କରୋନା ଉପରୁ ବିଶ୍ବ ସମୁଦାୟର ଧ୍ୟାନ ହଟାଇବା ସୀମା ବିବାଦ ସୃଷ୍ଟି କରୁଛି ଚୀନ୍‌ : ଭିକେ ସିଂ

Published: May 27, 2020, 6:59 pm IST

ନୂଆଦିଲ୍ଲୀ : କରୋନା ଭାଇରସ୍‌କୁ ନେଇ ବିଶ୍ବ ସମୁଦାୟ ସମ୍ମୁଖରେ ନିନ୍ଦିତ ହେଉଥିବା ଚୀନ୍‌ ଜାଣିଶୁଣି ଭାରତ ସହିତ ସୀମା ବିବାଦରେ ଲିପ୍ତ ରହୁଛି ବୋଲି କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ସ୍ଥଳସେନା ମୁଖ୍ୟ ଭିକେ ସିଂ ମତ ଦେଇଛନ୍ତି । କରୋନା ଭାଇରସ୍‌ କାରଣରୁ ଚାଇନା ସମଗ୍ର ବିଶ୍ବର ରାଡାରରେ ରହିଛି । ଏହା ଉପରୁ ଧ୍ୟାନ ହଟାଇବା ପାଇଁ ଚୀନ୍‌ ପକ୍ଷରୁ ଏଭଳି କାର୍ଯ୍ୟ କରାଯାଉଥିବା ନେଇ ସିଂ କହିଛନ୍ତି । ପୂର୍ବରୁ ଲଦାଖରେ ଏବଂ ସିକ୍କିମ୍‌ ପାଙ୍ଗଙ୍ଗରେ ଉଭୟ ପକ୍ଷର ସେନା ପରସ୍ପର ସହିତ ଲଢେଇ କରିଥିଲେ । ଏହା ମଧ୍ୟରେ ଭାରତୀୟ ବାୟୁସେନା ପକ୍ଷରୁ ନୂତନ ୟୁନିଟ୍‌ ପ୍ରସ୍ତୁତ କରାଯାଇଛି । ତେବେ ଚୀନ୍‌ର ରାଷ୍ଟ୍ରଦୂତ କହିଛନ୍ତି ଉଭ ରାଷ୍ଟ୍ର ପରସ୍ପରର ଶତ୍ରୁ ନୁହନ୍ତି, ବରଂ ପରସ୍ପର ପାଇଁ ସୁଯୋଗ । ହାତୀ ଏବଂ ଡ୍ରାଗନ ଗୋଟିଏ ମଞ୍ଚରେ ନାଚି ପାରିବ । ଅପରପକ୍ଷରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟସ୍ଥତାର ପ୍ରସ୍ତାବ ଦେଇ ଘଟଣାକୁ ଆହୁରି ଗୋଳମାଳିଆ କରି ଦେଇଛନ୍ତି । (ଏଜେନ୍ସି)

Related posts