ ରାଜନାଥ।

Categories
ଆଜିର ଖବର

ନାମାଙ୍କନ ପତ୍ର ଦାଖଲ କଲେ ରାଜନାଥ ସିଂହ

କେନ୍ଦ୍ର ଗୃହ ମନ୍ତ୍ରୀ ତଥା ଲକ୍ଷ୍ନୌରୁ ବିଜେପି ପ୍ରାର୍ଥୀ ରାଜନାଥ ସିଂହ ଆଜି ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ ସେ ଏକ ରୋଡ ସୋ କରିଥିଲେ। ଏହି ରାଲିରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସାମିଲ୍‌ ହେବେ ବୋଲି ସୂଚନା ରହିଥିଲା। କିନ୍ତୁ ନିର୍ବାଚନ ପ୍ରଚାର ସମୟରେ ବିବାଦୀୟ ବୟାନ ଦେଇଥିବା କାରଣରୁ ନିର୍ବାଚନ ଆୟୋଗ ତାଙ୍କ ଉପରେ ୭୨ ଘଣ୍ଟିଆ ପ୍ରତିବନ୍ଧକ ଲଗାଇଛନ୍ତି। ଏହି ରାଲିରେ ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୋର୍ଯ୍ୟ ଏବଂ ଦିନେଶ ଶର୍ମାଙ୍କ ସହିତ ଯୋଗୀ ସରକାରଙ୍କ ବହୁ ବରିଷ୍ଠ ମନ୍ତ୍ରୀମାନେ ଏଥିରେ ସାମିଲ ହୋଇଛନ୍ତି। ରାଜନାଥ ସିଂହ କୋସଳ କିଶୋର ଦଳ କାର୍ଯ୍ୟାଳୟରୁ ରୋଡ ସୋ ଆରମ୍ଭ କରି କଲେକ୍ଟ୍ରେଟରେ ପହଂଚିଥିଲେ। ୨୦୧୪ରେ ରାଜନାଥ ଏହିଠାରୁ ବହୁ ସଂଖ୍ୟାରେ ଭୋଟ ପାଇ ଜୟଯୁକ୍ତ ହୋଇଥିଲେ। ଲକ୍ଷ୍ନୌରେ ୫ମ ଚରଣ ମତଦାନ ହେବାକୁ ରହିଛି। ଅପ୍ରେଲ ୧୮ ତାରିଖ ହେଉଛି  ନାମାଙ୍କନ ଭରିବାର ଅନ୍ତିମ ଦିନ।

 

Categories
ଆଜିର ଖବର

ଜମ୍ମୁ କଶ୍ମୀର ପାଇଁ ଅଲଗା ପ୍ରଧାନମନ୍ତ୍ରୀ ପ୍ରସଙ୍ଗ : ଧାରା ୩୫ ଏ ଏବଂ ୩୭୦ ଉଠିବା ଦରକାର : ରାଜନାଥ

ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସର ଉପସଭାପତି ଓମାର ଅବଦୁଲ୍ଲା ଜମ୍ମୁ କଶ୍ମୀର ପାଇଁ ଅଲଗା ପ୍ରଧାନମନ୍ତ୍ରୀ ଦାବି କରିବା ଉପରେ ନିଜର ମତାମତ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ। ସ୍ବରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଅଲଗା ପ୍ରଧାନମନ୍ତ୍ରୀ ଦାବି କରିବା ଫଳରେ ସରକାର ଧାରା ୩୫ ଏ ଏବଂ ୩୭୦ ଉଚ୍ଛେଦ କରିବା ପାଇଁ ବାଧ୍ୟ ହେବେ। ଏହି ଦୁଇ ଧାରା ଯୋଗୁଁ ଜମ୍ମୁ ଏବଂ କାଶ୍ମୀରକୁ ଭାରତୀୟ ସମ୍ବିଧାନରେ ସ୍ବତନ୍ତ୍ର ମାନ୍ୟତା ମିଳିଛି। ଏହା ଯୋଗୁଁ ଏପରି ମତାମତ ଦିଆଯାଉଛି ବୋଲି ଜମ୍ମୁରେ ଏକ ନିର୍ବାଚନୀ ରାଲିରେ କହିଥିଲେ ରାଜନାଥ। ଭବିଷ୍ୟତରେ ଯଦି ଏପରି ଦାବି ଉଠେ ତେବେ ସରକାର ସିଧାସଳଖ ଏହି ଦୁଇ ଧାରାର ଉଚ୍ଛେଦ କରିବେ। ଏହା ସହିତ ଭବିଷ୍ୟତରେ ଏହି ବିଷୟ ନେଇ କଂଗ୍ରେସ ଏବଂ ଅନ୍ୟାନ୍ୟ ରାଜନୈତିକ ଦଳ ସହିତ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ରାଜନାଥ କହିଛନ୍ତି। ଆତଙ୍କବାଦକୁ ନେଇ ସରକାର ସମ୍ପୂର୍ଣ୍ଣ ଭାବରେ କଡା ଆଭିମୁଖ୍ୟ ଗ୍ରହଣ କରିବେ ବୋଲି କହିଥିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ।

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )

Categories
ଆଜିର ଖବର

ପାକିସ୍ତାନ ଯାଇ ଏୟାରଷ୍ଟ୍ରାଇକ ମୃତକଙ୍କ ସଂଖ୍ୟା ଗଣୁ କଂଗ୍ରେସ: ରାଜନାଥ

ବାଲାକୋଟ ଏୟାର ଷ୍ଟ୍ରାଇକରେ ଆତଙ୍କୀଙ୍କ ମୃତ ସଂଖ୍ୟାକୁ ନେଇ ଉଭୟ ବିରୋଧୀ ଓ ଶାସକ ଭିତରେ ଟଣାଓଟରା ଚାଲିଛି । ବିରୋଧୀ ଏହି ଏୟାର୍‌ ଷ୍ଟ୍ରାଇକ୍‌ରେ କେତେଜଣ ଆତଙ୍କବାଦୀ ମୃତ୍ୟୁ ଘଟିଛି ବୋଲି ପଚାରୁଥିବାବେଳେ ଶାସକଙ୍କ ତରଫରୁ ଭିନ୍ନ ଭିନ୍ନ ଉତ୍ତର ଆସୁଛି । ଅମିତ୍‌ ଶାହା ୨୫୦ ଜଣ କହୁଥିବାବେଳେ ଯୋଗୀ ୪୦୦ ଜଣ ଓ ସିହ୍ନା ୩୦୦ ଜଣ ବୋଲି କହୁଛନ୍ତି । ତେବେ ଏହି ଘଟଣାକୁ ନେଇ ଗୃହମନ୍ତ୍ରୀ ରାଜନାଥ ସିଂହ ଜବାବ୍‌ ଦେଇ କହିଛନ୍ତି ଯେ, ଯଦି କଂଗ୍ରେସ ନେତା କେତେ ଆତଙ୍କୀ ମରିଛନ୍ତି ଜାଣିବାକୁ ଚାହୁଁଛନ୍ତି, ତେବେ ସେମାନେ ପାକିସ୍ତାନ ଯାଇ ଏକଥା ପଚାରନ୍ତୁ ନ ହେଲେ ମୃତ ଦେହ ଗଣନ୍ତୁ । ତେବେ ଏହା ଉପରେ ଏୟାର୍‌ ଚିଫ୍‌ ଏକ ସାମ୍ବାଦିକ ସମ୍ମିଳନୀ କରି ସଫେଇ ଦେଇଥିଲେ ଯେ ସେମାନଙ୍କ କାମ ହେଉଛି ଲକ୍ଷ୍ୟ ଭେଦ କରିବା, ମୃତ ସଂଖ୍ୟ ଗଣିବା ନୁହେଁ । ଏହା ଆତଙ୍କବାଦ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଥିଲା ବୋଲି ଯୁକ୍ତି କରିଛନ୍ତି ଏୟାର୍‌ ଚିଫ୍‌ । ସେହିପରି ଗତକାଲି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତରମଣ ଏହି ବିବାଦରେ ରାଜନୀତିନ କରାଯାଉ ବୋଲି କହିବା ସହିତ ଏହି ଆକ୍ରମଣରେ ସାମରିକ କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା, ଏହା କେବଳ ଏୟାର୍‌ ଷ୍ଟ୍ରାଇକ୍‌ ଥିଲା ବୋଲି ଯୁକ୍ତି ବାଢିଛନ୍ତି । ତେବେ ବାଲାକୋଟ୍‌ ଏୟାର୍‌ ଷ୍ଟ୍ରାଇକ୍‌କୁ ନେଇ ଉଭୟ ବିରୋଧୀ ଓ ଶାସକ ଉଭୟ ଉଭୟଙ୍କୁ ଘେରୁଛନ୍ତି ।