ଲଦାଖ ସ୍ଥିତି ସମ୍ପର୍କରେ ଗୃହକୁ ଜଣାଇଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

Published: Sep 15, 2020, 3:38 pm IST

ନୂଆଦିଲ୍ଲୀ : ଭାରତ-ଚୀନ ସୀମା ବିବାଦକୁ ନେଇ ଲୋକସଭାରେ ବିବୃତ୍ତି ରଖିଛନ୍ତି  ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଲଦାଖ ସ୍ଥିତି ସମ୍ପର୍କରେ ଗୃହକୁ ଜଣାଇବା ସହ ଶାନ୍ତି ଚାହୁଁଛୁ ବୋଲି କହିଛନ୍ତି ରାଜନାଥ ସିଂହ । ଏଲଏସିରେ ଭାରତୀୟ ଯବାନ ଚାଇନାକୁ କଡା ଜବାବ ଦେଇଛନ୍ତି । ଜୁନ୍‌ 15ରେ ଗଲଓ୍ବାନରେ ହୋଇଥିବା ସଂଘର୍ଷରେ ଭାରତୀୟ ଯବାନ ଚାଇନାର ବହୁ କ୍ଷତି କରିଛନ୍ତି। ଏଲ୍‌ଏସିରେ ପୂର୍ବ ସ୍ଥିତିରେ ପରିବର୍ତ୍ତନ ଆଣିବା ଲାଗି ଚାଇନା ସୈନ୍ୟ ଉଦ୍ୟମ କରିଥିଲେ। ତେବେ ଏହାକୁ ଭାରତୀୟ ବୀର ଯବାନ ପଣ୍ଡ କରିଦେଇଥିବା ରାଜନାଥ କହିଛନ୍ତି। ଏପ୍ରିଲ୍‌ରେ ପୂର୍ବ ଲଦାଖରେ ହଲଚଲ୍‌ ସୃଷ୍ଟି ହୋଇଥିଲା । ଆମ ଯବାନମାନେ ତତ୍‌କ୍ଷଣାତ୍‌ ଏହାର ଜାବବ ଦେଇଥିଲେ। ଏଲଏସିରେ ଚୀନ୍‌ର ଏକତରଫା ପଦକ୍ଷେପକୁ ଭାରତ ନାପସନ୍ଦ କରୁଛି । ତେବେ ଏଯାଏଁ ଚୀନ୍‌-ଭାରତ ସୀମା ବିବାଦ ସମାଧାନ ହୋଇନଥିବାର ସ୍ପଷ୍ଟ କରିଛନ୍ତି ରାଜନାଥ ସିଂହ । ଲଦାଖରେ ଆମ ସେନାଙ୍କ ମନୋବଳ ବୃଦ୍ଧି କରାଯାଇଛି, ସାହସ ଦିଆଯାଇଛି । ସୀମା ବିବାଦ ଏକ ଜଟିଳ ପ୍ରସଙ୍ଗ, କିନ୍ତୁ ଚୀନ୍‌ର ଲକ୍ଷ୍ୟକୁ ସାକାର ହେବାକୁ ଦିଆଯିବନାହିଁ ବୋଲି କହିଛନ୍ତି ରାଜନାଥ ସିଂହ ।

Related posts