Categories
ଆଜିର ଖବର ରାଜ୍ୟ ଖବର

ଗୋପାଳପୁର ବେଳାଭୂମିରୁ 16 ଫୁଟର ମୃତ ତିମି ଉଦ୍ଧାର

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଗୋପାଳପୁର ବେଳାଭୂମିରେ ରବିବାର ପୂର୍ବାହ୍ନରେ ଏକ ମୃତ ତିମି ଠାବ କରାଯାଇଛି । 2ଟନ୍‌ ଓଜନର ଏହି ତିମିଟି 16 ଫୁଟ୍‌ 4 ଇଞ୍ଚ ବୋଲି ଜଣାପଡିଛି । ଗୋପାଳପୁରର ନୂଆବକ୍ସିପଲ୍ଲୀରେ ସମୁଦ୍ର ଭିତରକୁ ଯାଇଥିବା ମତ୍ସ୍ୟଜୀବୀ ମାନେ ଏହି ବିଶାଳକାୟ ତିମିଟିକୁ ଉଦ୍ଧାର କରିଥିଲେ । ପେଟ ପାଖ ଧଳା, ଉପର ପାଶ୍ୱର୍ ଇଷତ୍‌ ନୀଳ ଓ ଧଳା ଛିଟା ରହିଥିବା ଏହି ତିମି ହ୍ୱେଲ୍‌ ଶାର୍କ ପ୍ରଜାତିର ବୋଲି ଜୁଲୋଜିକାଲ୍‌ ସର୍ଭେ ଅଫ୍‌ ଇଣ୍ଡିଆ ପକ୍ଷରୁ କୁହାଯାଇଛି । ତେବେ ଏହି ପୁରଷ ତିମିର ସ୍ବାଭାବିକ ମୃତ୍ୟୁ ହୋଇଥିବା ପ୍ରକାଶ କରାଯାଇଛି ।