Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

କରୋନା ଉପରୁ ବିଶ୍ବ ସମୁଦାୟର ଧ୍ୟାନ ହଟାଇବା ସୀମା ବିବାଦ ସୃଷ୍ଟି କରୁଛି ଚୀନ୍‌ : ଭିକେ ସିଂ

ନୂଆଦିଲ୍ଲୀ : କରୋନା ଭାଇରସ୍‌କୁ ନେଇ ବିଶ୍ବ ସମୁଦାୟ ସମ୍ମୁଖରେ ନିନ୍ଦିତ ହେଉଥିବା ଚୀନ୍‌ ଜାଣିଶୁଣି ଭାରତ ସହିତ ସୀମା ବିବାଦରେ ଲିପ୍ତ ରହୁଛି ବୋଲି କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ସ୍ଥଳସେନା ମୁଖ୍ୟ ଭିକେ ସିଂ ମତ ଦେଇଛନ୍ତି । କରୋନା ଭାଇରସ୍‌ କାରଣରୁ ଚାଇନା ସମଗ୍ର ବିଶ୍ବର ରାଡାରରେ ରହିଛି । ଏହା ଉପରୁ ଧ୍ୟାନ ହଟାଇବା ପାଇଁ ଚୀନ୍‌ ପକ୍ଷରୁ ଏଭଳି କାର୍ଯ୍ୟ କରାଯାଉଥିବା ନେଇ ସିଂ କହିଛନ୍ତି । ପୂର୍ବରୁ ଲଦାଖରେ ଏବଂ ସିକ୍କିମ୍‌ ପାଙ୍ଗଙ୍ଗରେ ଉଭୟ ପକ୍ଷର ସେନା ପରସ୍ପର ସହିତ ଲଢେଇ କରିଥିଲେ । ଏହା ମଧ୍ୟରେ ଭାରତୀୟ ବାୟୁସେନା ପକ୍ଷରୁ ନୂତନ ୟୁନିଟ୍‌ ପ୍ରସ୍ତୁତ କରାଯାଇଛି । ତେବେ ଚୀନ୍‌ର ରାଷ୍ଟ୍ରଦୂତ କହିଛନ୍ତି ଉଭ ରାଷ୍ଟ୍ର ପରସ୍ପରର ଶତ୍ରୁ ନୁହନ୍ତି, ବରଂ ପରସ୍ପର ପାଇଁ ସୁଯୋଗ । ହାତୀ ଏବଂ ଡ୍ରାଗନ ଗୋଟିଏ ମଞ୍ଚରେ ନାଚି ପାରିବ । ଅପରପକ୍ଷରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟସ୍ଥତାର ପ୍ରସ୍ତାବ ଦେଇ ଘଟଣାକୁ ଆହୁରି ଗୋଳମାଳିଆ କରି ଦେଇଛନ୍ତି । (ଏଜେନ୍ସି)

Categories
ଆଜିର ଖବର

ପାକିସ୍ତାନ ଶାନ୍ତି ପାଇଁ ପ୍ରତିବଦ୍ଧତାକୁ ମଜବୁତ୍‌ କରିବା ଦିଗରେ ପଦକ୍ଷେପ ନେବା ଉଚିତ୍‌: ଜେନେରାଲ୍‌ ବିକେ ସିଂହ

ବିଦେଶ ରାଜ୍ୟ ମନ୍ତ୍ରୀ ବି.କେ. ସିଂହ ଭାରତୀୟ ୱିଙ୍ଗ୍‌ କମାଣ୍ଡର୍‌ ଅଭିନନ୍ଦନଙ୍କ ପ୍ରତ୍ୟାବତ୍ତର୍ନକୁ ସ୍ଵାଗତ କରିବା ସହିତ ପାକିସ୍ତାନ ଶାନ୍ତି ପାଇଁ ନିଜ ପ୍ରତିବଦ୍ଧତାକୁ ମଜବୁତ୍‌ କରିବା ଉପରେ ପଦକ୍ଷେପ ନେବା ଉଚିତ୍‌ ବୋଲି ଏକ ଟ୍ଵିଟ୍‌ କରିଛନ୍ତି । ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତକୁ ଆତଙ୍କବାଦ ବିରୋଧରେ ପାକିସ୍ତାନ ଦ୍ଵାରା ଏକ ସକରାତ୍ମକ ଓ ପରୀକ୍ଷାମୂଳକ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି ।  ଭାରତୀୟ ୱିଙ୍ଗ୍‌ କମାଣ୍ଡର୍‌ ଅଭିନନ୍ଦନ ବର୍ଥମାନଙ୍କର ମୁକ୍ତ ଭାରତ-ପାକିସ୍ତାନ ମଧ୍ୟରେ ଥିବା ଜେନେଭା ଚୁକ୍ତି ଅନୁଯାୟୀ ହେଉଛି ବୋଲି ବାୟୁସେନାର ବରିଷ୍ଠ ଅଧିକାରୀ ସ୍ପଷ୍ଟ କରିଛନ୍ତି । ଅଭିନନ୍ଦନଙ୍କ ଭାରତ ପ୍ରତ୍ୟାବର୍ତ୍ତନକୁ ନେଇ ସାରା ଦେଶବାସୀ ଖୁସିରେ  ନାଚି ଉଠିଛନ୍ତି । ଗତକାଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଭାରତୀୟ କମାଣ୍ଡର୍‌ ଅଭିନନ୍ଦନକୁ ଭାରତକୁ ଫେରାଇଦିଆଯିବ ବୋଲି ସଂସଦରେ ଘୋଷଣା କରିଥିଲେ ।