Categories
ଆଜିର ଖବର ଜାତୀୟ ଖବର

ସାନଭାଇକୁ ପ୍ରେମ କରି ବଡଭାଇକୁ ବାହା ହେବାକୁ ଜିଦ୍‌ ଧରିଲେ ଯୁବତୀ, ଜାଣନ୍ତୁ ପୂରା ଘଟଣାଟି କ’ଣ

ଶାହଜାହାଁପୁର : ପ୍ରେମ ଅନ୍ଧ ହୋଇଥାଏ ସତ, କିନ୍ତୁ ପ୍ରେମ ଏତେ ଶୀଘ୍ର ବଦଳିଯାଇଥାଏ, ତାହା ବିଶ୍ବାସ କରିବା କଷ୍ଟ । କିନ୍ତୁ ୟୁପି୍‌ର ଶାହାଜହାଁପୁରର ପରୋଲୀଗ୍ରା ମରୁ ଆସିଥିବା ଏକ ଘଟଣାରୁ ଏହା ସ୍ପଷ୍ଟ ହୋଇଛି । ଏହି ଗ୍ରାମର ଜଣେ ଯୁବତୀ ନିଜ ପ୍ରେମିକଙ୍କ ଘରେ ପହଞ୍ଚିଗଲେ। କିନ୍ତୁ ଯେତେବେଳେ ଜାଣିଲେ ତାଙ୍କ ପ୍ରେମିକଙ୍କ ବୟସବହୁତ କମ୍‌ । ସେତେବେଳେ ସେ ପ୍ରେମିକକୁ ବଡଭାଇକୁ ବାହା ହେବାକୁ ନିଷ୍ପତ୍ତି ନେଲେ । ଏହି ବିଷୟଟି ଏବେ ଗ୍ରାମରେ ବେଶ୍‌ ଚର୍ଚ୍ଚା ସୃଷ୍ଟି କରିଛି ।

ମିଳିଥିବା ସୂଚନା ଅନୁସାରେ ଶାହଜହାଁପୁରର ଜଣେ ଯୁବତୀ ଏଲଏଲ୍‌ବିର ଚତୁର୍ଥ ସେମିଷ୍ଟାର  ଛାତ୍ରୀ ଅଟନ୍ତି । ନଅ ବର୍ଷ ପୂର୍ବରୁ ତାଙ୍କ ମା’ଙ୍କର ମୃତ୍ୟୁ ହୋଇଥିବାବେଳେ ତାଙ୍କ ପିତା ଦ୍ବିତୀୟ ବିବାହ କରିଥିଲେ । ବିମାତାଙ୍କ ନିର୍ଯାତନାରେ ସେ ଅତିଷ୍ଠ ହୋଇପଡିଥିଲେ । ଗତ ଦୁଇ ମାସ ତଳେ ସେ ଏକ ନମ୍ବରରେ ହ୍ବାଟସଆପ୍ ମ୍ୟାସେଜ କରିଥିଲେ। ସେହି ନମ୍ବରଟି ପରୌଲି ଗାଁର ଅମିତ କୁରିଲଙ୍କର। ଅମିତ ମ୍ୟାସେଜର ରିପ୍ଲାଇ ଦେଇଥିଲେ। ଏହା ପରେ ମ୍ୟାସେଜ ଆଦାନ-ପ୍ରଦାନ ହେବା ସହ ଉଭୟଙ୍କ ମଧ୍ୟରେ ବନ୍ଧୁତା ହୋଇଯାଇଥିଲା। ଏହି ସମ୍ପର୍କ ପ୍ରେମ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା। ଗତ ଅଗଷ୍ଟ 25 ତାରିଖରେ ଯୁବତୀ ଜଣକ ନିଜ ପ୍ରେମିକଙ୍କ ଘରକୁ ପଳାଇଯାଇଥିଲେ ।

ତେବେ ଯୁବତୀ ଜଣକଙ୍କ ପାଇଁ ପ୍ରେମିକଙ୍କ ଘରେ ପହଞ୍ଚିବା ସହଜସାଧ୍ୟ ନଥିଲା । ଏଥିପାଇଁ ତାଙ୍କୁ ବହୁ କଷ୍ଟ ମଧ୍ୟ ସ୍ବୀକାର କରିବାକୁ ପଡିଥିଲା । ନିଜ ପ୍ରେମିକଙ୍କ ଘରକୁ ଯିବା ପାଇଁ ଯୁବତୀ ଜଣକ 10 କିଲୋମିଟର ଚାଲି ଚାଲି ଯାଇଥିଲେ । ପୁଣି ରାସ୍ତାରେ ଜଣେ ପଥଚାରୀଙ୍କ ସହ ପରିଚିତ ହେବା ପରେ ତାଙ୍କ ଘରେ ଆଶ୍ରୟ ନେଇଥିଲେ । ତାଙ୍କଠାରୁ 200ଟଙ୍କା ନେଇ 163ଟଙ୍କାର ବସ୍‌ ଟିକେଟ କିଣି ସେ କାନପୁର ଯାଇଥିଲେ । ସେଠାରୁ ସେ ଚାଲିଚାଲି ତାଙ୍କ ପ୍ରେମିକଙ୍କ ଘରେ ପହଞ୍ଚିଥିଲେ ।

ଯୁବତୀ ଜଣକ ନିଜ ପ୍ରେମିକଙ୍କ ଘରେ ପହଞ୍ଚିବା ପରେ ନିଜର କାହାଣୀ ଶୁଣାଇଥିଲେ । ସମ୍ପୂର୍ଣ୍ଣ କଥା ଶୁଣିବା ପରେ ପ୍ରେମିକଙ୍କ ପରିବାର ଲୋକେ ଯୁବତୀଙ୍କୁ ତାଙ୍କ ପ୍ରେମିକଙ୍କ ବୟସ ତାଙ୍କଠାରୁ ବହୁତ କମ୍‌ । ଏହାପରେ ଯୁବତୀ ଜଣକ ପ୍ରେମିକଙ୍କ ବଡ ଭାଇଙ୍କୁ ବିବାହ କରିବାକୁ ଜିଦ୍‌ ଧରିଥିଲେ । ସେ ନିଜ ଘରକୁ ଫେରିବାକୁ ଚାହାଁନ୍ତିନି ତେଣୁ ସେ ପ୍ରେମିକଙ୍କ ବଡଭାଇଙ୍କୁ ବିବାହ କରିବେ କିନ୍ତୁ ସେ ନିଜଘରକୁ ଯିବେ ନାହିଁ । ସାବତ ମା’ଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ଯୁବତୀ ଜଣକ ନିଜ ଘରକୁ ଫେରିବାକୁ ଚାହୁଁନଥିବାବେଳେ ଯୁବତୀଙ୍କ ଅବସ୍ଥା ଦେଖି ପ୍ରେମିକଙ୍କ ପରିବାର ଲୋକେ ମଧ୍ୟ ଯୁବତୀଙ୍କର ପ୍ରସ୍ତାବକୁ ଗ୍ରହଣ କରିଥିବାର ଜଣାପଡିଛି । (ଏଜେନ୍ସି)