ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ

Published: Mar 8, 2019, 7:26 pm IST

ନୂଆପଡା ଜିଲା ଖଡିଆଳ ଥାନା ସୁନାରୀସିକୁଆଁ ଗ୍ରାମରେ ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ କରି ଗ୍ରାମର ମୋତିଲାଲ ଛତ୍ରିଆ ପତ୍ନୀ ବାସନ୍ତୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି। ମୋତିଲାଲ ୪ ବର୍ଷ ତଳେ ଛତ୍ରିଆ ବହଲପଦର ଗ୍ରାମର ବାସନ୍ତୀଙ୍କୁ ବିବାହ କରିଥିଲେ। ଉଭୟଙ୍କର ଏକ ଦେଢ ବର୍ଷର ଶିଶୁପୁତ୍ର ବି ରହିଛି। ହେଲେ କିଛି ଦିନ ତଳେ କୌଣସି ଏକ ଘଟଣାକୁ ନେଈ ମୋତିଲାଲଲ୍‌ ବାସନ୍ତିଙ୍କ ଚରିତ୍ରକୁ ସନ୍ଦେହ କରୁଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା। ଗତକାଲି ମଧ୍ୟ ଉଭୟଙ୍କ ମଧ୍ୟରେ ବଚସା ଉଗ୍ରରୂପ ନେଇଥିଲା। ଶେଷରେ ରାଗିଯାଇ ଏକ ଟାଙ୍ଗୀଆରେ ମୋତିଲାଲ ପତ୍ନୀ ବାସନ୍ତୀଙ୍କୂ ହାଣି ଫେରାର ହୋଇ ଯାଇଥିଲେ। ଘଟଣାସ୍ଥଳରେ ବାସନ୍ତିଙ୍କ ମୃତ୍ୟୁ ହୋଇଥିଲା। ଏ ସମ୍ପର୍କରେ ଥାନାରେ ଅଭିଯୋଗ ପରେ ପୁଲିସ୍‌ ତନାଘନା ଆରମ୍ଭ କରିଥିଲା । ଶେଷରେ ଲେସୁନପାଲିଠାରୁ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୁଲିସ୍‌।

Related posts