Categories
ଅପରାଧ ଆଜିର ଖବର ଜାତୀୟ ଖବର

ସୁରକ୍ଷିତ ଯୌନ ସମ୍ପର୍କ ଦାବି ପଡିଲା ମହଙ୍ଗା : ମହିଳାଙ୍କୁ ଗଳାକାଟି ହତ୍ୟା

ବେଙ୍ଗାଲୁରୁ : ସୁରକ୍ଷିତ ଯୌନ ସମ୍ପର୍କ ଦାବି କରିବାରୁ ବେଙ୍ଗାଲୁରୁରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି । ମହିଳାଙ୍କୁ ହତ୍ୟା ଅଭିଯୋଗରେ ପୋଲିସ୍‌ 48 ବର୍ଷୀୟ ମୁକୁନ୍ଦ ଏଚ୍‌ ଏଚ୍‌ଙ୍କୁ ଗିରଫ କରାଯାଇଛି । ମହିଳାଙ୍କୁ ହତ୍ୟା କରିଥିବା ନେଇ ପଚରା ଉଚୁରା ସମୟରେ ମୁକୁନ୍ଦ ସ୍ବୀକାର କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ମହିଳା ଜଣକ ବେଶ୍ୟାବୃତ୍ତି କରନ୍ତି । ମାଜେଷ୍ଟିକ୍‌ ବସ୍‌ଷ୍ଟାଣ୍ଡରେ ଉଭୟଙ୍କ ମଧ୍ୟରେ ପରିଚୟ ହେବା ପରେ ମହିଳାଙ୍କ ଗାୟତ୍ରୀ ନଗର ସ୍ଥିତ ବାସଭବନରେ ପହଞ୍ଚିଥିଲେ । ସେଠାରେ ମହିଳା ଜଣକ ନିରୋଧ (କଣ୍ଡୋମ) ପିନ୍ଧିବା ପାଇଁ ଦାବି କରିଥିବା ବେଳେ ମୁକୁନ୍ଦ ମନା କରିବା ସହିତ ନିଜର ପଇସା ଫେରସ୍ତ ମାଗିଥିଲେ । ପଇସା ନଫେରାଇବାରୁ ଉତ୍‌କ୍ଷିପ୍ତ ମୁକୁନ୍ଦ ଛୁରୀ ଭୁସିବା ସହିତ ଗଳାକାଟି ମହିଳାଙ୍କୁ ହତ୍ୟା କରିଥିଲେ । ପରେ ପୋଲିସ୍‌ ମହିଳାଙ୍କ ଫୋନ୍‌ ମାଜେଷ୍ଟିକ୍‌ ବସଷ୍ଟାଣ୍ଡର ସିସିଟିଭି ଫୁଟେଜ୍‌ରୁ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।

Categories
ଆଜିର ଖବର

ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ

ନୂଆପଡା ଜିଲା ଖଡିଆଳ ଥାନା ସୁନାରୀସିକୁଆଁ ଗ୍ରାମରେ ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ କରି ଗ୍ରାମର ମୋତିଲାଲ ଛତ୍ରିଆ ପତ୍ନୀ ବାସନ୍ତୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି। ମୋତିଲାଲ ୪ ବର୍ଷ ତଳେ ଛତ୍ରିଆ ବହଲପଦର ଗ୍ରାମର ବାସନ୍ତୀଙ୍କୁ ବିବାହ କରିଥିଲେ। ଉଭୟଙ୍କର ଏକ ଦେଢ ବର୍ଷର ଶିଶୁପୁତ୍ର ବି ରହିଛି। ହେଲେ କିଛି ଦିନ ତଳେ କୌଣସି ଏକ ଘଟଣାକୁ ନେଈ ମୋତିଲାଲଲ୍‌ ବାସନ୍ତିଙ୍କ ଚରିତ୍ରକୁ ସନ୍ଦେହ କରୁଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା। ଗତକାଲି ମଧ୍ୟ ଉଭୟଙ୍କ ମଧ୍ୟରେ ବଚସା ଉଗ୍ରରୂପ ନେଇଥିଲା। ଶେଷରେ ରାଗିଯାଇ ଏକ ଟାଙ୍ଗୀଆରେ ମୋତିଲାଲ ପତ୍ନୀ ବାସନ୍ତୀଙ୍କୂ ହାଣି ଫେରାର ହୋଇ ଯାଇଥିଲେ। ଘଟଣାସ୍ଥଳରେ ବାସନ୍ତିଙ୍କ ମୃତ୍ୟୁ ହୋଇଥିଲା। ଏ ସମ୍ପର୍କରେ ଥାନାରେ ଅଭିଯୋଗ ପରେ ପୁଲିସ୍‌ ତନାଘନା ଆରମ୍ଭ କରିଥିଲା । ଶେଷରେ ଲେସୁନପାଲିଠାରୁ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୁଲିସ୍‌।